ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗର ମହଙ୍ଗା ଭତ୍ତା ୮୫.୨ ପ୍ରତିଶତ

ଭୁବନେଶ୍ୱର,୩୧।୧: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଅନୁସାରେ ଗତ ନଭେମ୍ବରରେ ୧୧୯.୯ ପଏଣ୍ଟ ରହିଥିଲା। ଏହା ଗତ ଡିିସେମ୍ବରରେ ୧.୧ ପଏଣ୍ଟ ହ୍ରାସ ପାଇ ସେହି ସମୟରେ ୧୧୮.୮ ପଏଣ୍ଟରେ ରହିଛି। ସେହିଭଳି ନଭେମ୍ବରରେ ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୮.୩ ପଏଣ୍ଟରେ ରହିଥିବାବେଳେ ଡିସେମ୍ବରରେ ଏହା ୧.୬ ପଏଣ୍ଟ ହ୍ରାସ ପାଇ ଉକ୍ତ ମାସରେ ଏହା ୧୨୬.୭ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି କଟକରେ ମଧ୍ୟ ଏହା ୧୨୬.୬ ପଏଣ୍ଟରେ ଥିବାବେଳେ ଏଥିରେ ୦.୬ ପଏଣ୍ଟ ହ୍ରାସ ପାଇ ଡିସେମ୍ବରରେ ଏହା ୧୨୬.୦ ପଏଣ୍ଟକୁ ଖସି ଆସିଛି। ଅନ୍ୟପକ୍ଷରେ ନଭେମ୍ବରର ହିସାବ ଅନୁସାରେ କେନ୍ଦୁଝର ୧୨୪.୯ ପଏଣ୍ଟରେ ରହିଥିଲା। ଯାହା ଡିସେମ୍ବରରେ ୦.୩ ପଏଣ୍ଟ ହ୍ରାସ ପାଇ ୧୨୪.୬ ପଏଣ୍ଟରେ ପହଞ୍ଚିଛି ବୋଲି ସୂଚନା ମିଳିଛି।
ଅଧିକାଂଶ ସରକାରୀ କର୍ମଚାରୀ ବର୍ତ୍ତମାନ ସମୟରେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୧ ପ୍ରତିଶତ ଭତ୍ତା ବୃଦ୍ଧି ହୋଇ ୨୮ ପ୍ରତିଶତରେ ପହଞ୍ଚତ୍ଛି। ଏହି ବର୍ଦ୍ଧିତ ଡିଏ ମଧ୍ୟରୁ ୪ ପ୍ରତିଶତ ପିଛିଲା ଭାବରେ ଗତ ୨୦୨୦ ଜାନୁୟାରୀ ଏବଂ ଅବଶିଷ୍ଟ ୩ ପ୍ରତିଶତ ଗତ ଜୁଲାଇ ପହିଲାରୁ ଏବଂ ବଳକା ୪ ପ୍ରତିଶତ ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ ବୋଲି ଜଣାପଡିଛି।
ସେହିଭଳି ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୮୧.୯ % ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଭତ୍ତାରେ ୩.୩ % ବୃଦ୍ଧି ଘଟି ୮୫.୨% ହୋଇଛି। ସଂଶୋଧିତ ହାରରେ ଏହା ୨୬.୧୮% ହୋଇଛି। ସେମାନେ ୨୦୨୧ ଫେବୃୟାରୀ ପହିଲାରୁ ଏହା ପାଇବେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷେ ବୀମା କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୭୫.୨% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ଡିଏରେ ୩.୩ % ବୃଦ୍ଧି ଘଟି ୭୮.୫%ରେ ପହଞ୍ଚତ୍ଛି। ଏହି ବର୍ଦ୍ଧିତ ଡିଏ ରାଶି ସେମାନେ ଫେବୃୟାରୀ ପହିଲାରୁ ପାଇବେ।
ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ୧୭୧.୬% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମହଙ୍ଗା ଭତ୍ତା ୦.୭୭% ହ୍ରାସ ପାଇ ୧୭୦.୮୩ % ହୋଇଛି। ଏହି ଭତ୍ତା ସେମାନେ ୨୦୨୧ ଏପ୍ରିଲ ପହିଲାରୁ ପାଇବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri