ନର୍କ ଓ ସ୍ବର୍ଗର ଧାରଣା

ପ୍ରାୟ ପ୍ରତି ଧର୍ମର ଅନୁଗତମାନେ କହନ୍ତି, ସେମାନଙ୍କ ଧର୍ମରେ ବିଶ୍ୱାସ କରୁ ନ ଥିବା ଲୋକେ ନର୍କକୁ ଯିବେ, ସେମାନେ ନିଜେ ଯେ ଅନ୍ୟ ଧର୍ମର ବିଶ୍ୱାସୀମାନଙ୍କ ମତରେ ନର୍କକୁ ଯିବେ ଭୁଲିଯାଆନ୍ତି। ଏକ ଧର୍ମର ପ୍ରଚାରକ ଅନ୍ୟ ଧର୍ମର ଅନୁଗାମୀ ହୋଇ ନ ଥିବାରୁ ନର୍କକୁ ଯିବ – ଅର୍ଥାତ୍‌ ଦୁନିଆରେ ସବୁ ଲୋକ ନର୍କକୁ ଯିବେ, କେହି ସ୍ବର୍ଗକୁ ଯିବେ ନାହିଁ। ସ୍ବର୍ଗର ଧାରଣା ତେବେ ଅଳୀକ। ଏସବୁ ସାଧାରଣ ଜ୍ଞାନର ଅଭାବ ଯୋଗୁ ଘଟିଥାଏ। ଜ୍ଞାନ ଲୋକକୁ ବିଜ୍ଞ ଓ ସମର୍ଥ କରିଥାଏ, ଉତ୍ତମ ନାଗରିକ କରିଥାଏ। ସେଇଥିପାଇଁ କୁହାଯାଏ ‘ଶିକ୍ଷା-ବିହୀନ ଗଣତନ୍ତ୍ର ସୀମାହୀନ ପ୍ରବଞ୍ଚନା’: ଡିମୋକ୍ରାସି ୱିଦାଉଟ୍‌ ଏଜୁକେଶନ ଇଜ୍‌ ହିପୋକ୍ରାସି ୱିଦାଉଟ୍‌ ଲିମିଟେଶନ। କୌଣସି ଗୋଟିଏ ଗୀତ ବା କବିତାର ମାନେ ବୁଝିବାକୁ କାଲ୍‌କୁଲସ୍‌ ଭଳି ଉଚ୍ଚତର ଗଣିତ ଦରକାର ହୁଏ ନାହିଁ। କିନ୍ତୁ ସଙ୍ଗୀତ କିଭଳି ବାହାରୁଛି ଓ କବିତା ଲେଖିବା ପଛରେ ମଣିଷର ମୁଣ୍ଡ କିପରି କାମ କରୁଛି, ସେଗୁଡ଼ିକୁ ଜାଣିବାରେ ବିଶେଷ ଜ୍ଞାନ, ବିଜ୍ଞାନ, ସହାୟକ ହୁଏ। ନିୟମରେ ଚାଲିବାକୁ ନିୟମିତ କୁହାଯାଏ। ଏହାର ଓଲଟା ହେଉଛି ଘଟଣାଚକ୍ରରେ ବା ସଂଯୋଗକ୍ରମେ, ହଠାତ୍‌ ବା ଚାନ୍ସରେ ଘଟିବା। ପ୍ରକୃତି ଯେ ନିୟମାନୁଗତ, ତା’ର କାର୍ଯ୍ୟପ୍ରଣାଳୀ ନିୟମିତ, ଏ କଥା ଆଦି ମାନବ ଜାଣି ନ ଥିଲା, ବଣ ଜଙ୍ଗଲରେ ଅନ୍ୟ ପ୍ରାଣୀମାନଙ୍କ ଭଳି ତିଷ୍ଠିଥିଲା। ୧୨ ଲକ୍ଷ ବର୍ଷ ତଳେ ପୃଥିବୀରେ ମଣିଷ ସଂଖ୍ୟା ୫୫ ହଜାର ପାଖାପାଖି ଥିଲା ବୋଲି ବୈଜ୍ଞାନିକମାନେ ଅନୁମାନ କରନ୍ତି। ସେମାନେ ଚଳୁଥିଲେ ଯେପରି ଆଜି ଜଙ୍ଗଲର ପ୍ରାଣୀମାନେ ଚଳନ୍ତି। ୨୦,୦୦୦ ବର୍ଷ ତଳେ ଗତ ବରଫ ଯୁଗ ଶେଷ ହେଲା ବେଳକୁ ମଣିଷ ସଂଖ୍ୟା ୧୦ ଲକ୍ଷ ହେଲା। ପରବର୍ତ୍ତୀ ୧୫୦୦୦ ବର୍ଷରେ ଧୀରେ ଧୀରେ ବିବର୍ତ୍ତନ ଘଟି ଖ୍ରୀଷ୍ଟପୂର୍ବ ୫୦୦୦ ବେଳକୁ (ଅର୍ଥାତ୍‌ ଆଜିଠୁ ପ୍ରାୟ ୭୨୦୦ ବର୍ଷ ତଳେ) ମାନବ ସଂଖ୍ୟା ୫୦ ଲକ୍ଷ ହୋଇଗଲା। ପରବର୍ତ୍ତୀ କାଳରେ ମଣିଷର ସାମାଜିକ ଓ ଅର୍ଥନୈତିକ ଜୀବନରେ ଏଭଳି ପରିବର୍ତ୍ତନ ଘଟିଲେ ଯେ ୧୮୦୦ ଖ୍ରୀଷ୍ଟାବ୍ଦ ବେଳକୁ ୧୦୦ କୋଟି ହୋଇଗଲା, ଆଉ ୧୨୫ ବର୍ଷ ଭିତରେ ଏବେ ୮୦୦ କୋଟି ହୋଇଗଲାଣି। ଏ ଶତାବ୍ଦୀ ଶେଷ ବେଳକୁ ୧୦୦୦ କୋଟି ହୋଇଯାଇଥିବ।
ପ୍ରାରମ୍ଭରେ ଫଳମୂଳ ସଂଗ୍ରହ ତଥା ବନ୍ୟଜନ୍ତୁ ଶିକାର ଉପରେ ନିର୍ଭରଶୀଳ ଯାଯାବର ଜୀବନ ହେଉ କି ପରେ କୃଷିଭିତ୍ତିକ ସ୍ଥାୟୀ ବସବାସ ଜୀବନ ହେଉ ବଳବାନ୍‌ର ଦୁର୍ବଳ ଉପରେ ଉପତ୍ୀଡ଼ନ ଚାଲୁ ରହିଲା। ଯେତେ ପ୍ରକାର ଶାସନ ବ୍ୟବସ୍ଥା ହେଲେ ବି, ନୀତି ନିୟମ କଲେ ବି ବଳବାନ୍‌ର ନିରୀହ ଉପରେ ଅତ୍ୟାଚାରକୁ ବା ବଳବାନ୍‌ ଗୋଷ୍ଠୀର ଦୁର୍ବଳ ଗୋଷ୍ଠୀ ଉପରେ ନିର୍ଯାତନାକୁ ରୋକିହେଲା ନାହିଁ – ଶାସନର ଅନ୍ତରାଳେ ଘଟିଲା। ପ୍ରତିକାର ରୂପେ ଯୁଗେ ଯୁଗେ ଋଷିପ୍ରତିମ ବ୍ୟକ୍ତିମାନେ ପ୍ରଚାରକଲେ ସମାଜକୁ ବାନ୍ଧିରଖିବା ବା ଧରି ରଖିବାର ନିୟମ – ଧର୍ମ: ଯେ ଯାହାର ଧର୍ମ ନ ପାଳିଲେ ସଂସାରକୁ ନିୟନ୍ତ୍ରଣ କରୁଥିବା ଶକ୍ତି – ଈଶ୍ୱର/ଆଲ୍ଲା/ଲର୍ଡ/ଗଡ୍‌ – ଜୀବନ ଶେଷରେ ଦଣ୍ଡ ଦେବେ। ଏପରି ସବ୍‌ଜାନତା ଐଶ୍ୱରିକ ଶକ୍ତିର ଅବତାରଣା କଲାବେଳେ ତାଙ୍କର ରହିବା ସ୍ଥାନ ବି ତ ଦେଖାଇବାକୁ ପଡ଼ିବ। ତାକୁ କୁହାଗଲା ସ୍ବର୍ଗ। ଈଶ୍ୱର ଦଣ୍ଡ ଦେଲେ ସେ ତ ପୁଣି ଦଣ୍ଡ ଭୋଗିବା ସ୍ଥାନ ଦେଖାଇବେ, ତାହା ହେଲା ନର୍କ। ଧର୍ମପ୍ରଚାରକମାନେ କହିଲେ ଯେ ସେ ସବୁ ଦେଖୁଛନ୍ତି, ଲୁଚାଛପା କାମ ବି, ଯାହା ଅଧର୍ମ ବା ଧର୍ମାନୁମୋଦିତ ନୁହେଁ ତାହା ପାପ, ତାହା କଲେ ନର୍କ ଭୋଗିବାକୁ ପଡ଼ିବ। ଧର୍ମର ଅନୁଗତମାନେ ଧର୍ମ ବା ନିୟମ ସବୁ ପାଳନକଲେ ସଂସାର ସୁଖଶାନ୍ତି ନଷ୍ଟ ହେବନାହିଁ, ମଣିଷର ଜୀବନ ଧର୍ମପରାୟଣ ହେଉଥିବାରୁ ଈଶ୍ୱର ଏଭଳି ଧର୍ମାଳୁକୁ ସ୍ବର୍ଗକୁ ନେଇଯିବେ ବୋଲି ଆଶା ଦିଅନ୍ତି ଧର୍ମପ୍ରଚାରକମାନେ। ଗୀତାରେ କୁହାଯାଇଛି ଧର୍ମପ୍ରଚାରକ ନ କହି ଧର୍ମସଂସ୍ଥାପକ କୁହାଯାଇଛି, କାରଣ ପ୍ରଚଳିତ ଧର୍ମକୁ ଶୁଦ୍ଧକରି ସ୍ଥାପନ କରିବା ହିଁ ସଂସ୍ଥାପନ। ଗୀତାରେ ପ୍ରଚଳିତ ଧର୍ମ ହେଉଛି ସନାତନ ବା ପାରମ୍ପରିକ ଧର୍ମ, ଯାହା ସେତେବେଳେ ବର୍ଣ୍ଣଭିତ୍ତିକ ବା ଜାତିଭିତ୍ତିକ ଥିଲା।
ମଣିଷ ଦେଖିଥିବ ପରିବେଶ ଓ ଜଳବାୟୁର କ୍ରମାନ୍ବୟତା ବା ପର୍ଯ୍ୟାୟ ଅଛି, ଯେତେବେଳେ ପର୍ଯ୍ୟାୟର ବ୍ୟତିକ୍ରମ ଅର୍ଥାତ୍‌ (ପ୍ରାକୃତିକ) ବିପର୍ଯ୍ୟୟ ଘଟିଥିବ, ସେ ଭାବିଥିବ କୌଣସି ନୈସର୍ଗିକ ଶକ୍ତି ପରିବେଶକୁ ନିୟନ୍ତ୍ରିତ କରୁଛି, ତାହାର ବିଭାବ ମାନ ପରିବେଶ ତଥା ମଣିଷର ଜୀବନକୁ ନିୟନ୍ତ୍ରିତ କରୁଛି। ସେଇଠୁ ଧର୍ମର ଧାରଣା ଦୃଢ଼ୀଭୂତ ହୋଇଥିବ, ନିଜେ ନିୟମ (ଧର୍ମ) ନ ମାନିଲେ ଅକାଳ (ବିପଦ) ଆସିବ, ଯେଉଁ ବିପଦକୁ ଅକ୍ତିଆର କରିପାରି ନ ଥିବ ତାକୁ ଈଶ୍ୱରଙ୍କ ଅଭିଶାପ ବୋଲି ଧରିନେଇ ପୂଜାପାଠ କରିଥିବ। ଖାଦ୍ୟ ସଂଗ୍ରହ ସହ ଆଶ୍ରୟସ୍ଥଳୀ ସୁବିଧା ଘେନି ବିଭିନ୍ନ ଅଞ୍ଚଳରେ ବିଚ୍ଛିନ୍ନ ହୋଇ ରହିଥିବାରୁ ଭାଷା ଭିନ୍ନ ହେଲା ତ ଦେବଦେବୀଙ୍କ ନାଁ ଭିନ୍ନ ଦେଲା। ପ୍ରକୃତିର ନିୟମିତତାକୁ ଲକ୍ଷ୍ୟକରି ମଧ୍ୟ ସେମାନେ ଭାବୁଥିଲେ ପୃଥିବୀ ସମସ୍ତଙ୍କର କେନ୍ଦ୍ର, ଉପରର ଆକାଶ ହେଉଛି ସ୍ବର୍ଗ, ତଳେ କିଛି ଜାଣି ନ ହେଉଥିବା ପରିବେଶ ହେଉଛି ନର୍କ।
ବ୍ରହ୍ମାଣ୍ଡରେ ସୌରମଣ୍ଡଳ ବାହାରେ ବି ପୃଥିବୀ ଭଳି ବହୁ ଗ୍ରହ (ଏକ୍ସୋପ୍ଲାନେଟ୍‌) ଅଛି, କୌଣସି କୌଣସି ଏକ୍ସୋପ୍ଲାନେଟ୍‌ରେ ମଣିଷ ଭଳି ବା ମଣିଷଠାରୁ ଜ୍ଞାନୀ ଜୀବ ଥାଇପାରନ୍ତି, ବୈଜ୍ଞାନିମାନେ ସେଗୁଡିକୁ ଠାବ କରିବାର ଟେକ୍ନୋଲୋଜି ଏଯାଏ ପାଇନାହାନ୍ତି, ଅଥବା ଏକ୍ସୋପ୍ଲାନେଟ୍‌ର ଅଧିବାସୀମାନେ ଏଯାଏ ଆମ ସହ ସମ୍ପର୍କ ରଖିପାରିନାହାନ୍ତି। ଏମିତି ବହୁ ସଂସାର ଅଛି, ଯେଉଁଠି ଗ୍ରହର ଦୃଶ୍ୟଭାଗ ସ୍ବର୍ଗ ଓ ଅଦୃଶ୍ୟ ନିମ୍ନଭାଗ ପାତାଳ ବା ନର୍କ କୁହାହେଉଥିବ। ତେଣୁ ଏବେ ଭାବିବା କଥା ଯେ ମନର ଅବସ୍ଥା ଉପରେ ନର୍କ ଓ ସ୍ବର୍ଗର ଧାରଣା ପର୍ଯ୍ୟବସିତ; ଅନିୟମ କାମ ମନରେ ଯେଉଁ ଦୁଃଖ ଓ କଷ୍ଟ ଆଣେ ତାହା ନର୍କ, ଆଉ ଭଲ କାମ ମନରେ ଯେଉଁ ସୁଖ ଓ ଖୁସି ଆଣେ ତାହା ସ୍ବର୍ଗ। ଭଲ କାମ କରିବା ଓ କାହାରିକୁ ଦୁଃଖ ନ ଦେବା ହେଉଛି ଧର୍ମ। ପ୍ରଚାରକ ବା ଅବତାର ଶୁଣାଇଥିବା କେତେକ ରୀତିନୀତି ମାନିବାକୁ ସେହି ପ୍ରଚାରକଙ୍କ ନାଁରେ ଧର୍ମ ବୋଲି କହିବା ଆମର ଭୁଲ୍‌, ପ୍ରଚାରକ ନିଜେ ଧର୍ମର ନାଁ ଦେଇନାହାନ୍ତି, ସେମାନଙ୍କ ଅନୁଗତମାନେ ବା ଶିଷ୍ୟମାନେ ହିଁ ତାଙ୍କ ନାମାନୁସାରେ ଧର୍ମର ନାମ ରଖିଛନ୍ତି। ମହମ୍ମଦ ଜନ୍ମରୁ ଇସ୍‌ଲାମ ନ ଥିଲେ, ବୁଦ୍ଧ ଜନ୍ମରୁ ବୌଦ୍ଧ ନ ଥିଲେ, ଯିଶୁ ଜନ୍ମରୁ ଖ୍ରୀଷ୍ଟିଆନ୍‌ ନ ଥିଲେ; ଜନ୍ମରୁ ବିଧର୍ମୀ ଥିବା ବ୍ୟକ୍ତି ତ ଧର୍ମପ୍ରଚାରକ! ପ୍ରତ୍ୟେକେ କେତେକ ସାମାଜିକ ରୀତିନୀତି ବଖାଣିଥିଲେ ଓ ସେଗୁଡ଼ିକୁ ଅନୁସରଣକଲେ ମଣିଷ ଜୀବନ ସୁଖମୟ ହେବ ବୋଲି ପ୍ରଚାର କରିଥିଲେ। ଆଉ ହିନ୍ଦୁ ତ ଏକ ସଂସ୍କାର ମାତ୍ର, ଯାହା ମୌସୁମୀ ଅଞ୍ଚଳର ଜଳପୁଷ୍ଟ ଭୂଇଁରେ ବଞ୍ଚିରହିବାର ଧର୍ମ।

ସହଦେବ ସାହ
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri