କେସିଙ୍ଗା ୧ ନଂ ଜୋନ୍‌ରେ କଂଗ୍ରେସର ପ୍ରଚାର ଜୋରଦାର

କେସିଙ୍ଗା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୧ନଂ ଜୋନ୍‌ରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏହି ଜୋନ୍‌ରେ ବେଲଖଣ୍ଡି, ହାତୀଖୋଜ, ସିରଜାପାଲି,ତୁଣ୍ଡଳା, ନୂନ ମାଠ, ତୁର୍ଲା ଖମାନ, କାସୁରୁପଦା, କାଣ୍ଟେସିର୍‌, ପରଲସିଙ୍ଗା ଆଦିି ୯ ପଞ୍ଚାୟତ ରହିଛି। ଜୋନ୍‌ରେ ଜିଲା ପରିଷଦ ସଭ୍ୟା ଭାବେ ରାଜ କୁମାରୀ ସରାଫଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପ୍ରତ୍ୟେକ ଘର ଘର ବୁଲି ଭୋଟରଙ୍କୁ ଭୋଟ ମାଗୁଥିବା ଦେଖାଯାଇଛି। ତାଙ୍କ ସହ କଂଗ୍ରେସର ପୂର୍ବତନ ଜିଲାପରିଷଦ ସଭ୍ୟା ମାହିନ୍ଦ୍ରୀ ସାହୁ,ଦୟାଳୁ ନାଗ,ଟିକେମନ ଦୀପ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ ଜୋରସୋରରେ ଭୋଟ ପ୍ରଚାର କରୁଛନ୍ତି।