କଚ୍ଛପ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ

ରଘୁନାଥପୁର,୧୩।୨(ରାଜେନ୍ଦ୍ର ନାରାୟଣ ସିଂହ):ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଜନତାଙ୍କ ଯାତାୟାତ ସୁବିଧା ପାଇଁ ରାସ୍ତାଘାଟର ନବୀକରଣ କାର୍ଯ୍ୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଟେଣ୍ଡର ପ୍ରାପ୍ତ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରଘୁନାଥପୁର ବ୍ଲକ ପୂରଣ ଓଡ଼ାପଡ଼ା ପଞ୍ଚାୟତ ଦକ୍ଷିଣେଶ୍ୱରୀ ମନ୍ଦିର ଗଡାଠାରୁ ତଅଁରା ପଞ୍ଚାୟତ ଶାଳୀଜଙ୍ଗା ପର୍ଯ୍ୟନ୍ତ ରାସ୍ତା ଏହାର ଉଦାହରଣ ପାଲଟିଛି। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖାପାଖି ୬ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାର୍ଯ୍ୟ ପାଇଁ ୩ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ମଧ୍ୟରେ ୧ କିମିରୁ ଊର୍ଦ୍ଧ୍ୱ କଂକ୍ରିଟ ରାସ୍ତା ଓ ୨ଟି ପୋଲ ନିର୍ମାଣ ପାଇଁ ରହିଛି। ଉକ୍ତ କାର୍ଯ୍ୟକୁ ଠିକାଦାର ରାଜେଶ ସାହାଣୀ ଟେଣ୍ଡର ପ୍ରାପ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚିକିଣିଆ କେନାଲ ବନ୍ଧ ରାସ୍ତାକୁ ଖୋଳି ସେଥିରେ ଡଷ୍ଟ ପକାଯାଇ ଛାଡ଼ିଦିଆ ଯାଇଥିବାରୁ ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଏହାଛଡା ରାସ୍ତାରୁ ଧୂଳି ଉଡି ଲୋକଙ୍କ ଆଖିନାକରେ ପଶି ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ସ୍ଥାନରେ ଗାର୍ଡୱାଲ ପାଇଁ ଖାଲ କରାଯାଇ ମନ୍ଥର ଗତିରେ କାର୍ଯ୍ୟ ଚାଲିଛି। ସେହିପରି ଦକ୍ଷିଣେଶ୍ୱରୀ ଗଡାରେ ମେଣ୍ଟାଲ ସବୁ ଉଠି ରାସ୍ତାରେ ଗଡ଼ୁଥିବାରୁ ଲୋକେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ୱାର୍ଡସଭ୍ୟ ଶେଷଦେବ ବାରିକ, ନିରଞ୍ଜନ ବେହେରା, ମିଲନ ମୁଦୁଲି, ମୀର୍ଜା ଆଜାଦ ବେଗ, ସୁମିତ ମୁଦୁଲି, କୁମର ଭୋଇ ପ୍ରଶାସନିକ ଦାୟିତ୍ୱହୀନତା ଓ ଠିକାଦାରଙ୍କ ଖାମଖିଆଲ ମନବୃତ୍ତିକୁ ଦାୟୀ କରିଛନ୍ତି। ଯଦି ଏହିପରି ଭାବେ କାର୍ଯ୍ୟ ଚାଲେ ତାହାଲେ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ ସରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଯନ୍ତ୍ରୀ ଖଗେଶ୍ୱର ବିହାର କହିଛନ୍ତି, ଠିକାଦାର କାର୍ଯ୍ୟ ଜାରି ରଖିଛି। ଏନେଇ ତଦାରଖ ମଧ୍ୟ କରାଯାଉଛି। ଲୋକ ସମସ୍ୟା ଦୂର ପାଇଁ ଠିକାଦାରଙ୍କ ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri