ପୁରୀ: ଖସୁଛି କରୋନା ଗ୍ରାଫ୍‌

ପୁରୀ ଅଫିସ,୨୭।୯: ଗତ କିଛିଦିନ ହେଲା ପୁରୀ ଜିଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିଲା। ପ୍ରତ୍ୟହ ଦୁଇଶହ କିମ୍ବା ତିନିଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲେ। ମାତ୍ର ଏବେ ଏହି ଧାରାରେ ଧୀରେ ଧୀରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜିଲାର କରୋନା ଗ୍ରାଫ୍‌ ତଳମୁହଁା ହୋଇଛି। ଗତ ୫ ଦିନର ତଥ୍ୟ ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି। କୋଭିଡ୍‌ ଟେଷ୍ଟ ସଂଖ୍ୟା ପ୍ରାୟ ସ୍ଥିର ରହିଥିବାବେଳେ ପଜିଟିଭଙ୍କ ସଂଖ୍ୟା କିନ୍ତୁ ହ୍ରାସ ପାଇବାରେ ଲାଗିଛି, ଯାହା ଜିଲାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି।
୩ରେ ଜିଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ୩୬ଦିନ ପର୍ଯ୍ୟନ୍ତ କୌଣସି ସଂକ୍ରମିତ ବାହାରି ନ ଥିଲେ। ମେ ୧୦ ରେ ପୁରୀ ସହରରୁ ୨ଜଣ ପଜିଟିଭ ଚିହ୍ନଟ ହେଲେ। ଏହାପରଠୁ ଜିଲାରେ ସ୍ଥିତି ଜାହିର କରିଥିଲା କରୋନା। ସେପ୍ଟେମ୍ବର ଆରମ୍ଭରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିିଥିଲା। ପ୍ରତିଦିନ ଦୁଇଶହ କିମ୍ବା ତିନିଶହ ଉପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅଗଷ୍ଟ ୩୧ ସୁଦ୍ଧା ଜିଲାର ମୋଟ ପଜିଟିଭ ସଂଖ୍ୟା ଥିଲା ୩,୭୮୮। ମାତ୍ର ବର୍ତ୍ତମାନ ସଂଖ୍ୟା ୯,୪୪୧ରେ ପହଞ୍ଚତ୍ଲାଣି। ଏବେ କିନ୍ତୁ ଏହି ଧାରାରେ ପରିବର୍ତ୍ତନ ଆସିଛି। ତଥ୍ୟ ଅନୁଯାୟୀ, ଗତ ୨୨ ତାରିଖରେ ଜିଲାରୁ ୨୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହିଦିନ ସୁଦ୍ଧା ୮୨,୫୮୩ କୋଭିଡ୍‌ ଟେଷ୍ଟ ହୋଇଥିଲା। ଏହା ପରବର୍ତ୍ତୀ ୪ ଦିନ ଯଥାକ୍ରମେ ୧,୧୬୯, ୧,୧୭୩, ୧,୧୭୦ ଓ ୧,୧୬୨ କୋଭିଡ୍‌ ଟେଷ୍ଟ ହୋଇଥିଲା। ମାତ୍ର ପଜିଟିଭଙ୍କ ସଂଖ୍ୟା କମିଥିଲା। ଅର୍ଥାତ୍‌ ଗତ ୨୩ରୁ ୨୬ ତାରିଖ ମଧ୍ୟରେ ଯଥାକ୍ରମେ ୨୧୯, ୨୦୩, ୧୯୯ ଏବଂ ୧୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟସ୍ତରୀୟ ତାଲିକାକୁ ଦେଖିଲେ ମୋଟ ପଜିଟିଭ କ୍ଷେତ୍ରରେ ଖୋର୍ଦ୍ଧା, ଗଞ୍ଜାମ ଓ କଟକ ପରେ ପୁରୀ ଚତୁର୍ଥ ସ୍ଥାନରେ ଏବଂ ସକ୍ରିୟ ସଂକ୍ରମିତଙ୍କ କ୍ଷେତ୍ରରେ ଖୋର୍ଦ୍ଧା ଓ କଟକ ପରେ ପୁରୀ ତୃତୀୟ ସ୍ଥାନରେ ରହିଛି।
ଶନିବାର ଜିଲାରୁ ୧୬୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀ ପୌରାଞ୍ଚଳରୁ ୫୬ ଏବଂ ବିଭିନ୍ନ ବ୍ଲକରୁ ୧୧୨ ଜଣ ରହିଛନ୍ତି। ଏମାନଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୯,୪୪୧ ଛୁଇଁଛି। ଏମାନଙ୍କ ମଧ୍ୟରୁ ୭,୫୭୯ ଜଣ ସୁସ୍ଥ ହୋଇଥିବାବେଳେ ୧,୮୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ଏହି ମହାମାରୀ ପୁଣି ୩ ଜଣଙ୍କ ଜୀବନ ନେଇଛି। ଫଳରେ ଏ ପର୍ଯ୍ୟନ୍ତ କରୋନାରେ ମୋଟ ୫୦ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ଏବେ ସୁଦ୍ଧା ଜିଲାରୁ ମୋଟ ୮୭,୨୫୭ କୋଭିଡ୍‌ ପରୀକ୍ଷା କରାଯାଇଛି। ସୁସ୍ଥ ହାର ରହିଛି ୮୦.୨୭ ପ୍ରତିଶତ। ପୁରୀ ଜିଲା ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଅଧିକ ଡାକ୍ତର ସାଙ୍ଗକୁ ଟେଷ୍ଟ ସଂଖ୍ୟା ବଢାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଗୁରୁତର ରୋଗୀଙ୍କୁ ଆଇସିୟୁ ସୁବିଧା ମିଳିବା ଉପରେ ଗୁରୁତ୍ୱ ଦିଆଯିବା ସହ ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି କିମ୍ବା କୋଭିଡ୍‌ ଗାଇଡ୍‌ ଲାଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri