ପାଣି ଟାଙ୍କି ନିର୍ମାଣ ସରିଲାନି, ଲୋକେ ହନ୍ତସନ୍ତ

ମାଥିଲି,୪ା୫(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତରେ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଉଥିବା ପାଣି ଟାଙ୍କି କାମ ୩ ବର୍ଷ ପରେ ବି ସରିଲାନି। ଫଳରେ ଲୋକେ ପାଣି ପାଇଁ ନାହି୍ୟ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଟାଙ୍କି କାମ ସାରିବାକୁ ବାରମ୍ବାର ଲୋକେ ଅଭିଯୋଗ କଲା ପରେ ମଧ୍ୟ ସୁଫଳ ମିଳୁନି। ପଞ୍ଚାୟତବାସୀଙ୍କୁ ପାଣି ଯୋଗାଇବା ପାଇଁ ଜଳ ଓ ପରିମଳ ବିଭାଗ ତରଫରୁ ପାଣି ଟାଙ୍କି ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଠିକାଦାର ଟାଙ୍କି ନିର୍ମାଣ କାମ ଆରମ୍ଭ କରିଥିଲେ ମଧ୍ୟ ପରେ ସମୟ ଗଡାଇ ଚାଲିଲେ। ଇତିମଧ୍ୟରେ ପ୍ରାୟ ୩ ବର୍ଷ ବିତିଯାଇଥିଲେ ବି କାମ ସମ୍ପୂର୍ଣ ହୋଇପାରିନି। ବାରମ୍ବାର ପ୍ରଶାସନକୁ ଏ ନେଇ ଅବଗତ କରାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଅନ୍ୟପଟେ ବ୍ଳକ ପ୍ରଶାସନ ଘଟଣାସ୍ଥଳକୁ ଲୋକଙ୍କ ସମସ୍ୟା ବୁଝିଛି। ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।