ପ୍ରାର୍ଥୀ ହେବାକୁ ଇଚ୍ଛା କଲେନି ଅଜିତଙ୍କ ପରିବାର ସଦସ୍ୟ: ଆଜି କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା ହୋଇପାରେ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ନିକଟରେ ପ୍ରକାଶ ପାଇଥିବା ସାନି ତାରିଖକୁ ମଧ୍ୟ ଗୁରୁବାର ପରିବର୍ତ୍ତନ କରାଯାଇଛି। ମେ ୧୩ ତାରିଖ ପରିବର୍ତ୍ତେ ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ କାରଣରୁ ଭୋଟ ତାରିଖରେ ପରିବର୍ତ୍ତନ କରାଯାଇଥିଲା। ଏବେ ପିପିଲିରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଅଜିତଙ୍କ ପରିବାରରୁ କେହି ଏଥିରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି। ଅଜିତଙ୍କ ସ୍ତ୍ରୀ କିମ୍ବା ତାଙ୍କ ଭାଇଙ୍କୁ ପ୍ରାର୍ଥୀ କରିବା ସକାଶେ ଦଳ ତରଫରୁ ଚେଷ୍ଟା କରାଯାଇଥିଲା। କିନ୍ତୁ ତାହା ସମ୍ଭବ ହୋଇ ନାହିଁ। ଦଳର ପ୍ରାର୍ଥୀ ଚୟନ କମିଟିକୁ ଅଜିତଙ୍କ ପରିବାର ଲୋକେ ସିଧାସଳଖ ମନା କରିଦେଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛଝନ୍ତି। ସେ କହିଛନ୍ତି, ଅଜିତଙ୍କ ପରିବାର ସଦସ୍ୟ ମନା କରିଦେବା ପରେ ବର୍ତ୍ତମାନ ୩ ଜଣଙ୍କ ନାଁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ପଠାଇ ଦିଆଯାଇଛି। ଏଆଇସିସି ଯାହାକୁ ଚୂଡ଼ାନ୍ତ କରିବ ତାଙ୍କ ନାମ ଯଥାଶୀଘ୍ର ଘୋଷଣା କରାଯିବ। ତେବେ ରିପୋର୍ଟ ଅନୁଯାୟୀ ଶୁକ୍ରବାର ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବୋଲି ଜାଣିବାକୁ ମିଳିଛି।