ନର୍କ ଓ ସ୍ବର୍ଗର ଧାରଣା

ପ୍ରାୟ ପ୍ରତି ଧର୍ମର ଅନୁଗତମାନେ କହନ୍ତି, ସେମାନଙ୍କ ଧର୍ମରେ ବିଶ୍ୱାସ କରୁ ନ ଥିବା ଲୋକେ ନର୍କକୁ ଯିବେ, ସେମାନେ ନିଜେ ଯେ ଅନ୍ୟ ଧର୍ମର ବିଶ୍ୱାସୀମାନଙ୍କ ମତରେ ନର୍କକୁ ଯିବେ ଭୁଲିଯାଆନ୍ତି। ଏକ ଧର୍ମର ପ୍ରଚାରକ ଅନ୍ୟ ଧର୍ମର ଅନୁଗାମୀ ହୋଇ ନ ଥିବାରୁ ନର୍କକୁ ଯିବ – ଅର୍ଥାତ୍‌ ଦୁନିଆରେ ସବୁ ଲୋକ ନର୍କକୁ ଯିବେ, କେହି ସ୍ବର୍ଗକୁ ଯିବେ ନାହିଁ। ସ୍ବର୍ଗର ଧାରଣା ତେବେ ଅଳୀକ। ଏସବୁ ସାଧାରଣ ଜ୍ଞାନର ଅଭାବ ଯୋଗୁ ଘଟିଥାଏ। ଜ୍ଞାନ ଲୋକକୁ ବିଜ୍ଞ ଓ ସମର୍ଥ କରିଥାଏ, ଉତ୍ତମ ନାଗରିକ କରିଥାଏ। ସେଇଥିପାଇଁ କୁହାଯାଏ ‘ଶିକ୍ଷା-ବିହୀନ ଗଣତନ୍ତ୍ର ସୀମାହୀନ ପ୍ରବଞ୍ଚନା’: ଡିମୋକ୍ରାସି ୱିଦାଉଟ୍‌ ଏଜୁକେଶନ ଇଜ୍‌ ହିପୋକ୍ରାସି ୱିଦାଉଟ୍‌ ଲିମିଟେଶନ। କୌଣସି ଗୋଟିଏ ଗୀତ ବା କବିତାର ମାନେ ବୁଝିବାକୁ କାଲ୍‌କୁଲସ୍‌ ଭଳି ଉଚ୍ଚତର ଗଣିତ ଦରକାର ହୁଏ ନାହିଁ। କିନ୍ତୁ ସଙ୍ଗୀତ କିଭଳି ବାହାରୁଛି ଓ କବିତା ଲେଖିବା ପଛରେ ମଣିଷର ମୁଣ୍ଡ କିପରି କାମ କରୁଛି, ସେଗୁଡ଼ିକୁ ଜାଣିବାରେ ବିଶେଷ ଜ୍ଞାନ, ବିଜ୍ଞାନ, ସହାୟକ ହୁଏ। ନିୟମରେ ଚାଲିବାକୁ ନିୟମିତ କୁହାଯାଏ। ଏହାର ଓଲଟା ହେଉଛି ଘଟଣାଚକ୍ରରେ ବା ସଂଯୋଗକ୍ରମେ, ହଠାତ୍‌ ବା ଚାନ୍ସରେ ଘଟିବା। ପ୍ରକୃତି ଯେ ନିୟମାନୁଗତ, ତା’ର କାର୍ଯ୍ୟପ୍ରଣାଳୀ ନିୟମିତ, ଏ କଥା ଆଦି ମାନବ ଜାଣି ନ ଥିଲା, ବଣ ଜଙ୍ଗଲରେ ଅନ୍ୟ ପ୍ରାଣୀମାନଙ୍କ ଭଳି ତିଷ୍ଠିଥିଲା। ୧୨ ଲକ୍ଷ ବର୍ଷ ତଳେ ପୃଥିବୀରେ ମଣିଷ ସଂଖ୍ୟା ୫୫ ହଜାର ପାଖାପାଖି ଥିଲା ବୋଲି ବୈଜ୍ଞାନିକମାନେ ଅନୁମାନ କରନ୍ତି। ସେମାନେ ଚଳୁଥିଲେ ଯେପରି ଆଜି ଜଙ୍ଗଲର ପ୍ରାଣୀମାନେ ଚଳନ୍ତି। ୨୦,୦୦୦ ବର୍ଷ ତଳେ ଗତ ବରଫ ଯୁଗ ଶେଷ ହେଲା ବେଳକୁ ମଣିଷ ସଂଖ୍ୟା ୧୦ ଲକ୍ଷ ହେଲା। ପରବର୍ତ୍ତୀ ୧୫୦୦୦ ବର୍ଷରେ ଧୀରେ ଧୀରେ ବିବର୍ତ୍ତନ ଘଟି ଖ୍ରୀଷ୍ଟପୂର୍ବ ୫୦୦୦ ବେଳକୁ (ଅର୍ଥାତ୍‌ ଆଜିଠୁ ପ୍ରାୟ ୭୨୦୦ ବର୍ଷ ତଳେ) ମାନବ ସଂଖ୍ୟା ୫୦ ଲକ୍ଷ ହୋଇଗଲା। ପରବର୍ତ୍ତୀ କାଳରେ ମଣିଷର ସାମାଜିକ ଓ ଅର୍ଥନୈତିକ ଜୀବନରେ ଏଭଳି ପରିବର୍ତ୍ତନ ଘଟିଲେ ଯେ ୧୮୦୦ ଖ୍ରୀଷ୍ଟାବ୍ଦ ବେଳକୁ ୧୦୦ କୋଟି ହୋଇଗଲା, ଆଉ ୧୨୫ ବର୍ଷ ଭିତରେ ଏବେ ୮୦୦ କୋଟି ହୋଇଗଲାଣି। ଏ ଶତାବ୍ଦୀ ଶେଷ ବେଳକୁ ୧୦୦୦ କୋଟି ହୋଇଯାଇଥିବ।
ପ୍ରାରମ୍ଭରେ ଫଳମୂଳ ସଂଗ୍ରହ ତଥା ବନ୍ୟଜନ୍ତୁ ଶିକାର ଉପରେ ନିର୍ଭରଶୀଳ ଯାଯାବର ଜୀବନ ହେଉ କି ପରେ କୃଷିଭିତ୍ତିକ ସ୍ଥାୟୀ ବସବାସ ଜୀବନ ହେଉ ବଳବାନ୍‌ର ଦୁର୍ବଳ ଉପରେ ଉପତ୍ୀଡ଼ନ ଚାଲୁ ରହିଲା। ଯେତେ ପ୍ରକାର ଶାସନ ବ୍ୟବସ୍ଥା ହେଲେ ବି, ନୀତି ନିୟମ କଲେ ବି ବଳବାନ୍‌ର ନିରୀହ ଉପରେ ଅତ୍ୟାଚାରକୁ ବା ବଳବାନ୍‌ ଗୋଷ୍ଠୀର ଦୁର୍ବଳ ଗୋଷ୍ଠୀ ଉପରେ ନିର୍ଯାତନାକୁ ରୋକିହେଲା ନାହିଁ – ଶାସନର ଅନ୍ତରାଳେ ଘଟିଲା। ପ୍ରତିକାର ରୂପେ ଯୁଗେ ଯୁଗେ ଋଷିପ୍ରତିମ ବ୍ୟକ୍ତିମାନେ ପ୍ରଚାରକଲେ ସମାଜକୁ ବାନ୍ଧିରଖିବା ବା ଧରି ରଖିବାର ନିୟମ – ଧର୍ମ: ଯେ ଯାହାର ଧର୍ମ ନ ପାଳିଲେ ସଂସାରକୁ ନିୟନ୍ତ୍ରଣ କରୁଥିବା ଶକ୍ତି – ଈଶ୍ୱର/ଆଲ୍ଲା/ଲର୍ଡ/ଗଡ୍‌ – ଜୀବନ ଶେଷରେ ଦଣ୍ଡ ଦେବେ। ଏପରି ସବ୍‌ଜାନତା ଐଶ୍ୱରିକ ଶକ୍ତିର ଅବତାରଣା କଲାବେଳେ ତାଙ୍କର ରହିବା ସ୍ଥାନ ବି ତ ଦେଖାଇବାକୁ ପଡ଼ିବ। ତାକୁ କୁହାଗଲା ସ୍ବର୍ଗ। ଈଶ୍ୱର ଦଣ୍ଡ ଦେଲେ ସେ ତ ପୁଣି ଦଣ୍ଡ ଭୋଗିବା ସ୍ଥାନ ଦେଖାଇବେ, ତାହା ହେଲା ନର୍କ। ଧର୍ମପ୍ରଚାରକମାନେ କହିଲେ ଯେ ସେ ସବୁ ଦେଖୁଛନ୍ତି, ଲୁଚାଛପା କାମ ବି, ଯାହା ଅଧର୍ମ ବା ଧର୍ମାନୁମୋଦିତ ନୁହେଁ ତାହା ପାପ, ତାହା କଲେ ନର୍କ ଭୋଗିବାକୁ ପଡ଼ିବ। ଧର୍ମର ଅନୁଗତମାନେ ଧର୍ମ ବା ନିୟମ ସବୁ ପାଳନକଲେ ସଂସାର ସୁଖଶାନ୍ତି ନଷ୍ଟ ହେବନାହିଁ, ମଣିଷର ଜୀବନ ଧର୍ମପରାୟଣ ହେଉଥିବାରୁ ଈଶ୍ୱର ଏଭଳି ଧର୍ମାଳୁକୁ ସ୍ବର୍ଗକୁ ନେଇଯିବେ ବୋଲି ଆଶା ଦିଅନ୍ତି ଧର୍ମପ୍ରଚାରକମାନେ। ଗୀତାରେ କୁହାଯାଇଛି ଧର୍ମପ୍ରଚାରକ ନ କହି ଧର୍ମସଂସ୍ଥାପକ କୁହାଯାଇଛି, କାରଣ ପ୍ରଚଳିତ ଧର୍ମକୁ ଶୁଦ୍ଧକରି ସ୍ଥାପନ କରିବା ହିଁ ସଂସ୍ଥାପନ। ଗୀତାରେ ପ୍ରଚଳିତ ଧର୍ମ ହେଉଛି ସନାତନ ବା ପାରମ୍ପରିକ ଧର୍ମ, ଯାହା ସେତେବେଳେ ବର୍ଣ୍ଣଭିତ୍ତିକ ବା ଜାତିଭିତ୍ତିକ ଥିଲା।
ମଣିଷ ଦେଖିଥିବ ପରିବେଶ ଓ ଜଳବାୟୁର କ୍ରମାନ୍ବୟତା ବା ପର୍ଯ୍ୟାୟ ଅଛି, ଯେତେବେଳେ ପର୍ଯ୍ୟାୟର ବ୍ୟତିକ୍ରମ ଅର୍ଥାତ୍‌ (ପ୍ରାକୃତିକ) ବିପର୍ଯ୍ୟୟ ଘଟିଥିବ, ସେ ଭାବିଥିବ କୌଣସି ନୈସର୍ଗିକ ଶକ୍ତି ପରିବେଶକୁ ନିୟନ୍ତ୍ରିତ କରୁଛି, ତାହାର ବିଭାବ ମାନ ପରିବେଶ ତଥା ମଣିଷର ଜୀବନକୁ ନିୟନ୍ତ୍ରିତ କରୁଛି। ସେଇଠୁ ଧର୍ମର ଧାରଣା ଦୃଢ଼ୀଭୂତ ହୋଇଥିବ, ନିଜେ ନିୟମ (ଧର୍ମ) ନ ମାନିଲେ ଅକାଳ (ବିପଦ) ଆସିବ, ଯେଉଁ ବିପଦକୁ ଅକ୍ତିଆର କରିପାରି ନ ଥିବ ତାକୁ ଈଶ୍ୱରଙ୍କ ଅଭିଶାପ ବୋଲି ଧରିନେଇ ପୂଜାପାଠ କରିଥିବ। ଖାଦ୍ୟ ସଂଗ୍ରହ ସହ ଆଶ୍ରୟସ୍ଥଳୀ ସୁବିଧା ଘେନି ବିଭିନ୍ନ ଅଞ୍ଚଳରେ ବିଚ୍ଛିନ୍ନ ହୋଇ ରହିଥିବାରୁ ଭାଷା ଭିନ୍ନ ହେଲା ତ ଦେବଦେବୀଙ୍କ ନାଁ ଭିନ୍ନ ଦେଲା। ପ୍ରକୃତିର ନିୟମିତତାକୁ ଲକ୍ଷ୍ୟକରି ମଧ୍ୟ ସେମାନେ ଭାବୁଥିଲେ ପୃଥିବୀ ସମସ୍ତଙ୍କର କେନ୍ଦ୍ର, ଉପରର ଆକାଶ ହେଉଛି ସ୍ବର୍ଗ, ତଳେ କିଛି ଜାଣି ନ ହେଉଥିବା ପରିବେଶ ହେଉଛି ନର୍କ।
ବ୍ରହ୍ମାଣ୍ଡରେ ସୌରମଣ୍ଡଳ ବାହାରେ ବି ପୃଥିବୀ ଭଳି ବହୁ ଗ୍ରହ (ଏକ୍ସୋପ୍ଲାନେଟ୍‌) ଅଛି, କୌଣସି କୌଣସି ଏକ୍ସୋପ୍ଲାନେଟ୍‌ରେ ମଣିଷ ଭଳି ବା ମଣିଷଠାରୁ ଜ୍ଞାନୀ ଜୀବ ଥାଇପାରନ୍ତି, ବୈଜ୍ଞାନିମାନେ ସେଗୁଡିକୁ ଠାବ କରିବାର ଟେକ୍ନୋଲୋଜି ଏଯାଏ ପାଇନାହାନ୍ତି, ଅଥବା ଏକ୍ସୋପ୍ଲାନେଟ୍‌ର ଅଧିବାସୀମାନେ ଏଯାଏ ଆମ ସହ ସମ୍ପର୍କ ରଖିପାରିନାହାନ୍ତି। ଏମିତି ବହୁ ସଂସାର ଅଛି, ଯେଉଁଠି ଗ୍ରହର ଦୃଶ୍ୟଭାଗ ସ୍ବର୍ଗ ଓ ଅଦୃଶ୍ୟ ନିମ୍ନଭାଗ ପାତାଳ ବା ନର୍କ କୁହାହେଉଥିବ। ତେଣୁ ଏବେ ଭାବିବା କଥା ଯେ ମନର ଅବସ୍ଥା ଉପରେ ନର୍କ ଓ ସ୍ବର୍ଗର ଧାରଣା ପର୍ଯ୍ୟବସିତ; ଅନିୟମ କାମ ମନରେ ଯେଉଁ ଦୁଃଖ ଓ କଷ୍ଟ ଆଣେ ତାହା ନର୍କ, ଆଉ ଭଲ କାମ ମନରେ ଯେଉଁ ସୁଖ ଓ ଖୁସି ଆଣେ ତାହା ସ୍ବର୍ଗ। ଭଲ କାମ କରିବା ଓ କାହାରିକୁ ଦୁଃଖ ନ ଦେବା ହେଉଛି ଧର୍ମ। ପ୍ରଚାରକ ବା ଅବତାର ଶୁଣାଇଥିବା କେତେକ ରୀତିନୀତି ମାନିବାକୁ ସେହି ପ୍ରଚାରକଙ୍କ ନାଁରେ ଧର୍ମ ବୋଲି କହିବା ଆମର ଭୁଲ୍‌, ପ୍ରଚାରକ ନିଜେ ଧର୍ମର ନାଁ ଦେଇନାହାନ୍ତି, ସେମାନଙ୍କ ଅନୁଗତମାନେ ବା ଶିଷ୍ୟମାନେ ହିଁ ତାଙ୍କ ନାମାନୁସାରେ ଧର୍ମର ନାମ ରଖିଛନ୍ତି। ମହମ୍ମଦ ଜନ୍ମରୁ ଇସ୍‌ଲାମ ନ ଥିଲେ, ବୁଦ୍ଧ ଜନ୍ମରୁ ବୌଦ୍ଧ ନ ଥିଲେ, ଯିଶୁ ଜନ୍ମରୁ ଖ୍ରୀଷ୍ଟିଆନ୍‌ ନ ଥିଲେ; ଜନ୍ମରୁ ବିଧର୍ମୀ ଥିବା ବ୍ୟକ୍ତି ତ ଧର୍ମପ୍ରଚାରକ! ପ୍ରତ୍ୟେକେ କେତେକ ସାମାଜିକ ରୀତିନୀତି ବଖାଣିଥିଲେ ଓ ସେଗୁଡ଼ିକୁ ଅନୁସରଣକଲେ ମଣିଷ ଜୀବନ ସୁଖମୟ ହେବ ବୋଲି ପ୍ରଚାର କରିଥିଲେ। ଆଉ ହିନ୍ଦୁ ତ ଏକ ସଂସ୍କାର ମାତ୍ର, ଯାହା ମୌସୁମୀ ଅଞ୍ଚଳର ଜଳପୁଷ୍ଟ ଭୂଇଁରେ ବଞ୍ଚିରହିବାର ଧର୍ମ।

ସହଦେବ ସାହ
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ସାହସ ଆଗରେ ହାର ମାନିଛି ଭିନ୍ନକ୍ଷମ: ସାଉଁଟୁଛନ୍ତି ପ୍ରଶଂସା

ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର…

ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ…

ଆମେରିକା ତଦନ୍ତରେ ଭାରତ-ଚାଇନା ଦୋଷୀ ସାବ୍ୟସ୍ତ ହେଲେ କ’ଣ ହେବ? କେଉଁ କାର୍ଯ୍ୟାନୁଷ୍ଠାନ ନେବେ ଟ୍ରମ୍ପ, ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୩: ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ରାଷ୍ଟ୍ରପତି ପଦକୁ ଫେରିବା ବିଶ୍ୱ ବାଣିଜ୍ୟର ଗତିଶୀଳତାକୁ ଦୋହଲାଇ ଦେଇଛି। ଏଥର, ଟ୍ରମ୍ପ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି “ଧାରା…

ଇରାନରେ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ! ଖାର୍ଗ ଦ୍ୱୀପରେ ବୋମା ପକାଇଲା ଆମେରିକା, ଧ୍ବଂସ ହେଲା…

ନୂଆଦିଲ୍ଲୀ,୧୪।୩: ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି…

ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ଅଭିଯୁକ୍ତ

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା…

ଇରାକ୍‌ରେ ଖସିଲା ଆମେରିକା ବିମାନ: ୪ ମୃତ

ଦୁବାଇ,୧୪ା୩: ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ବିମାନଗୁଡ଼ିକୁ ତୈଳ ଯୋଗାଉଥିବା ଏକ କେସି-୧୩୫ ଏୟାରକ୍ରାଫ୍ଟ ପଶ୍ଚିମ ଇରାକ୍‌ରେ ଖସିପଡ଼ିଛି। ବିମାନରେ ନିଅଁା ଲାଗିଯିବାରୁ ସେଥିରେ ଥିବା…

ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ…

ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri