ଫେଲ୍‌ ମାରିଛି କଂକ୍ରିଟ ଖଳା ଯୋଜନା

କେନ୍ଦ୍ରାପଡ଼ା ଅଫିସ,୧୮ା୧୧: କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ଚିନାବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ କଂକ୍ରିଟ ଖଳା ଯୋଜନା ନେଇ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ଜିଲାରେ ଇତିମଧ୍ୟରେ ୧୦୬ଟି ଖଳା ନିର୍ମାଣ ହୋଇଛି। ତେବେ ଏହି ଖଳା ଚାଷୀଙ୍କ ପରିବର୍ତ୍ତେ କେତେଜଣ ପ୍ରଭାବଶାଳୀଙ୍କ ଜବରଦଖଲକୁ ଚାଲିଯାଇଛି। ସେହିପରି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ଅଳ୍ପ କେତେଦିନ ମଧ୍ୟରେ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ଡେରାବିଶ ବ୍ଲକ ବାରିମୂଳର ଅନନ୍ତ ମଲ୍ଲିକ କୁହନ୍ତି, ଖରିଫ ଧାନ ଅମଳ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜିଲାରେ ଧାନ ଚାଷ ଅଧିକ। ଏହାକୁ ଅମଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ କଂକ୍ରିଟ ଖଳା ନିର୍ମାଣ ହୋଇଛି। ତେବେ ଏହି ଖଳା ଏବେ କେତେଜଣ ଲୋକଙ୍କ ଜବରଦଖଲକୁ ଚାଲିଯାଇଛି। ଖଳାରେ ଗାଈ, ମଇଁଷି ବାନ୍ଧିବା ସହ ଘଷିଭାଡି ରହିଛି। ଏପରି କି ଏହି ଖଳାରେ ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଦେଖିବାକୁ ମିଳିଛି। ଜିଲାରେ ସାଧାରଣତଃ ଧାନ ଅମଳ ସମୟରେ ସାମୁଦ୍ରିକ ଝଡ଼ ଦେଖାଯାଇଥାଏ। ଏହି ସମୟରେ ଅମଳ ସମସ୍ୟା ହୋଇଥାଏ। ତେବେ ଜବରଦଖଲରେ ଖଳା ଥିବାରୁ ଚାଷୀ କଂକ୍ରିଟ ଖଳାର ଉପଯୋଗ କରିପାରୁ ନାହାନ୍ତି। ମହାକାଳପଡ଼ାର ଚାଷୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଗୋଟିଏ କଂକ୍ରିଟ ଖଳାରେ ଅନୂ୍ୟନ ୭ରୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବ୍ୟୟ ହେଉଛି। ତେବେ ନିର୍ମାଣକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନଜର ରହୁନାହିଁ। ଫଳରେ ଠିକାଦାର ଖଳା ନିର୍ମାଣ ପରେ ଦୁଇ ମାସ ମଧ୍ୟରେ ଏହା ନଷ୍ଟ ହୋଇଯାଉଛି। ସେହିପରି ଖଳା ନିର୍ମାଣ ସ୍ଥାନ ଚୟନରେ ବହୁ ତ୍ରୁଟି ଅଛି। ଖଳାକୁ କ୍ଷେତ ଅଞ୍ଚଳ ମଧ୍ୟରେ ରଖିଲେ ଏହାର ସୁଉପଯୋଗ ହୋଇପାରିବ। ତେବେ କେତେକ ଖଳା ଓ କ୍ଷେତର ଦୂରତା ପ୍ରାୟ ୩ରୁ ୫ କିଲୋମିଟର ରହୁଥିବାରୁ ଚାଷୀ ଏହାକୁ ଉପଯୋଗ କରି ପାରୁନାହାନ୍ତି। ଏହାସହ ଖଳାକୁ ଜବରଦଖଲକାରୀଙ୍କଠାରୁ ମୁକ୍ତ କରା ନ ଗଲେ ଯୋଜନା ଫେଲ୍‌ ମାରିଛି ବୋଲି କୁହାଯାଇପାରେ। ଏ ସମ୍ପର୍କରେ ଜିଲା କୃଷି ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଜିଲାରେ ମୋଟ ୧୦୬ଟି ଖଳା ମଧ୍ୟରୁ କୃଷି ବିଭାଗ ପକ୍ଷରୁ ୨୮ଟି ଖଳା ନିର୍ମାଣ ହୋଇଛି। ଅବଶିଷ୍ଟ ୭୮ ଖଳା ଆର୍‌ଏମ୍‌ସି ପକ୍ଷରୁ ନିର୍ମାଣ କରାଯାଇଛି। ପ୍ରାୟ ଅଢ଼େଇ ଗୁଣ୍ଠ ଜମି ଉପରେ ଖଳା ନିର୍ମାଣ ପାଇଁ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଗ୍ରାମର ଚାଷୀ ଏହାକୁ ଉପଯୋଗ କରିବା କଥା। ଗ୍ରାମବାସୀଙ୍କ ବିରୋଧ ହେଲେ ଜବରଦଖଲ ହଟିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଆର୍‌ଏମ୍‌ସି ସମ୍ପାଦକ ଅମର କୁମାର ନାୟକ କହିଛନ୍ତି, ଜବରଦଖଲ ସମ୍ପର୍କରେ ଅଦ୍ୟାବଧି କୌଣସି ଅଭିଯୋଗ ଆସିନାହିଁ। ଏପରି ଘଟଣା ନଜରକୁ ଆସିଲେ ପ୍ରଶାସନିକ ତଦନ୍ତ ସହ ପୋଲିସ ସହଯୋଗରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri