ମାଟିର ମହକ

ଯୁଗେ ଯୁଗେ ମାଟିକୁ ନେଇ ବିବାଦ ରହିଆସିଛି। ମାଟିର ଗୁଣ ଯଥା ଉର୍ବର, ଅନୁର୍ବର, ସମତଳ, ଜଙ୍ଗଲ, ପାହାଡ଼-ପର୍ବତ ଇତ୍ୟାଦି କଥା କହି ବିଚାର କରନ୍ତି ନାହିଁ ବରଂ ତାକୁ ଆଧାର କରି ନିଜର ପରିଚୟ ଜାହିର କରିବା ହେଉ କିମ୍ବା ତାକୁ ଅଧିକାର କରି ନେଇ ନିଜ ବୀରତ୍ୱର ସନ୍ତକ ଭାବେ ଅନ୍ୟମାନଙ୍କ ଆଗରେ ବାହୁସ୍ଫୋଟ ମାରି ଭୟଭୀତ କରିବା ହେଉ ସବୁଠି ତା’ ପ୍ରତି ଥିବା ଆକର୍ଷଣ ବାରି ହୋଇ ପଡ଼େ। ଫରକ ହେଉଛି ମାଟି ପ୍ରତି ମମତା ଆଉ ମାଟିରୁ ଜନ୍ମ ନେଇଥିବା ମଣିଷ, ଜୀବଜନ୍ତୁ ତଥା ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ସହିତ ସମ୍ପର୍କର ସୂତାଖିଅ। ଆମେ ସମସ୍ତେ ଆମ ମାଟିକୁ ନେଇ ଗର୍ବ କରୁ । ସୁବିସ୍ତୀର୍ଣ୍ଣ ମାଟି ଉପରେ ବିଭିନ୍ନ ସୀମାରେଖା ଟାଣି ନିଜର ଦେଶ, ରାଜ୍ୟ, ଭାଷା ଆଦି ବିଭିନ୍ନ ପରିଚୟ ସୃଷ୍ଟି କରୁ। ମା’ ଯେମିତି ଆମ ଜୀବ ସାର ମୂଳ ପିଣ୍ଡ ଠିକ୍‌ ସେହିଭଳି ମାଟି ମଧ୍ୟ ସୃଷ୍ଟି ଏବଂ ସମ୍ଭାବନାର ମୂଳ ଆଧାର, ଯେଉଁଥିପାଇଁ ଆମେ କହୁ ”ମାଟି ନୁହେଁ ସିଏ ଆମ ମା’ ଟି“। ପଞ୍ଚମହାଭୂତରେ ଗଢ଼ା ଆମର ଜୀବନ ହେଉ କିମ୍ବା ଉପତ୍ାଦନ ପ୍ରକ୍ରିୟାର ଏକ ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହେଉଥିବା ମାଟିର ଗୁରୁତ୍ୱ ସବୁଠି ବାରି ହୋଇ ପଡ଼ିଥାଏ। ଯଦି ଆମ ଜୀବନ, ସମ୍ପର୍କ, ଅର୍ଥନୀତି, ରାଜନୀତି ସବୁକିଛି ଏହି ମାଟି ଉପରେ ନିର୍ଭରଶୀଳ ତା’ହେଲେ ଏହାର ମହକକୁ ଭୁଲିଯାଇ ଆମେ ତା’ ଉପରେ ଅତ୍ୟାଚାର କରୁଛୁ କାହିଁକି? ପ୍ରଜାପତିର ଡେଣା ଲାଗିଗଲା ପରେ ସିଏ ଯେମିତି ଏ ଫୁଲରୁ ସେ ଫୁଲକୁ ଉଡ଼ିବୁଲେ ସେହିଭଳି ଭାବେ ଯେଉଁ ମାଟି ଆମକୁ ବଡ଼ କରି ଦୁନିଆରେ ବଞ୍ଚିବା ଶିଖାଇ ଛୋଟରୁ ବଡ଼ କରି ଗଢ଼ିଥାଏ ତା’ ପ୍ରତି ଥିବା କର୍ତ୍ତବ୍ୟକୁ ପାସୋରି ଦେଇ ଆମେ ଅନ୍ୟ କେଉଁ ମାଟିର ବାସ୍ନାରେ ବିମୋହିତ ହୋଇ ଫୁରକିନା ଉଡ଼ିଯିବା କ’ଣ ବିଜ୍ଞତାର ପରିଚୟ? ଏହି ମାଟି ପ୍ରତି ଥିବା ମମତାକୁ ଆଧାର କରି ରାମାୟଣରେ ବର୍ଣ୍ଣିତ ଏକ ଶ୍ଳୋକ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
ଲଙ୍କାପତି ରାବଣର ନିଧନ ପରେ ଯେତେବେଳେ ଶ୍ରୀରାମଚନ୍ଦ୍ରଙ୍କୁ ସ୍ବର୍ଣ୍ଣମୟୀ ଲଙ୍କାରେ ରାଜା ହେବା ପାଇଁ ତାଙ୍କର ସହଯୋଗୀ ତଥା ଭ୍ରାତା ଲକ୍ଷ୍ମଣ ଅନୁରୋଧ କଲେ ତାଙ୍କ ପାଟିରୁ ବାହାରି ପଡ଼ିଲା ”ଅୟି ସ୍ବର୍ଣ୍ଣମୟୀ ଲଙ୍କା ନମେ ରୋଚତେ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ“। ଅର୍ଥାତ୍‌ ରାମଚନ୍ଦ୍ରଙ୍କୁ ନିଜ ମାଟି ଅଯୋଧ୍ୟା ଆଗରେ ଲଙ୍କାର ସମସ୍ତ ସମ୍ପଦ ଐଶ୍ୱର୍ଯ୍ୟ ତୁଚ୍ଛ ଲାଗିଥିଲା। କେବଳ ପରିସ୍ଥିତି, ପରିବେଶ ତଥା ଆବଶ୍ୟକତା ଦୃଷ୍ଟିକୋଣରୁ ଲଙ୍କାକୁ ଆକ୍ରମଣ କରି ବିଜୟପ୍ରାପ୍ତ କରିଥିଲେ ମଧ୍ୟ ସିଏ ନିଜର ମାତୃଭୂମିକୁ ଫେରି ଆସିବାକୁ ଶ୍ରେୟସ୍କର ମଣିଥିଲେ। ବିଶ୍ୱବିଜୟୀ ଆଲେକଜାଣ୍ଡାର ମଧ୍ୟ ବିଭିନ୍ନ ଦେଶକୁ ଆକ୍ରମଣ କରି ନିଜର ଅଧିକାର ଜାହିର କରି ସାରିବା ପରେ ନିଜ ମାତୃଭୂମିକୁ ଫେରିଯିବା ପାଇଁ ଶ୍ରେୟସ୍କର ମନେକରିଥିଲେ। ବେପାର, ବଣିଜ, କର୍ମସଂସ୍ଥାନ ତଥା ଶିକ୍ଷାଲାଭ ନିମିତ୍ତ ମଣିଷ ନିଜ ମାଟିର ସୀମାରେଖା ଛାଡ଼ି ଅନ୍ୟମାଟିକୁ ଯାଏ। ଆଶା ଆଶଙ୍କାରେ ଯାଇଥିବା ଲୋକମାନେ ଯେତେବେଳେ ନୂଆ ମାଟି, ପାଣି, ପବନ ଦ୍ୱାରା ଆକର୍ଷିତ ହୁଅନ୍ତି ସେତେବେଳେ ଧୀରେ ଧୀରେ ନିଜ ମାଟିର ମହକ ଆଉ ସେମାନଙ୍କୁ ବିଶେଷଭାବେ ଆକର୍ଷିତ କରିପାରେ ନାହିଁ ବରଂ ନିଜକୁ ଦୂରେଇ ନେଇ ସେମାନେ ନୂଆ ଜାଗାରେ ଖାପ ଖୁଆଇ ଚଳିବାର ଆଦବକାଇଦା ଧୀରେ ଧୀରେ ଶିଖିଯାଇ ପ୍ରବାସୀ ଭାବେ ରହିବାକୁ ଉଚିତ ମନେକରିଥାଆନ୍ତି। ବେଳେବେଳେ ଏମିତି ହୁଏ ନିଜ ଭାଷା, ଜ୍ଞାନ, ସଂସ୍କୃତି ତଥା ଭାସ୍କର୍ଯ୍ୟର ପ୍ରଚାର ଓ ପ୍ରସାରକୁ ଅଣଦେଖା କରି ତା’ର ଉଚିତ ସମ୍ମାନ କରିବା ତଥା ଭୁଲିଯିବା ସହିତ ନିଜ ପିଲାମାନଙ୍କୁ ସେଗୁଡ଼ିକୁ ଶିଖାଇବା ପାଇଁ ଠିକ୍‌ ମନେକରନ୍ତି ନାହିଁ। ଆଜିର ବୈଶ୍ୱୀକରଣ ଏବଂ ଉଦାରବାଦୀ ଅର୍ଥନୀତି ଯୁଗରେ ସମଗ୍ର ବିଶ୍ୱ ଏକ ପରିବାର ସଦୃଶ ମନେହେଲେ ମଧ୍ୟ ଦେଶ-ଦେଶ ମଧ୍ୟରେ ଥିବା ସୂକ୍ଷ୍ମ ବିଶେଷତ୍ୱ, ଅଦ୍ୱିତୀୟ ଭାବକୁ ଆଧାର କରି ସୃଷ୍ଟି ହେଉଥିବା ବିଭେଦତା ଆଜି ପ୍ରଶମିତ ହେବା ଜାଗାରେ ବଢ଼ିବାରେ ଲାଗୁଛି। ଯାହାଫଳରେ ଯେଉଁ ମାଟି ମା’କୁ ପର କରି ଅନ୍ୟ ମାଟି ମା’କୁ ଆଦର କରୁଥିଲେ ତା’ରି ପାଖକୁ ଫେରି ଆସିବାର ଅବକାଶ ସୃଷ୍ଟି ହେଉଛି। ମା’ ତ ସର୍ବଂସହା, ନିଜ ସନ୍ତାନମାନଙ୍କୁ ପର କରିବ ବା କେମିତି? ତାର ଦୁଇ ହାତ ସବୁବେଳେ ସନ୍ତାନମାନଙ୍କୁ କୋଳେଇ ନେବା ପାଇଁ ତ’ ଆଗ୍ରହୀ !
ଅନ୍ୟପକ୍ଷରେ ଆମେ ଯେଉଁମାନେ ମା’ ପାଖରେ ସବୁଦିନ ପାଇଁ ରହୁ ତା’ର ଅନ୍ତର କଥା ବୁଝିବାରେ ପ୍ରାୟତଃ ଅସମର୍ଥ। ଜାତି, ଧର୍ମ, ଭାଷା ଆଦି ବିଭିନ୍ନ ତତ୍ତ୍ୱକୁ ନେଇ ଆମ ଭିତରେ ଝଗଡ଼ା ଆଉ ଅଶାନ୍ତି। ମା’ ପାଖରେ ତ ସମସ୍ତ ସନ୍ତାନ ସମାନ। ତାକୁ ଆଧାର କରି ଯେଉଁ ଭିନ୍ନ ଭିନ୍ନ ପରିଚୟ ସୃଷ୍ଟି କରୁଛୁ ତାକୁ କ’ଣ ଭଲ ଲାଗୁଥିବ ?
ଭବିଷ୍ୟତକୁ ଅଣଦେଖା କରି, ହାନି-ଲାଭର ବିଚାର ନ କରି ତା’ ଉପରେ ଯେଉଁ ଅତ୍ୟାଚାର କରୁଛୁ ତାହା କ’ଣ ଆମ ସ୍ନେହ-ଶ୍ରଦ୍ଧାର ନିଦର୍ଶନ? ମା’ର ସ୍ବାସ୍ଥ୍ୟ, ଶିକ୍ଷା, ମନ ଉପରେ ଯେମିତି ଶିଶୁର ଭବିଷ୍ୟତ ନିର୍ଭର କରେ ମାଟିର ମାନ ଉପରେ ମଧ୍ୟ ସଭ୍ୟତା ନିର୍ଭରଶୀଳ। ଯେଉଁ ମାଟିର ମହକ ଟିକକକୁ ନେଇ ଆମେ ଗର୍ବ କରୁ ଆମମାନଙ୍କ ପାଇଁ ଯଦି ତାହା ଦୁର୍ଗନ୍ଧରେ ରୂପାନ୍ତରିତ ହୁଏ ତାହା ଆମକୁ ଭଲ ଲାଗିବ ତ? ତେଣୁ ଆମ ମାଟି-ପାଣି-ପବନର ସ୍ବତନ୍ତ୍ରତାକୁ ବଜାୟ ରଖିବା ପାଇଁ ଆମେ ସମସ୍ତେ କାୟ-ମନ ବାକ୍ୟରେ ବଚନବଦ୍ଧ ହେବା ଦରକାର ନ ହେଲେ ଆମେ ପରିଚୟବିହୀନ, ବିବର୍ଣ୍ଣ ପରିଚୟ କିମ୍ବା ଭିନ୍ନ ପରିଚୟ ନେଇ ବଞ୍ଚିବା ହିଁ ସାର ହେବ।

ଡ. ସୀତାକାନ୍ତ ତ୍ରିପାଠୀ
ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?