ବାଲିପ୍ଲଟ୍‌ର ଦୁଃଖ, ସଂଯୋଗ ରାସ୍ତା

ପାରାଦୀପ, ୧୭ା୬(ସ୍ବ.ପ୍ର.): ପାରାଦୀପ ଅଠରବାଙ୍କିର ସବୁଠାରୁ ଚଳଚଞ୍ଚଳ ଜାଗା ହେଲା ବାଲିପ୍ଲଟ୍‌। ପ୍ରତିଦିନ ବାଲିପ୍ଲଟ୍‌କୁ ୫ ହଜାରରୁ ଅଧିକ ଲୋକ ଯାତାୟାତ କରିଥାନ୍ତି। ତା’ ମଧ୍ୟରେ ରହିଛି ୧୦୬ଟି ମାଛଗଦି, ୧୪୮ଟି ଦୋକାନ ଘର, ପାରାଦୀପ ଡମ୍ପର ମାଲିକ ସଂଘ କାର୍ଯ୍ୟାଳୟ, ଉତ୍କଳ ମେରାଇନ୍‌ ଓ ଏକାଧିକ ସଂଗଠନ। ସେଥିମଧ୍ୟରୁ ଅଧିକାଂଶ ଲୋକ ଯାଇଥା’ନ୍ତି ମାଛଗଦିକୁ। ଏହି ବାଲିପ୍ଲଟ୍‌କୁ ସଂଯୋଗ ରାସ୍ତା ରହିଛି ପାରାଦୀପ ବନ୍ଦର ୨ନଂ. ଗେଟ୍‌ ସମ୍ମୁଖରେ। ସେହି ସଂଯୋଗ ସ୍ଥଳକୁ ଚାରିଛକ କୁହାଯାଏ। ସେହି ଛକରୁ ନେହେରୁ ବଙ୍ଗଳା ରାସ୍ତା, ବନ୍ଦର ଭିତରକୁ ଭାରିଯାନ ଚଳାଚଳ, ବାଲିପ୍ଲଟ୍‌କୁ ଲୋକ ଓ ଗାଡ଼ି ଏବଂ କଳିଙ୍ଗ ମେରାଇନ୍‌ ଅଞ୍ଚଳକୁ ରାସ୍ତା ଯାଇଛି। ଅଠରବାଙ୍କି ଓଭରବ୍ରିଜ୍‌ରୁ ଗଡାଣି ଜାଗାରେ ଏହି ଚାରିଛକ ଥିବାରୁ ସେହି ସ୍ଥାନ ଅତ୍ୟନ୍ତ ବିପଦଯୁକ୍ତ ରହିଥାଏ। ବାଲିପ୍ଲଟ୍‌ର ସଂଯୋଗ ରାସ୍ତା ଇଂଲିଶ୍‌ ଅକ୍ଷର ଭି ସଦୃଶ। ଅର୍ଥାତ୍‌ ସେହି ଗଡ଼ାଣିରେ ଗାଡ଼ି ପ୍ରବେଶ ଓ ପ୍ରସ୍ଥାନ ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ। ଉକ୍ତ ଗଡାଣି ରାସ୍ତା ଗତ କିଛି ବର୍ଷ ହେଲା ବିପର୍ଯ୍ୟସ୍ତ ହୋଇପଡିଛି। କଂକ୍ରିଟ ରାସ୍ତାକୁ ସଂଯୋଗ ସ୍ଥଳରେ ଖାଲ, କୋଇଲା ଗୁଣ୍ଡ, ପଥର, ମାଛ ବେପାରରୁ ବାହାରୁଥିବା ପାଣି ଆଦି ମିଶି ସନ୍ତସନ୍ତିଆ ରହୁଛି। ଏହା ପ୍ରଭାବରେ ଦୁଇଚକିଆ ଯାନର ଚକା ଖସଡ଼ା ଯୋଗୁ ସ୍ଲିପ୍‌ କରିଥାଏ। ବଡ଼ ଗାଡ଼ି ବେଳେବେଳେ ଓଲଟି ପଡିଥାଏ। ଏହାକୁ ବ୍ୟବସ୍ଥିତ କରିବାକୁ ଏ ପର୍ଯ୍ୟନ୍ତ ସେପରି କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନାହିଁ। ଉକ୍ତ ବାଲିପ୍ଲଟ୍‌ରୁ ହୋଲ୍ଡିଂ ଟ୍ୟାକ୍ସ ଦୁଇଟି ସଂସ୍ଥା ଆଦାୟ କରୁଛନ୍ତି। ପାରାଦୀପ ବନ୍ଦର ଓ ପୌର ପରିଷଦ। କିନ୍ତୁ ଚାରିଛକକୁ ସଂଯୋଗ ରାସ୍ତା ଠିକ୍‌ ଭାବେ ହୋଇନାହିଁ ବୋଲି କୁହନ୍ତି ମାଛଗଦି ମାଲିକ ପରେଶ ମଣ୍ଡଳ।
ବାଲିପ୍ଲଟ୍‌ର ନାମ ପଛରେ ଏକ କୌତୂହଳପୂର୍ଣ୍ଣ ଘଟଣା ରହିଛି। ଯଥା: ୧୯୯୮ ପର୍ଯ୍ୟନ୍ତ ନେହେରୁ ବଙ୍ଗଳା ରାସ୍ତାର ମଧ୍ୟଭାଗରେ ଦୁଇଟି ବଡ଼ ବସ୍ତି ଓ ବ୍ୟବସାୟିକ ଜାଗା ଥିଲା। ତାହା ହେଲା ଘନଗଳିଆ ଓ ଇନ୍ଦିରାପାର୍କ। ୧୯୯୮ରେ ବନ୍ଦର ସମ୍ପ୍ରସାରଣ ବେଳେ ସେହି ଘନଗଳିଆ ଓ ଇନ୍ଦିରାପାର୍କକୁ ଉଚ୍ଛେଦ କରାଯାଇଥିଲା। ବସ୍ତି ଲୋକଙ୍କୁ ଭିତରଗଡଠାରେ ଥଇଥାନ କରାଯାଇଥିଲା। ବ୍ୟବସାୟୀଙ୍କୁ ଅଠରବାଙ୍କି ବାଲିପ୍ଲଟ୍‌ରେ ଥଇଥାନ କରାଯାଇଥିଲା। ଅଠରବାଙ୍କି କାଉଡିଆ ନଦୀପଠାରେ ବାଲି ପକାଇ ପ୍ଲଟ୍‌ କରାଯାଇ ଥଇଥାନ କରାଯାଇଥିବାରୁ ତା’ର ନାମ ବାଲିପ୍ଲଟ୍‌ ରହିଗଲା ବୋଲି ମାଛ ବ୍ୟବସାୟୀ ତଥା ପୂର୍ବତନ କାଉନ୍‌ସିଲର ଅଜୟ ନାୟକ କୁହନ୍ତି। ନଦୀ ପାଖରେ ମାଛଗଦିଗୁଡିକ ରହିଛି। ଏହାକୁ ସେତେବେଳେ ପାରାଦୀପ ବନ୍ଦର ଥଇଥାନ କରିଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଶୌଚାଳୟ, ଗୋଷ୍ଠୀ କେନ୍ଦ୍ର, ବିଶ୍ରାମାଗାର, ବିଦ୍ୟୁତ୍‌, ପାଣି ସଂଯୋଗ ଆଦି ପୌର ପରିଷଦ ପକ୍ଷରୁ କରାଯାଇଥିଲା। ଉକ୍ତ ସ୍ଥାନ ୨ ନଂ. ୱାର୍ଡରେ ଯାଉଛି। ବାଲିପ୍ଲଟ୍‌ରୁ ଉପକୂଳ ଓଡ଼ିଶାର ଅର୍ଦ୍ଧାଧିକ ଜିଲାକୁ ମାଛ ଆମଦାନୀ ରପ୍ତାନି ହେଉଛି। ଏଥିସହ ସାମୁଦ୍ରିକ ଡଙ୍ଗାରୁ ଉତ୍ପାଦିତ ମାଛ ଏହି ଗଦିରେ ବିକ୍ରି ହୁଏ। ସେହି ମାଛକୁ ବ୍ୟବସାୟୀମାନେ କଲିକତା, ବିଶାଖାପାଟଣା, କେରଳ ଆଦି ରାଜ୍ୟକୁ ନେଇଥାନ୍ତି। ପ୍ରତ୍ୟେକ ରବିବାର, ବୁଧବାର, ଶୁକ୍ରବାର ଅଧିକ ଗହଳି ହୋଇଥାଏ। ସମସ୍ତ ଲୋକଙ୍କ ପାଇଁ ସମସ୍ୟା ହୁଏ ସେହି ଚାରିଛକ ସଂଯୋଗ ରାସ୍ତା ବୋଲି କୁହନ୍ତି ଦେବୀପ୍ରସାଦ ସାହୁ। ପୌର ପରିଷଦ ପକ୍ଷରୁ ଗତବର୍ଷ ସେହି ଗଡ଼ାଣି ରାସ୍ତାକୁ କଂକ୍ର୍ରିଟ ଓ ଓସାରିଆ କରିବାକୁ କାମ ଆରମ୍ଭ ହୋଇଥିଲା। ଠିକାସଂସ୍ଥା ଅଧା କାମ କରି ରଖିଥିବାରୁ ସେହି ସମସ୍ୟା ଦ୍ୱିଗୁଣିତ ହୋଇଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ସମ୍ପୃକ୍ତ ରାସ୍ତାକୁ ମରାମତି ଓ ସମ୍ପ୍ରସାରଣ କରିବାକୁ ଟେଣ୍ଡର କରାଯାଇଥିଲା। ସେଥିରେ କିଛି ବାଧକ ହେବାରୁ କାମ ବନ୍ଦ ଅଛି। ବର୍ଷାଦିନ ପୂର୍ବରୁ ରାସ୍ତାକୁ କଂକ୍ରିଟ କରିବା ଯୋଜନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri