ପୂର୍ବ ସ୍ଥିତିକୁ ଫେରିବାକୁ ଲାଗିପଡ଼ିଛି କଂଗ୍ରେସ

ବିଷମକଟକ/ରାୟଗଡ଼ା ଅଫିସ, ୩ା୨(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ଏବେ ସବୁ ଦଳରେ ଚାଲିଛି ଅଙ୍କକଷା। ରାୟଗଡ଼ା ଜିଲା ୨୨ ଜିଲା ପରିଷଦ ଆସନକୁ ନେଇ ଗଠିତ। ପୂର୍ବରୁ ଏଠାରେ ବିଜେଡି, ଭାଜପା ଏବଂ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଉଥିବାବେଳେ ଏଥର ପ୍ରଥମ ଥର ପାଇଁ ବିଏସ୍‌ପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ତେବେ ବିଜେଡିର ସ୍ଥିତି ପୂର୍ବଭଳି ସୁଦୃଢ଼ ରହିଛି। ଏହା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସକୁ ଚିନ୍ତାରେ ପକାଇଛି। ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ କଂଗ୍ରେସ ପ୍ରଥମ ସ୍ଥାନ ଦଖଲ ଲାଗି କେତୋଟି ସ୍ଥାନରେ ବିଜେଡି ସହ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା। କିନ୍ତୁ କଂଗ୍ରେସ ୧୪ ଜିଲା ପରିଷଦ ଆସନ ହାସଲ କରି ଜିଲା ପରିଷଦ ଗଠନ କରିଥିଲା। ସେତେବେଳେ ରାୟଗଡ଼ା ଜିଲାର ସମସ୍ତ ବ୍ଲକରେ ପଦପଦବୀ ପାଇଁ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖାଦେଇଥିଲା। ଏହାର ଲାଭ ଉଠାଇଥିଲା କଂଗ୍ରେସ। ୧୧ ଆସନରୁ କଂଗ୍ରେସ ଜିତିବାରେ ସଫଳ ହୋଇଥିଲା। ସେଥିମଧ୍ୟରୁ ଭାଜପା ୪, କଂଗ୍ରେସ ୧୧ ଓ ବିଜେଡି ୭ ଆସନ ହାତେଇଥିଲା। ଫଳରେ ବିଜେଡିକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ଚଳିତ ନିର୍ବାଚନରେ ବିଜେଡି ସମ୍ମାନ ରକ୍ଷା ପାଇଁ ପ୍ରୟାସ ଚଳାଇଛି। ୨୦୦୭ରେ ବିଜେଡି ୨୨ ଆସନରୁ ଅଧିକ ଆସନରେ ଜିଣି ଜିଲା ପରିଷଦ ଗଠନ କରିଥିଲା। ସେହିପରି ୨୦୧୨ରେ ପୁଣି କଂଗ୍ରେସ ୯ ଏବଂ ବିଜେଡି ୧୨ ଆସନ ପାଇଥିଲା। କିନ୍ତୁ ବିଜେଡି ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇଥିଲା। କଂଗ୍ରେସ ବିଜୟୀ ହୋଇଥିଲା। ୨୦୧୭ ରେ କଂଗ୍ରେସ ଦଳର ସ୍ଥିତି ଜିଲାରେ ଏକ ନମ୍ବରକୁ ଚାଲିଯାଇଥିଲା। କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ ଦଳର ସ୍ଥିତି କ’ଣ ରହିବ ତାହା ଆଗାମୀ ସମୟ କହିବ। ୨୦୧୯ ରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ବିଷମକଟକ, ରାୟଗଡ଼ା ଓ ଗୁଣପୁର ବିଧାନସଭା ଆସନରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା। କିନ୍ତୁ ଅଳ୍ପ ଭୋଟ ବ୍ୟବଧାନରେ କଂଗ୍ରେସକୁ ପରାସ୍ତ ହେବାକୁ ପଡ଼ିଥିଲା। ବିଷମକଟକରୁ ବିଜେଡି, ଗୁଣପୁରରୁ ବିଜେଡି ଏବଂ ରାୟଗଡ଼ାରୁ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହେଇଥିଲେ। ବିଷମକଟକ ବିଧାନସଭା ଆସନରେ ଥିବା ୪ ବ୍ଲକର ୮ଜୋନ୍‌କୁ ନେଇ ବିଷମକଟକ ନିର୍ବାଚନ ମଣ୍ଡଳୀ ଗଠିତ। ୨୦୧୭ ନିର୍ବାଚନରେ କଂଗ୍ରେସ ବିଷମକଟକ ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିଥିଲା। ଏମିତିକି ବିଷମକଟକରୁ ୨, ମୁନିଗୁଡ଼ାରୁ ୧, କୋଲନରାରୁ ୧, କଲ୍ୟାଣସିଂହପୁରରୁ ୧ ଆସନ ହାତେଇଥିଲା। କାଶୀପୁରରେ ୨, ଗୁଡାରିରେ ୧, ଗୁଣପୁରରୁ ୧, ଚନ୍ଦ୍ରପୁରରୁ ୧, ପଦ୍ମପୁରରୁ ୧ ଆସନ ହାତେଇ ପୁରୁଷୋତ୍ତମ ଗମାଙ୍ଗ ଜିଲା ପରିଷଦ ଅଧ୍ୟକ୍ଷ ପଦ ହାସଲ କରିଥିଲେ। କିନ୍ତୁ ୨୦୨୦ରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ହୋଇଥିବା ଉପନିର୍ବାଚନ ହୋଇଥିଲା। ବିଜେଡି ପୂର୍ବରୁ ୭ ଆସନରେ ଜିତିଥିବାବେଳେ କୌଶଳ କ୍ରମେ ପରେ ଭାଜପାର ୪ ଓ କଂଗ୍ରେସର ୩ ଆସନ ହାତେଇ ଜିଲା ପରିଷଦ ଗଠନ କରିବାରେ ସଫଳ ହୋଇଥିଲା। ଦଳ ପକ୍ଷରୁ ଗଙ୍ଗାଧର ପୁଆଲା ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଥିଲେ। ଚଳିତ ନିର୍ବାଚନରେ କେଉଁ ଦଳର ରଣକୌଶଳ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା...

୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...

ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...

ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...

ବସ୍‌ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…

ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...

୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri