ଝାରସୁଗୁଡ଼ା, ବରଗଡ଼ରୁ ଜବତ ନକଲି ଔଷଧ ୟୁପିରୁ ଆସିଛି

ଭୁବନେଶ୍ୱର, ୨୮।୧୨ (ବ୍ୟୁରୋ): ବାହାର ରାଜ୍ୟରୁ ଓଡ଼ିଶାକୁ ବ୍ୟାପିଛି ନକଲି ଔଷଧ ର଼୍ୟାକେଟ। ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଏସବୁ ଔଷଧ ଆମଦାନୀ କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲାରୁ ବିପୁଳ ନକଲି ଔଷଧ ଜବତ ହେବା ସହ ଏସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ତେବେ ନିକଟରେ ଝାରସୁଗୁଡ଼ା ଓ ବରଗଡ଼ରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତରପ୍ରଦେଶରୁ ଆସିଥିବା ଜଣାପଡିଛି। ସେଠାରେ ଏକାଧିକ ଫାର୍ମା କମ୍ପାନୀ ନକଲି ଔଷଧ ତିଆରି କରୁଥିବାବେଳେ ବଡ଼ ବଡ଼ ଗୋଦାମ ମଧ୍ୟ ରହିଛି। ଓଡ଼ିଶା ସରକାରଙ୍କ ସୂଚନା ଆଧାରରେ ଉତ୍ତରପ୍ରଦେଶ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସୂଚନା ମିଳିଛି। ଝାରସୁଗୁଡ଼ାର ଅମିତ ମେଡିକାଲ ଏଜେନ୍ସି ଏବଂ ବରଗଡ଼ର ବିକାଶ ଆଣ୍ଡ୍‌ କୋରୁ ୧ଲକ୍ଷ ୭୦ ହଜାର ଟଙ୍କାର ନକଲି ମେଡିସିନ୍‌ ଜବତ ହୋଇଥିଲା। ଜବତ ସମସ୍ତ ମେଡିସିନ୍‌ ଉତ୍ତର ପ୍ରଦେଶ ବାରାଣସୀର ୩ଟି ଫାର୍ମରୁ ପ୍ରସ୍ତୁତ ହୋଇଥିବା ମୁଖ୍ୟ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ମେଡ଼ିସିନ ପ୍ରସ୍ତୁତ କରୁଥିବା ସମ୍ପୃକ୍ତ ଫାର୍ମର ଡ୍ରଗ୍‌ ଲାଇସେନ୍ସ ରଦ୍ଦ ହୋଇଥିବା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏସବୁ ନକଲି ଔଷଧ ରାଜ୍ୟର ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଆଶଙ୍କା କରାଯାଉଥିବାରୁ ସେସବୁକୁ ଜବତ ସହ ରାଜ୍ୟରୁ ଏହି ବେଆଇନ କାରବାରକୁ ବନ୍ଦ କରିବା ପାଇଁ ଚଢ଼ାଉକୁ ଜୋର୍‌ଦାର କରାଯିବାକୁ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ, ଗତ ୨୩ ତାରିଖରେ କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଥିଲା। କଟକ ପୁରୀଘାଟସ୍ଥିତ ଏମ୍‌ଏଚ୍‌ ଫାର୍ମାସ୍ୟୁଟିକାଲ୍‌ ଷ୍ଟୋର୍‌ରୁ ୧୧ ପ୍ରକାରର ସନ୍ଦେହାତ୍ମକ ଔଷଧ ଜବତ କରାଯାଇଥିଲା। ଏସବୁର ମୂଲ୍ୟ ପ୍ରାୟ ୨୩.୨୩ଲକ୍ଷ ଟଙ୍କା ହେବ। ଏହି ନକଲି ଔଷଧଗୁଡ଼ିକ ମଧ୍ୟ ଉତ୍ତର ପ୍ରଦେଶରୁ ଆସିଥିବା ଜଣାପଡ଼ିଥିଲା। ତେଣୁ ନକଲି ଔଷଧ ଆମଦାନୀରେ ଉତ୍ତରପ୍ରଦେଶ ରାଜ୍ୟର ଏକ ବଡ଼ ର଼୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ନକଲି ଔଷଧର ଆମଦାନୀ ଏବଂ ଯୋଗାଣକୁ ବନ୍ଦ କରିବା ଏବଂ ଧରାପଡ଼ିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୋଧରେ କଠୋର ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri