ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ । କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ସୂଚନା ଦେଇଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ । ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ଭକ୍ତ ଦାସ । ଏଥିସହ ସେ ନିଜେ ନର୍ଲାରୁ ବିଧାନ ସଭା ଟିକେଟରେ ଲଢିବେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି, ଓଡିଶାବାସୀ ଖୁସି ନାହାନ୍ତି, ଏକଥା ଆମେ ସମସ୍ତଙ୍କୁ ଜଣାଇବୁ। କମ୍‌ ଭୋଟ୍‌ରେ ହାରିଥିବା ୬୦ ସିଟ୍‌ ଆଗୁଆ ଘୋଷଣା ହେବ। ଏଥିସହ ଚଳିତ ନିର୍ବାଚନରେ ୧୦୦ରୁ ଅଧିକ ସିଟ୍‌ରେ କଂଗ୍ରେସ ଜିତିବ ବୋଲି ସେ କହିଛନ୍ତି।