ପୂର୍ବ ସ୍ଥିତିକୁ ଫେରିବାକୁ ଲାଗିପଡ଼ିଛି କଂଗ୍ରେସ

ବିଷମକଟକ/ରାୟଗଡ଼ା ଅଫିସ, ୩ା୨(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ଏବେ ସବୁ ଦଳରେ ଚାଲିଛି ଅଙ୍କକଷା। ରାୟଗଡ଼ା ଜିଲା ୨୨ ଜିଲା ପରିଷଦ ଆସନକୁ ନେଇ ଗଠିତ। ପୂର୍ବରୁ ଏଠାରେ ବିଜେଡି, ଭାଜପା ଏବଂ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଉଥିବାବେଳେ ଏଥର ପ୍ରଥମ ଥର ପାଇଁ ବିଏସ୍‌ପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ତେବେ ବିଜେଡିର ସ୍ଥିତି ପୂର୍ବଭଳି ସୁଦୃଢ଼ ରହିଛି। ଏହା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସକୁ ଚିନ୍ତାରେ ପକାଇଛି। ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ କଂଗ୍ରେସ ପ୍ରଥମ ସ୍ଥାନ ଦଖଲ ଲାଗି କେତୋଟି ସ୍ଥାନରେ ବିଜେଡି ସହ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା। କିନ୍ତୁ କଂଗ୍ରେସ ୧୪ ଜିଲା ପରିଷଦ ଆସନ ହାସଲ କରି ଜିଲା ପରିଷଦ ଗଠନ କରିଥିଲା। ସେତେବେଳେ ରାୟଗଡ଼ା ଜିଲାର ସମସ୍ତ ବ୍ଲକରେ ପଦପଦବୀ ପାଇଁ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖାଦେଇଥିଲା। ଏହାର ଲାଭ ଉଠାଇଥିଲା କଂଗ୍ରେସ। ୧୧ ଆସନରୁ କଂଗ୍ରେସ ଜିତିବାରେ ସଫଳ ହୋଇଥିଲା। ସେଥିମଧ୍ୟରୁ ଭାଜପା ୪, କଂଗ୍ରେସ ୧୧ ଓ ବିଜେଡି ୭ ଆସନ ହାତେଇଥିଲା। ଫଳରେ ବିଜେଡିକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ଚଳିତ ନିର୍ବାଚନରେ ବିଜେଡି ସମ୍ମାନ ରକ୍ଷା ପାଇଁ ପ୍ରୟାସ ଚଳାଇଛି। ୨୦୦୭ରେ ବିଜେଡି ୨୨ ଆସନରୁ ଅଧିକ ଆସନରେ ଜିଣି ଜିଲା ପରିଷଦ ଗଠନ କରିଥିଲା। ସେହିପରି ୨୦୧୨ରେ ପୁଣି କଂଗ୍ରେସ ୯ ଏବଂ ବିଜେଡି ୧୨ ଆସନ ପାଇଥିଲା। କିନ୍ତୁ ବିଜେଡି ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇଥିଲା। କଂଗ୍ରେସ ବିଜୟୀ ହୋଇଥିଲା। ୨୦୧୭ ରେ କଂଗ୍ରେସ ଦଳର ସ୍ଥିତି ଜିଲାରେ ଏକ ନମ୍ବରକୁ ଚାଲିଯାଇଥିଲା। କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ ଦଳର ସ୍ଥିତି କ’ଣ ରହିବ ତାହା ଆଗାମୀ ସମୟ କହିବ। ୨୦୧୯ ରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ବିଷମକଟକ, ରାୟଗଡ଼ା ଓ ଗୁଣପୁର ବିଧାନସଭା ଆସନରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା। କିନ୍ତୁ ଅଳ୍ପ ଭୋଟ ବ୍ୟବଧାନରେ କଂଗ୍ରେସକୁ ପରାସ୍ତ ହେବାକୁ ପଡ଼ିଥିଲା। ବିଷମକଟକରୁ ବିଜେଡି, ଗୁଣପୁରରୁ ବିଜେଡି ଏବଂ ରାୟଗଡ଼ାରୁ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହେଇଥିଲେ। ବିଷମକଟକ ବିଧାନସଭା ଆସନରେ ଥିବା ୪ ବ୍ଲକର ୮ଜୋନ୍‌କୁ ନେଇ ବିଷମକଟକ ନିର୍ବାଚନ ମଣ୍ଡଳୀ ଗଠିତ। ୨୦୧୭ ନିର୍ବାଚନରେ କଂଗ୍ରେସ ବିଷମକଟକ ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିଥିଲା। ଏମିତିକି ବିଷମକଟକରୁ ୨, ମୁନିଗୁଡ଼ାରୁ ୧, କୋଲନରାରୁ ୧, କଲ୍ୟାଣସିଂହପୁରରୁ ୧ ଆସନ ହାତେଇଥିଲା। କାଶୀପୁରରେ ୨, ଗୁଡାରିରେ ୧, ଗୁଣପୁରରୁ ୧, ଚନ୍ଦ୍ରପୁରରୁ ୧, ପଦ୍ମପୁରରୁ ୧ ଆସନ ହାତେଇ ପୁରୁଷୋତ୍ତମ ଗମାଙ୍ଗ ଜିଲା ପରିଷଦ ଅଧ୍ୟକ୍ଷ ପଦ ହାସଲ କରିଥିଲେ। କିନ୍ତୁ ୨୦୨୦ରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ହୋଇଥିବା ଉପନିର୍ବାଚନ ହୋଇଥିଲା। ବିଜେଡି ପୂର୍ବରୁ ୭ ଆସନରେ ଜିତିଥିବାବେଳେ କୌଶଳ କ୍ରମେ ପରେ ଭାଜପାର ୪ ଓ କଂଗ୍ରେସର ୩ ଆସନ ହାତେଇ ଜିଲା ପରିଷଦ ଗଠନ କରିବାରେ ସଫଳ ହୋଇଥିଲା। ଦଳ ପକ୍ଷରୁ ଗଙ୍ଗାଧର ପୁଆଲା ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଥିଲେ। ଚଳିତ ନିର୍ବାଚନରେ କେଉଁ ଦଳର ରଣକୌଶଳ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri