‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ ଶ୍ରଦ୍ଧା ଓ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ କଲ୍ୟାଣସିଂହପୁର ବ୍ଲକର ସମସ୍ତ ST, SC ଶିକ୍ଷକ ଓ ଶିକ୍ଷୟିତ୍ରୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ସ୍ବର୍ଗତ କାଡ୍ରାକାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପସ୍ଥିତ ସଦସ୍ୟମାନେ ତାଙ୍କର ମହତ୍ତ୍ୱ ସମାଜସେବା, ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ଏବଂ ସଂଗଠନର ବୃଦ୍ଧି ପାଇଁ ତାଙ୍କର ନିଷ୍ଠାପର ଉଦ୍ୟମକୁ ସ୍ମରଣ କରିଥିଲେ। ଏହି ଶୋକସଭା ଅବସରରେ ଶିକ୍ଷକ ସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସଂଘ ତରଫରୁ ସହାୟତାର ହାତ ବଢ଼ାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

Dharitri – Odisha’s No.1 Odia Daily