ଖର୍ଚ୍ଚ ଚାଲିଛିି, ତଦାରଖ ହେଉନି

କେନ୍ଦୁଝର,୩୦।୪(ସ୍ବ.ପ୍ର.)

ଓଡ଼ିଶା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ବହୁ ଅର୍ଥ ଖର୍ଚ୍ଚ କରିବା ସହ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରୁଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠୁଛି ା କାର୍ଯ୍ୟସ୍ଥଳୀରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବାରୁ କ’ଣ କାମ ହେଉଛି ଏବଂ କେଉଁ ମାନର ସାମଗ୍ରୀ ବ୍ୟବହାର ହେଉଛି ସେସବୁର ତଦାରଖ ଠିକ୍‌ ଭାବରେ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି।
ଯେ, ସାନଘାଗରାର ବିକାଶ ପାଇଁ ପାଖାପାଖି ୪ କୋଟି ୨୬ ଲକ୍ଷ ଟଙ୍କାର କାମ ଚାଲିଛି ା ଏହି ଅର୍ଥରେ ପାର୍କିଂ ବ୍ୟବସ୍ଥା, ଶାୈଚାଳୟ, ପାଚେରୀ, ପ୍ରବେଶ ଗେଟ, ଚଲାପଥ, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ଓ ସାୈନ୍ଦର୍ଯ୍ୟକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ, କାଫେଟେରିଆ, ଫଟୋଗ୍ରାଫି ଜୋନ, ପାନୀୟ ଜଳ ବ୍ୟବସ୍ଥା, ଓ୍ବାଚ୍‌ଟାଓ୍ବାର, ବୋଟିଂ ଘାଟ, ବୁଲିବା ପଥ, ସାଇନବୋର୍ଡ ଆଦି କାମ ଚାଲିଛି ା
କଙ୍କ୍ରିଟ କାମ ଠିକ୍‌ ଭାଗମାପ ଓ ପେଭର ବ୍ଲକ ଠିକ ଟେଷ୍ଟ ନ କରି ଏବଂ ଠିକ ଭାବରେ ସମତୁଲ କରି କାମ କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଗାଡ଼ି ପାର୍କିଂ ବେଳେ ଖଣ୍ଡ ଖଣ୍ଡ ଭାଙ୍ଗିଯିବା ସମ୍ଭାବନା ରହିଛି। ସାନଘାଗରାର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ନାମରେ ଗଛକାଟି ପଦା କରାଯାଇଥିବାରୁ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ା ସେହିପରି ଏଠାରେ ବ୍ୟବହାର ହେଉଥିବା ସାମଗ୍ରୀର ମାନ ଠିକ ଯାଞ୍ଚ ହେଉ ନ ଥିବାରୁ କାମର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେନ୍ଦ୍ର ପରିସରରୁ ମାଟି ତାଡି ନେଇ ଅନ୍ୟ କାମରେ ବ୍ୟବହାର କରାଯାଉଥିବାରୁ ମୃତ୍ତିକା କ୍ଷୟ ସହିତ ପରିବେଶ କ୍ଷତିଗ୍ରସ୍ତ ହେଉଛି ା ଫଳରେ ଏହା ମଧ୍ୟରେ ଥିବା ଗଛ ସବୁ ଧସି ପଡିବା ଆଶଙ୍କା ରହୁଛି ା ନୂଆ ପ୍ରବେଶ ଗେଟ ନିର୍ମାଣ ନ ହୋଇ ପୁରୁଣା ଗେଟ ଉପରେ କାମ କରାଯାଉଛି। ଏନ୍‌ଏଚ୍‌ ନଂ.୪୯ର କଙ୍କ୍ରିଟ ଗାର୍ଡ ଓ୍ବାଲ ଉପରେ ତାର ବାଡ ଦିଆଯାଇ ପାଚେରି କାମ କରାଯାଉଛି ା ଚଲାପଥରେ ଲଗାଯାଇଥିବା ପେଭର ବ୍ଲକ ଠିକ୍‌ ଭାବେ ବସା ଯାଉ ନ ଥିବା ବେଳେ ଠିକ ମାନର ବାଲି ମଧ୍ୟ ଫିଲିଂ ହେଉନାହିଁ। ଏଣୁ ସମସ୍ତ କାମର ତଦାରଖ ଏକ ଟେକ୍ନିକାଲ କମିଟି ଦ୍ୱାରା ଯାଞ୍ଚ କରିବାକୁ ଦାବି ହେଉଛି। ଏସମ୍ପର୍କରେ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଶ୍ରୀଧର ମହଲା କହିଛନ୍ତି, କାମ ଠିକ ଭାବେ ଚାଲିଛି। ହ୍ବାଟସ ଆପ ଜରିଆରେ ପ୍ରତ୍ୟେକ କାମର ମାନ ନିରୀକ୍ଷଣ ଓ ତଦାରଖ କରାଯାଉଛି ା କାୈଣସି ଅନିୟମତତା ହେଉନାହିଁ। ପ୍ରକାଶ ଯେ, ସାନଘାଗରାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri