ଅସଲି ଟ୍ରାନ୍‌ଜିଟ୍‌ ପାସ୍‌ ଖୋଜୁଛି ନିର୍ମାଣ ବିଭାଗ

ଯାଜପୁର ଅଫିସ,୨୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରୁ ଯୋଗାଣ ହୋଇଥିବା ପଥର ସାମଗ୍ରୀର ୱାଇ ଫର୍ମ ବା ଟ୍ରାନ୍‌ଜିଟ୍‌ ପାସ୍‌(ଟିିପି)ର ଅସଲି ତଥା ଯର୍ଥାଥତା ଖୋଜୁଛି କେନ୍ଦୁଝର ଗ୍ରାମ୍ୟ ନିର୍ମାଣ ଡିଭିଜନ। ପ୍ରାୟ ୪ ବର୍ଷ ହେବ କେନ୍ଦୁଝର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏନେଇ ଧର୍ମଶାଳା ତହସିଲଦାରଙ୍କୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ଏଠାରେ ସବୁ ନକଲି ୱାଇ ଫର୍ମରେ ପରିବହନ କାରବାର ଚାଲିଥିବାରୁ ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ଚୁପ୍‌ ରହିଛନ୍ତି ବୋଲି ଅନୁମାନ କରାଯାଇଛି। ଏଥିରୁ ଲଘୁ ଖଣିଜ ଦ୍ରବ୍ୟ ଲୁଟର ଆଉ ଏକ ପ୍ରମାଣ ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ୧ ମାସ ମଧ୍ୟରେ ୮ଟି ଖାଦାନର ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜରିମାନା ଡିମାଣ୍ଡ ଏବଂ କ୍ଲୋଜର ନୋଟିସ ଦିଆଯାଇଥିଲେ ହେଁ ବେଆଇନ କଳାପଥର ଉତ୍ତୋଳନ ଆହୁରି ଜୋର ଧରିଛି। ଏହି କାରବାରରେ ଧର୍ମଶାଳା ତହସିଲ ପ୍ରଶାସନ ଏବଂ ପୋଲିସ ନୀରବ ସାଜି କଳାପଥର ଲୁଟ ପ୍ରକ୍ରିୟାକୁ ମିଳିତ ଭାବେ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରି କି ଆରୁହା ପାହାଡର ୩୪/୨୦୨୧-୨୨ ଖାଦାନରୁ ୫ ବର୍ଷର ଧାର୍ଯ୍ୟ ପରିମାଣ କଳାପଥର ୯ ମାସରେ ଉତ୍ତୋଳନ କରାଯାଇଛି।
ଅତ୍ୟଧିକ ବ୍ଲାଷ୍ଟିଂ ଯୋଗୁ ୨୦ ଗ୍ରାମର ଲୋକେ ବିଷାକ୍ତ ଜଳ, ବାୟୁ ଓ ଧୂଆଁରେ ଅତିଷ୍ଠ ହୋଇ ପଡିଲେଣି। ଘର ଫାଟ ହେଉଥିବାବେଳେ ଧନଜୀବନ ହାନୀ ଆଶଙ୍କା ଦେଖା ଦେଇଛି। ଏହି ମର୍ମରେ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଗତ ୧୬ା୯ା୨୦୨୨ରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ଏସିଡିସି) ବୈଠକରେ ବେଆଇନ କଳାପଥର କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଏଠାରେ ଫସର ଫାଟିଛି।
ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ ରୟାଲଟି ଜମା ଅନୁସାରେ ଟିପି ବା ୱାଇ ଫର୍ମ ବହି ପ୍ରଦାନ କରାଯାଇଛି। ଏହି ଟିପି ମାଧ୍ୟମରେ ଆବଶ୍ୟକତାଠାରୁ ଅଧିକ କଳାପଥର ଉତ୍ତୋଳନ କରି ପରିବହନ ହୋଇ ସାରିଛି। ଏହା ପରେ ତହସିଲ ପ୍ରଶାସନ ଟିିପି ପୁସ୍ତକ ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ନକଲି ଟିପି ପୁସ୍ତକ ପ୍ରଚଳନ ହେଉଥିବା ଚର୍ଚ୍ଚା ହେଉଛି। ତେବେ ଏହି ନକଲି ଟିପି ଉପରେ ନା ଜିଲା ପ୍ରଶାସନ କିିମ୍ବା ପୋଲିସ କୌଣସି ତଦନ୍ତ କରୁନାହିଁ। ଜିଲାପାଳ ମଧ୍ୟ ଏହି ବେଆଇନ କାରବାର ଉପରେ ନୀରବ ରହୁଥିବାରୁ ସରକାର ବିପୁଳ ପରିମାଣରେ ରାଜସ୍ବ ହରାଉଥିବା ମତପ୍ରକାଶ ପାଉଛି। ଏଠାରେ ବୈତରଣୀ ନଦୀର ୧୭ କି.ମି. ଦୂରବର୍ତ୍ତୀ ମଙ୍ଗଳପୁର-ଭିମକୁଣ୍ଡ ରାସ୍ତାରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜରେ ବ୍ୟବହୃତ ପଥର ସାମଗ୍ରୀକୁ ଉଦାହରଣ ଭାବେ ନିଆଯାଇପାରେ। କେନ୍ଦୁଝର ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଗତ ୨୪ା୪ା୨୦୨୩ରେ ଧର୍ମଶାଳା ତହସିଲଦାରଙ୍କୁ ଦେଇଥିବା ପତ୍ର ଅନୁଯାୟୀ ବୈତରଣୀ ନଦୀରେ ଉକ୍ତ ହାଇଲେବୁଲ ବ୍ରିଜ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ସଂପୃକ୍ତ ଠିକାସଂସ୍ଥା ଏଚ୍‌ଏଲ୍‌ ଇନଫ୍ରାଷ୍ଟ୍ରକ୍ଚର ଧର୍ମଶାଳା ଅଞ୍ଚଳରୁ ପରିବହନ ହୋଇଥିବା ପଥର ସାମଗ୍ରୀ ଉପରେ ରୟାଲଟି ବିଲ ଦାଖଲ କରିଛି। କିନ୍ତୁ ୱାଇ ଫର୍ମର ଯଥାର୍ଥତା ପ୍ରମାଣପତ୍ର ମିଳି ନ ଥିବାରୁ ଫାଇନାଲ ବିଲ ପ୍ରସ୍ତୁତିରେ ବିଳମ୍ବ ହେଉଛି।
ଗ୍ରାମ୍ୟ ନିର୍ମାଣ ବିଭାଗର ପୂର୍ବ ପତ୍ର ୨୦୪୪/୨୦ା୯ା୨୦୧୯ ଅନୁସାରେ ଧର୍ମଶାଳା ତହସିଲ ଅଞ୍ଚଳରୁ ସଂପୃକ୍ତ ଠିକାସଂସ୍ଥା ଉକ୍ତ ବ୍ରିଜ ନିର୍ମାଣ ପାଇଁ ୨୧୦୦ କ୍ୟୁବିକ ମିଟର ଚିପ୍ସ ବ୍ୟବହାର କରିଛି। ଏଥିପାଇଁ ଧର୍ମଶାଳା ତହସିଲରୁ ଜାରି ହୋଇଥିବା ୧୦୪୪୬, ୧୫୯୭୪ ଓ ୧୦୪୪୬ ନମ୍ବର ପୁସ୍ତକରୁ ୧୫୦ ଟିପି ବ୍ୟବହାର କରାଯାଇଛି। କିନ୍ତୁ ଉକ୍ତ ଟିପିଗୁଡିକ ନକଲି ନା ଅସିଲ ତାହାର ଯର୍ଥାଥତା ଖୋଜୁଛି କେନ୍ଦୁଝର ନିର୍ମାଣ ବିଭାଗ। ଧର୍ମଶାଳା ତହସିଲ ଅଞ୍ଚଳରୁ ବିନା ଟିପିରେ ବହୁ ମୂଲ୍ୟବାନ କଳାପଥର ପରିବହନ କରାଯାଉଛି। କେବଳ ଭୂପୃଷ୍ଠରୁ ଉପରଭାଗ କଳାପଥର ଉତ୍ତୋଳନ ହେଉନି ବରଂ ମାଟି ତଳେ ଥିବା କଳାପଥରକୁ ମଧ୍ୟ ତାଡି ନିଆଯାଉଛି। ଲିଜ୍‌ପ୍ରାପ୍ତ ଖାଦାନରୁ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ ଏବଂ ନକଲି ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଉପରେ ହାଇକୋର୍ଟ, ଲୋକାୟୁକ୍ତ ଓ ଏନ୍‌ଜିଟିରେ ଏକାଧିକ ମାମଲା ବିଚାରାଧୀନ ରହିଛି। କିନ୍ତୁ ଏହି ବେଆଇନ କାରବାର ଉପରେ ଏସିଡିସି ସମେତ ଜିଲା ପୋଲିସ ଓ ପ୍ରଶାସନର ସହଯୋଗ ରହୁଥିବାରୁ କଳାପଥର ଚୋରି କାରବାର ଅଣାୟତ୍ତ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଧୀନ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?