କଡ଼ା ସୁରକ୍ଷାରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ଗଣତି

ଗଞ୍ଜାମ,୨୬ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି l ଖବର ଶେଷ ସୁଦ୍ଧା ପ୍ରାୟ ୩୨ ଓ୍ବାର୍ଡ ସଭ୍ୟ ଗଣତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟାନ୍ୟ ପଞ୍ଚାୟତର ଓ୍ବାର୍ଡଗୁଡ଼ିକର ଭୋଟ୍‌ ଗଣତି ଜାରିରହିଛି। ସନ୍ଧ୍ୟାରେ ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ବିଡିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ ପ୍ରମୁଖ ସ୍ଥିତି ସମୀକ୍ଷା କରୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଥାନା ଆଇଆଇସି ଦିପ୍ତୀରଞ୍ଜନ ବେହେରା ପ୍ରମୁଖ ତୀକ୍ଷ୍ଣ ନଜର ରଖିଛନ୍ତି। ବଡ଼ ଜାର ଭାରତୀ ବିଦ୍ୟାପୀଠ ଷ୍ଟାଡିଅମଠାରେ ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବ୍ୟାରିକେଟ୍‌ କରାଯାଇଛି ଏବଂ ଗୋଟିଏ ପଟ ରାସ୍ତା ସିଲ୍‌ କରାଯାଇଛି l ଦିନ ତମାମ ଶାନ୍ତିଶୃଙ୍ଖଳାର ସହ ଗଣତି ଚାଲୁ ରହିଥିବା ଜଣାପଡ଼ିଛି l