କନ୍‌ଷ୍ଟେବଳ ବିକୁଥିଲେ ନକଲି ମଦ

ବ୍ରହ୍ମପୁର ଅଫିସ,୧୦।୪: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଶନିବାର ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଭୈରବୀ ମାର୍କେଟ ଛକରେ ବ୍ଲକିଂ କରିଥିଲା। ଗୋଟିଏ ଅଟୋ (ନଂ ଓଡି ୦୭ ଏଏ ୦୫୨୮)କୁ ପୋଲିସ ଅଟକାଇ ଯାଞ୍ଚ କରିବାରୁ ସେଥିରେ ନକଲି ବିଦେଶୀ ମଦ ଥିବା ଜଣାପଡ଼ିଥିଲା। ଅଟୋ ଚାଳକ ବାଉରୀସୁକୁଣ୍ଡା ଗ୍ରାମର ରନୋଜ ଦାସ (୨୨)ଙ୍କୁ ଗିରଫ ପରେ ତାଙ୍କ ବୟାନକୁ ଆଧାର କରି ପୋଲିସ ଘଟଣାର କିଙ୍ଗ୍‌ପିନ କୁହାଯାଉଥିବା ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ କନ୍‌ଷ୍ଟେବଳ ଚୀନମିନି ବାରିକ (୩୫)ଙ୍କୁ ଗିରଫ କରିଥିଲା। ପରେ କନ୍‌ଷ୍ଟେବଳ ବାରିକ ଦିଗପହଣ୍ଡି ଲଙ୍ଗଳଦେଇଠାରେ କରିଥିବା ଏକ କୁକୁଡ଼ା ଫାର୍ମରେ ଚଢାଉ କରିଥିଲା। ବାରିକ ସେଠାରେ ମଦ ପ୍ରସ୍ତୁତ କରି ଜିଲାର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି। ଉକ୍ତ ନକଲି ମଦ ଫ୍ୟାକ୍ଟ୍ରିରେ କାମ କରୁଥିବା ବଡ଼ବଜାର ଥାନା ଅନ୍ତର୍ଗତ ଗେଲାଦୁଲା ସାହିର ବାବୁ ସାହୁ (୩୬)ଙ୍କୁ ଗିରଫ କରି ମାମଲା ନଂ.୭୭/୨୨ରେ କନ୍‌ଷ୍ଟେବଳ ବାରିକଙ୍କ ସମେତ ୩ ଜଣଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। କନ୍‌ଷ୍ଟେବଳଙ୍କ ଆଇଡି କାର୍ଡ ପୋଲିସ ଜବତ କରିଛି।
ପ୍ରକାଶ ଯେ, ଶନିବାର ବଡ଼ବଜାର ଥାନା ପୋଲିସ ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ କୁକୁଡ଼ାଫାର୍ମରେ ଚାଲିଥିବା ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ସମ୍ପର୍କରେ ଖବର ପାଇ ସେଠାରେ ଚଢାଉ କରିଥିଲା। ସେଠାରୁ ୨ ଲିଟର ସ୍ପିରିଟ, ୪୦୪ ବୋତଲ ନକଲି ବିଦେଶୀ ମଦ, ଗୋଟିଏ ବୋତଲ ରଙ୍ଗ, ୩୦୦ମିଲିଲିଟର ରାସାୟନିକ ଏସେନ୍ସ, ଖାଲି ବୋତଲ, ଠିପି, ବିଭିନ୍ନ ବ୍ରାଣ୍ଡର ଲେବଲ୍‌, ଅବକାରୀ ବିଭାଗର ନକଲି ଲେବୁଲ ୬ ସିଟ୍‌ ଓ ମେଶିନ ଆଦି ଜବତ କରିଥିଲା ବୋଲି ଏକ ପ୍ରେସ୍‌ନୋଟରେ ବ୍ରହ୍ମପୁର ଏସଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ଜବତ ନକଲି ମଦ ଓ ସ୍ପିରିଟର ନମୁନା ସଂଗ୍ରହ କରାଯାଇଛି। ସେଗୁଡିକ କେମିକାଲ ପରୀକ୍ଷା ପାଇଁ ପଠାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri