ନିର୍ମାଣ ସରିଛି, କାର୍ଯ୍ୟକ୍ଷମ ହୋଇପାରୁନି ପୋଲ

ମାଲକାନଗିରି,୨୦ା୯ (ଡି.ଏନ୍‌.ଏ.):ମାଲକାନଗିରି ଜିଲାରେ ପ୍ରତିବର୍ଷ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇ ଯାତାୟାତ ଠପ୍‌ ହୋଇଯାଏ ା ବିଶେଷ କରି ମାଲକାନଗିରି-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏମ୍‌.ଭି.-୧୧, କୋରୁକୋଣ୍ଡା, ତାର୍ଲାକୋଟାଠାରେ ଥିବା ନଦୀରେ ଏହି ଅବସ୍ଥା ଲାଗି ରହିଥିଲା। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଏହି ତିନୋଟି ନଦୀରେ ପୋଲ ନିର୍ମାଣ ପାଇଁ ଏମ୍‌.ଭି. ୧୧ର ଦାନିଗୁଡା ନଦୀରେ ୬/୮୬୩ କିମି, କୋରୁକୋଣ୍ଡା ନଦୀରେ ୧୬/୨୫୦ କିମି, ଏବଂ ତର୍ଲାକୋଟା ଏମ୍‌.ଭି.-୩୭ ନଦୀରେ ୨୪/୧୧୦ କିମିର ପୋଲ ନିର୍ମାଣ ପାଇଁ ୧୨ କୋଟି ୩୩ ଲକ୍ଷ ଟଙ୍କା ମଞ୍‌ୁର କରିଥିଲେ। ପରେ ଏହାର ଟେଣ୍ଡର ପ୍ରକ୍ରିୟା ୨୦୧୬ରେ ଶେଷ ହୋଇ ଠିକାଦାର ଚଳିତ ବର୍ଷ ଏମ୍‌.ଭି. ୧୧ ଏବଂ କୋରୁକୋଣ୍ଡା ନଦୀର ପୋଲ ନିର୍ମାଣ ଏବଂ ସଂଯୋଗୀ ରାସ୍ତା ଶେଷ କରିବା ପରେ ଏବେ ଏହି ପୋଲ ଉପରେ ଗାଡିମୋଟର ଯାତାୟାତ କରୁଛି। ମାତ୍ର ଏମ୍‌.ଭି. ୩୭ସ୍ଥିତ ତାର୍ଲାକୋଟା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ବର୍ଷେ ହେଲା ସରିଥିଲେ ମଧ୍ୟ ଉଭୟ ପାର୍ଶ୍ୱର ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରୁ ନ ଥିବାରୁ ଯାତାୟାତରେ ବାଧକ ସାଜିଛି। ପୋଲକୁ ଲାଗି ସହଦେବ ବୈଦ୍ୟ, ବରୁଣ ମଜୁମଦାର ଓ ମଧୁମଙ୍ଗଳ ବିଶ୍ୱାସଙ୍କ ପରିବାର ବସବାସ କରୁଛନ୍ତି। ମୁଖ୍ୟ ରାସ୍ତା କଡକୁ ଲାଗି ସେମାନଙ୍କ ପଟ୍ଟା ଜମି ରହିଥିବା ଦାବି କରିଛନ୍ତି। ଆମ ଘରର ମୂଲ୍ୟ ଓ ଜମିର ମୂଲ୍ୟ ଏପର୍ଯ୍ୟନ୍ତ ପାଇନାହୁଁ। ଏନେଇ ଚିତ୍ରକୋଣ୍ଡା ତହସିଲଦାର, ରାଜସ୍ବ ନିରୀକ୍ଷକ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇ କିଛି ସୁଫଳ ପାଇନାହୁଁ। କ୍ଷତିପୂରଣ ଅର୍ଥ ପାଇଲା ପରେ ଘର ଭଙ୍ଗାଯାଇ ପୋଲର ଉଭୟ ପଟର ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନ ଥିବାରୁ ଆମେ ଏହି ସଂଯୋଗୀକରଣ ରାସ୍ତା ନିର୍ମାଣକୁ ବିରୋଧ କରୁଛୁ ବୋଲି ସମ୍ପୃକ୍ତ ୩ ପରିବାର କହିଛନ୍ତି। ଏନେଇ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ସମ୍ପର୍କରେ ରାଜସ୍ବ ବିଭାଗକୁ ନେଇ ଏକ ବୈଠକ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରୁ ଏନ୍‌ଓସି ଆସି ନ ଥିବାରୁ କାର୍ଯ୍ୟ ବନ୍ଦ ରହିଛି। ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ରାଜସ୍ବ ବିଭାଗ ଏହାର ମୂଲ୍ୟାଙ୍କନ କରି ଦେଲେ ସମ୍ପୃକ୍ତ ପଟ୍ଟାଧାରୀମାନଙ୍କୁ ଅର୍ଥ ପ୍ରଦାନ କରାଟ୍‌ଯି୍ବ। ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପୁତ୍ତର୍ର୍ ଓ ଗୃହ ନିର୍ମାଣ ବିଭାଗ ଏହି ତିନିଜଣଙ୍କ ଘର ଏବଂ ଜମିର କ୍ଷତିପୂରଣ ପ୍ରଦାନ କରିବେ। ତେବେ ଏହି ତିନିଜଣ ବ୍ୟକ୍ତି ଅନୁସୂଚିତ ଜାତି ହୋଇଥିବାରୁ ଏମାନଙ୍କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି ବୋଲି ଦୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri