ବଉଳା କୁମ୍ଭୀର ସାଜିଛି ନରହନ୍ତା

ରାଜନଗର,୩୦ା୬(ଭାସ୍କର ରାଉତରାୟ): ପ୍ରକୃତିରାଣୀ ଭିତରକନିକାର ସୌନ୍ଦର୍ଯ୍ୟ, ଅପରୂପ ବିଭବ, ଧଳା ଶଙ୍ଖୁଆ କୁମ୍ଭୀର, ଦେଶ ବିଦେଶରୁ ଆସୁଥିବା ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି, ବିରଳ ହେନ୍ତାଳ ଜାତୀୟ ଉଦ୍ୟାନରେ ଥିବା ମ୍ୟୁଜିୟମ, ବିଶ୍ୱର ସବୁଠୁ ବିଶାଳକାୟ ବଉଳା କୁମ୍ଭୀରର ସ୍କେଲିଟନ,  ଅସଂଖ୍ୟ ହରିଣ ପ୍ରଭୃତିଙ୍କୁ ଉପଭୋଗ କରିବାକୁ ବିଶ୍ୱର କୋଣ ଅନୁକୋଣରୁ  ପ୍ରକୃତିପ୍ରେମୀ, ଗବେଷକ, ପର୍ଯ୍ୟଟକ ଆସିଥାନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପାଦ ଛୁଇଁବା କ୍ଷଣି ମଣିଷ ପ୍ରକୃତିସ୍ଥ ହୋଇଯାଏ। ୭୦ ଦଶକରୁ ଆବଦ୍ଧ ପୁଷ୍କରିଣୀରେ ନିଃସଙ୍ଗତା ଭିତରେ ଯୌବନର ଅପରାହ୍ନରେ ପାଦ ଥାପି ସାରିଥିବା ଗୋରୀ, ମଲ୍ଲୀ, ଶ୍ୱେତା ଏବେ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଡ଼ମ୍ବନାର ବିଷୟ, ଚଳିତ ମାସକ ଭିତରେ ଭିତରକନିକା ଜାତୀୟ ଉଦ୍ୟାନର ସୀମା ସରହଦରେ ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ନଦୀନାଳରେ ଏବେ ବଉଳା କୁମ୍ଭୀର ଅବାଧ ପ୍ରବେଶ କରି ବ୍ରାହ୍ମଣୀ ନଦୀକୂଳ ନିମପୁର ଗ୍ରାମର ୧୦ ବର୍ଷର ନିଷ୍ପାପ ଆଶୁତୋଷ, ରାଜନଗର ବ୍ଲକ ହାତିଆଗଡି ଗ୍ରାମର ବାସନ ମାଜୁଥିବା ସୀତାରାଣୀ ଏବଂ କେନ୍ଦ୍ରପଡ଼ାର  ଗଙ୍ଗାଧର ତରାଇକୁ ଉଗ୍ରମୁଖା ବଉଳା କୁମ୍ଭୀର ଝାମ୍ପିନେଇ ମାରି ଦେଇଛି। ଗୁରୁବାର ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସବୁ ମହଲରେ କ୍ଷୋଭ ପ୍ରକାଶ କରାଯାଇଛି। ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ, ବାପକୁ ହରାଇ ଥିବା ସନ୍ତାନମାନଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସ୍ପର୍ଶକାତର ଘଟଣାରେ ରାଜନଗର ବନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ଖିଆଲି ମନୋଭାବକୁ ନାପସନ୍ଦ କରି ନଦୀକୂଳିଆ ଗାଁର ଲୋକଙ୍କ ନିଦ ଦିନକୁଦିନ ବଉଳା କୁମ୍ଭୀର ହଜାଇ ଦେଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବାସ୍ତବିକ ବଉଳା କୁମ୍ଭୀର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବା ଯୋଗୁ ସେମାନଙ୍କ ପାଇଁ ସୀମିତ ବାସସ୍ଥାନ, ଭିତରକନିକା ନଦୀ ନାଳ ପାଖରେ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ଏବଂ ଏଥିରେ ପ୍ରୟୋଗ କରାଯାଉଥିବା ରାସାୟନିକ ପଦାର୍ଥ ନଦୀରେ ମିଶିବା ଦ୍ୱାରା ସେମାନଙ୍କ ଖାଦ୍ୟ ନଷ୍ଟହେବା ଏବଂ ଟ୍ରଲର ବୋଟ ନଦୀନାଳରେ ଦ୍ରୁତଗତିରେ ଚାଲିବା ଯୋଗୁଁ ସେମାନେ ଏବେ ନିଜ ବାସସ୍ଥାନ ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି। ଏହାଦ୍ୱାରା ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ସମେତ ୭ଟି ଉପନଦୀରେ ବଉଳା କୁମ୍ଭୀରମାନେ ପ୍ରବେଶ କରି ନରହନ୍ତା ସାଜିଛନ୍ତି।
ସବୁଠୁ ସମ୍ବେଦନଶୀଳ ଘଟଣାଟି ହେଉଛି ଗୋଟିଏ ମାସ ଭିତରେ କେଉଁଠି ମା’ କୋଳରୁ ପୁଅକୁ ନେଇଯାଉଛି ତ, କେଉଁଠାରେ ପୁଅ ସାମ୍ନାରେ ମା’କୁ ଟାଣି ନେଇ ଯାଉଛି ବଉଳା କୁମ୍ଭୀର। ବାସ୍ତବିକ ମଣିଷ-କୁମ୍ଭୀର ଲଢେଇର ଶେଷ ଯବନିକା କେବେ ଏହାକୁ ନେଇ ନଦୀକୂଳିଆ ଲୋକମାନେ ସନ୍ତ୍ରସ୍ଥ ଭିତରେ ସେହି ଦିନକୁ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ୧୯୭୫ରେ ଆମେରିକା ୱାଶିଂଟନ ସହର ଡିସିଠାରେ ବିଶ୍ୱସ୍ତରୀୟ ପ୍ରାଣୀ ବୈଜ୍ଞାନିକମାନଙ୍କ କର୍ମଶାଳାରେ ଭିତରକନିକାର ଜୈବ ବିବିଧତା, ଆର୍ଦ୍ରଭୂମିର ସନ୍ତୁଳନ କ୍ଷେତ୍ରରେ ବଉଳା କୁମ୍ଭୀରର ଅବଦାନ ଏବଂ ସେମାନଙ୍କର ସହାବସ୍ଥାନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇ ବିଲୁପ୍ତ ପ୍ରାୟ ବଉଳା କୁମ୍ଭୀରମାନଙ୍କର ସଂରକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକ୍ରମେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍‌. ଆର. ବଷ୍ଟାର୍ଡଙ୍କୁ ଭିତରକନିକା ପଠାଯାଇଥିଲା। ଡ. ବଷ୍ଟାର୍ଡ ଭିତରକନିକାର ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହୋଇଯାଇଥିଲେ। ସେ ବିଶ୍ୱର ସର୍ବପ୍ରଥମ କ୍ରୋକୋଡାଏଲ ବ୍ରିଡିଂ ସେଣ୍ଟର ସ୍ଥାପନ କରିଥିଲେ। ସେବେଠାରୁ ବଉଳା କୁମ୍ଭୀରମାନଙ୍କର ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି। ରାଜନଗର ବନ ବିଭାଗ ପକ୍ଷରୁ କୁମ୍ଭୀର ପ୍ରଜନନ ସମୟରେ ନଦୀକୂଳିଆ ଲୋକମାନେ ସଜାଗ ରହିବାକୁ ଯେଉଁ ପରିମାଣରେ ଜନସଚେତନତା ବାର୍ତ୍ତା ବାଣ୍ଟିବା କଥା, ତାହା ହୋଇ ପାରୁ ନ ଥିବାରୁ ସାଧାରଣ ଲୋକଙ୍କ ଅମୂଲ୍ୟ ଜୀବନ ବଉଳା କୁମ୍ଭୀରଙ୍କ ମୁହଁରେ ଚାଲିଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri