ଅସଲି ଟ୍ରାନ୍‌ଜିଟ୍‌ ପାସ୍‌ ଖୋଜୁଛି ନିର୍ମାଣ ବିଭାଗ

ଯାଜପୁର ଅଫିସ,୨୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରୁ ଯୋଗାଣ ହୋଇଥିବା ପଥର ସାମଗ୍ରୀର ୱାଇ ଫର୍ମ ବା ଟ୍ରାନ୍‌ଜିଟ୍‌ ପାସ୍‌(ଟିିପି)ର ଅସଲି ତଥା ଯର୍ଥାଥତା ଖୋଜୁଛି କେନ୍ଦୁଝର ଗ୍ରାମ୍ୟ ନିର୍ମାଣ ଡିଭିଜନ। ପ୍ରାୟ ୪ ବର୍ଷ ହେବ କେନ୍ଦୁଝର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏନେଇ ଧର୍ମଶାଳା ତହସିଲଦାରଙ୍କୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ଏଠାରେ ସବୁ ନକଲି ୱାଇ ଫର୍ମରେ ପରିବହନ କାରବାର ଚାଲିଥିବାରୁ ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ଚୁପ୍‌ ରହିଛନ୍ତି ବୋଲି ଅନୁମାନ କରାଯାଇଛି। ଏଥିରୁ ଲଘୁ ଖଣିଜ ଦ୍ରବ୍ୟ ଲୁଟର ଆଉ ଏକ ପ୍ରମାଣ ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ୧ ମାସ ମଧ୍ୟରେ ୮ଟି ଖାଦାନର ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜରିମାନା ଡିମାଣ୍ଡ ଏବଂ କ୍ଲୋଜର ନୋଟିସ ଦିଆଯାଇଥିଲେ ହେଁ ବେଆଇନ କଳାପଥର ଉତ୍ତୋଳନ ଆହୁରି ଜୋର ଧରିଛି। ଏହି କାରବାରରେ ଧର୍ମଶାଳା ତହସିଲ ପ୍ରଶାସନ ଏବଂ ପୋଲିସ ନୀରବ ସାଜି କଳାପଥର ଲୁଟ ପ୍ରକ୍ରିୟାକୁ ମିଳିତ ଭାବେ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରି କି ଆରୁହା ପାହାଡର ୩୪/୨୦୨୧-୨୨ ଖାଦାନରୁ ୫ ବର୍ଷର ଧାର୍ଯ୍ୟ ପରିମାଣ କଳାପଥର ୯ ମାସରେ ଉତ୍ତୋଳନ କରାଯାଇଛି।
ଅତ୍ୟଧିକ ବ୍ଲାଷ୍ଟିଂ ଯୋଗୁ ୨୦ ଗ୍ରାମର ଲୋକେ ବିଷାକ୍ତ ଜଳ, ବାୟୁ ଓ ଧୂଆଁରେ ଅତିଷ୍ଠ ହୋଇ ପଡିଲେଣି। ଘର ଫାଟ ହେଉଥିବାବେଳେ ଧନଜୀବନ ହାନୀ ଆଶଙ୍କା ଦେଖା ଦେଇଛି। ଏହି ମର୍ମରେ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଗତ ୧୬ା୯ା୨୦୨୨ରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ଏସିଡିସି) ବୈଠକରେ ବେଆଇନ କଳାପଥର କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଏଠାରେ ଫସର ଫାଟିଛି।
ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ ରୟାଲଟି ଜମା ଅନୁସାରେ ଟିପି ବା ୱାଇ ଫର୍ମ ବହି ପ୍ରଦାନ କରାଯାଇଛି। ଏହି ଟିପି ମାଧ୍ୟମରେ ଆବଶ୍ୟକତାଠାରୁ ଅଧିକ କଳାପଥର ଉତ୍ତୋଳନ କରି ପରିବହନ ହୋଇ ସାରିଛି। ଏହା ପରେ ତହସିଲ ପ୍ରଶାସନ ଟିିପି ପୁସ୍ତକ ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ନକଲି ଟିପି ପୁସ୍ତକ ପ୍ରଚଳନ ହେଉଥିବା ଚର୍ଚ୍ଚା ହେଉଛି। ତେବେ ଏହି ନକଲି ଟିପି ଉପରେ ନା ଜିଲା ପ୍ରଶାସନ କିିମ୍ବା ପୋଲିସ କୌଣସି ତଦନ୍ତ କରୁନାହିଁ। ଜିଲାପାଳ ମଧ୍ୟ ଏହି ବେଆଇନ କାରବାର ଉପରେ ନୀରବ ରହୁଥିବାରୁ ସରକାର ବିପୁଳ ପରିମାଣରେ ରାଜସ୍ବ ହରାଉଥିବା ମତପ୍ରକାଶ ପାଉଛି। ଏଠାରେ ବୈତରଣୀ ନଦୀର ୧୭ କି.ମି. ଦୂରବର୍ତ୍ତୀ ମଙ୍ଗଳପୁର-ଭିମକୁଣ୍ଡ ରାସ୍ତାରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜରେ ବ୍ୟବହୃତ ପଥର ସାମଗ୍ରୀକୁ ଉଦାହରଣ ଭାବେ ନିଆଯାଇପାରେ। କେନ୍ଦୁଝର ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଗତ ୨୪ା୪ା୨୦୨୩ରେ ଧର୍ମଶାଳା ତହସିଲଦାରଙ୍କୁ ଦେଇଥିବା ପତ୍ର ଅନୁଯାୟୀ ବୈତରଣୀ ନଦୀରେ ଉକ୍ତ ହାଇଲେବୁଲ ବ୍ରିଜ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ସଂପୃକ୍ତ ଠିକାସଂସ୍ଥା ଏଚ୍‌ଏଲ୍‌ ଇନଫ୍ରାଷ୍ଟ୍ରକ୍ଚର ଧର୍ମଶାଳା ଅଞ୍ଚଳରୁ ପରିବହନ ହୋଇଥିବା ପଥର ସାମଗ୍ରୀ ଉପରେ ରୟାଲଟି ବିଲ ଦାଖଲ କରିଛି। କିନ୍ତୁ ୱାଇ ଫର୍ମର ଯଥାର୍ଥତା ପ୍ରମାଣପତ୍ର ମିଳି ନ ଥିବାରୁ ଫାଇନାଲ ବିଲ ପ୍ରସ୍ତୁତିରେ ବିଳମ୍ବ ହେଉଛି।
ଗ୍ରାମ୍ୟ ନିର୍ମାଣ ବିଭାଗର ପୂର୍ବ ପତ୍ର ୨୦୪୪/୨୦ା୯ା୨୦୧୯ ଅନୁସାରେ ଧର୍ମଶାଳା ତହସିଲ ଅଞ୍ଚଳରୁ ସଂପୃକ୍ତ ଠିକାସଂସ୍ଥା ଉକ୍ତ ବ୍ରିଜ ନିର୍ମାଣ ପାଇଁ ୨୧୦୦ କ୍ୟୁବିକ ମିଟର ଚିପ୍ସ ବ୍ୟବହାର କରିଛି। ଏଥିପାଇଁ ଧର୍ମଶାଳା ତହସିଲରୁ ଜାରି ହୋଇଥିବା ୧୦୪୪୬, ୧୫୯୭୪ ଓ ୧୦୪୪୬ ନମ୍ବର ପୁସ୍ତକରୁ ୧୫୦ ଟିପି ବ୍ୟବହାର କରାଯାଇଛି। କିନ୍ତୁ ଉକ୍ତ ଟିପିଗୁଡିକ ନକଲି ନା ଅସିଲ ତାହାର ଯର୍ଥାଥତା ଖୋଜୁଛି କେନ୍ଦୁଝର ନିର୍ମାଣ ବିଭାଗ। ଧର୍ମଶାଳା ତହସିଲ ଅଞ୍ଚଳରୁ ବିନା ଟିପିରେ ବହୁ ମୂଲ୍ୟବାନ କଳାପଥର ପରିବହନ କରାଯାଉଛି। କେବଳ ଭୂପୃଷ୍ଠରୁ ଉପରଭାଗ କଳାପଥର ଉତ୍ତୋଳନ ହେଉନି ବରଂ ମାଟି ତଳେ ଥିବା କଳାପଥରକୁ ମଧ୍ୟ ତାଡି ନିଆଯାଉଛି। ଲିଜ୍‌ପ୍ରାପ୍ତ ଖାଦାନରୁ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ ଏବଂ ନକଲି ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଉପରେ ହାଇକୋର୍ଟ, ଲୋକାୟୁକ୍ତ ଓ ଏନ୍‌ଜିଟିରେ ଏକାଧିକ ମାମଲା ବିଚାରାଧୀନ ରହିଛି। କିନ୍ତୁ ଏହି ବେଆଇନ କାରବାର ଉପରେ ଏସିଡିସି ସମେତ ଜିଲା ପୋଲିସ ଓ ପ୍ରଶାସନର ସହଯୋଗ ରହୁଥିବାରୁ କଳାପଥର ଚୋରି କାରବାର ଅଣାୟତ୍ତ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଧୀନ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କଓ୍ବୋଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri