Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ସଦସ୍ୟ ଅନୁରାଗ ଠାକୁରଙ୍କ ଜାତି ମନ୍ତବ୍ୟକୁ ବୁଧବାର ବିପକ୍ଷ ସଦସ୍ୟମାନେ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ଦେଶବ୍ୟାପୀ ଜାତିଗତ ଜନଗଣନା କରାଇବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ମୁହଁାମୁହଁି ହେବାରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।
ସଭାରେ ମଙ୍ଗଳବାର ବଜେଟ ଉପରେ ଆଲୋଚନା ବେଳେ ରାହୁଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଟାର୍ଗେଟ କରିଥିଲେ। ବଜେଟ ପୂର୍ବରୁ ହଲଓ୍ବା ସେରେମନିର ଫଟୋ ଦେଖାଇ ରାହୁଲ କହିଥିଲେ, ସୀତାରାମନ୍‌ ହଲଓ୍ବା ପରଷୁଥିବାବେଳେ ତାଙ୍କ ସହ କେହି ଜଣେ ହେଲେ ଏସ୍‌ସି, ଏସ୍‌ଟି କିମ୍ବା ଓବିସି ନ ଥିଲେ। କେବଳ ଉଚ୍ଚଜାତିର ଲୋକଙ୍କୁ ହଲଓ୍ବା ଦିଆଯାଇଥିଲା। ଏହା ଉପରେ ଜବାବ ରଖି ଅନୁରାଗ କହିଥିଲେ, ଯାହାଙ୍କର ଜାତିଗୋତ୍ର ଜଣାନାହିଁ, ସେ ଆମକୁ ଜାତି କଥା କହୁଛନ୍ତି। ଏହି ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ହଟ୍ଟଗୋଳ ହୋଇଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରାଗଙ୍କ ଭାଷଣକୁ ଏକ୍ସ’ରେ ଶେୟାର କରିଥିଲେ। ବୁଧବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଗୃହ ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଅନୁମତି ନ ଦେବାରୁ କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି ଏବଂ ଶିବସେନା (ୟୁବିଟି) ଏମ୍‌ପିମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ପ୍ରଧାନମନ୍ତ୍ରୀ ଅନୁରାଗଙ୍କ ଜାତି ମନ୍ତବ୍ୟ ବେଳର ଦୃଶ୍ୟକୁ ଶେୟାର କରିବା ସଂସଦୀୟ ସ୍ବାଧିକାରର ଭଙ୍ଗ ବୋଲି ସେମାନେ ସମାଲୋଚନା କରିଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିବାକୁ ଉଠିବାରୁ କଂଗ୍ରେସ ଉପନେତା ଗୌରବ ଗୋଗୋଇ ଓ ଅନ୍ୟ କେତେଜଣ ବିରୋଧୀ ସଦସ୍ୟ କାଗଜ ଚିରି ଗୃହ ମଧ୍ୟଭାଗକୁ ଫୋପାଡ଼ିଥିଲେ। ବିର୍ଲା ଏହାକୁ ନାପସନ୍ଦ କରିବା ସହ ଏପରି କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ରିଜିଜୁ କହିଥିଲେ, କଂଗ୍ରେସ ଜାତି ଆଧାରରେ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ କରିଥିଲା। ତେଣୁ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଜାତି ପଚାରିବାରେ କିଛି ଭୁଲ୍‌ ନାହିଁ।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ଏମ୍‌ପି ଚରଣଜିତ୍‌ ସିଂ ଚନ୍ନି ରୁଲ୍‌ ୨୨୨ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?