ମାଟିର ମହକ

ଯୁଗେ ଯୁଗେ ମାଟିକୁ ନେଇ ବିବାଦ ରହିଆସିଛି। ମାଟିର ଗୁଣ ଯଥା ଉର୍ବର, ଅନୁର୍ବର, ସମତଳ, ଜଙ୍ଗଲ, ପାହାଡ଼-ପର୍ବତ ଇତ୍ୟାଦି କଥା କହି ବିଚାର କରନ୍ତି ନାହିଁ ବରଂ ତାକୁ ଆଧାର କରି ନିଜର ପରିଚୟ ଜାହିର କରିବା ହେଉ କିମ୍ବା ତାକୁ ଅଧିକାର କରି ନେଇ ନିଜ ବୀରତ୍ୱର ସନ୍ତକ ଭାବେ ଅନ୍ୟମାନଙ୍କ ଆଗରେ ବାହୁସ୍ଫୋଟ ମାରି ଭୟଭୀତ କରିବା ହେଉ ସବୁଠି ତା’ ପ୍ରତି ଥିବା ଆକର୍ଷଣ ବାରି ହୋଇ ପଡ଼େ। ଫରକ ହେଉଛି ମାଟି ପ୍ରତି ମମତା ଆଉ ମାଟିରୁ ଜନ୍ମ ନେଇଥିବା ମଣିଷ, ଜୀବଜନ୍ତୁ ତଥା ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ସହିତ ସମ୍ପର୍କର ସୂତାଖିଅ। ଆମେ ସମସ୍ତେ ଆମ ମାଟିକୁ ନେଇ ଗର୍ବ କରୁ । ସୁବିସ୍ତୀର୍ଣ୍ଣ ମାଟି ଉପରେ ବିଭିନ୍ନ ସୀମାରେଖା ଟାଣି ନିଜର ଦେଶ, ରାଜ୍ୟ, ଭାଷା ଆଦି ବିଭିନ୍ନ ପରିଚୟ ସୃଷ୍ଟି କରୁ। ମା’ ଯେମିତି ଆମ ଜୀବ ସାର ମୂଳ ପିଣ୍ଡ ଠିକ୍‌ ସେହିଭଳି ମାଟି ମଧ୍ୟ ସୃଷ୍ଟି ଏବଂ ସମ୍ଭାବନାର ମୂଳ ଆଧାର, ଯେଉଁଥିପାଇଁ ଆମେ କହୁ ”ମାଟି ନୁହେଁ ସିଏ ଆମ ମା’ ଟି“। ପଞ୍ଚମହାଭୂତରେ ଗଢ଼ା ଆମର ଜୀବନ ହେଉ କିମ୍ବା ଉପତ୍ାଦନ ପ୍ରକ୍ରିୟାର ଏକ ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହେଉଥିବା ମାଟିର ଗୁରୁତ୍ୱ ସବୁଠି ବାରି ହୋଇ ପଡ଼ିଥାଏ। ଯଦି ଆମ ଜୀବନ, ସମ୍ପର୍କ, ଅର୍ଥନୀତି, ରାଜନୀତି ସବୁକିଛି ଏହି ମାଟି ଉପରେ ନିର୍ଭରଶୀଳ ତା’ହେଲେ ଏହାର ମହକକୁ ଭୁଲିଯାଇ ଆମେ ତା’ ଉପରେ ଅତ୍ୟାଚାର କରୁଛୁ କାହିଁକି? ପ୍ରଜାପତିର ଡେଣା ଲାଗିଗଲା ପରେ ସିଏ ଯେମିତି ଏ ଫୁଲରୁ ସେ ଫୁଲକୁ ଉଡ଼ିବୁଲେ ସେହିଭଳି ଭାବେ ଯେଉଁ ମାଟି ଆମକୁ ବଡ଼ କରି ଦୁନିଆରେ ବଞ୍ଚିବା ଶିଖାଇ ଛୋଟରୁ ବଡ଼ କରି ଗଢ଼ିଥାଏ ତା’ ପ୍ରତି ଥିବା କର୍ତ୍ତବ୍ୟକୁ ପାସୋରି ଦେଇ ଆମେ ଅନ୍ୟ କେଉଁ ମାଟିର ବାସ୍ନାରେ ବିମୋହିତ ହୋଇ ଫୁରକିନା ଉଡ଼ିଯିବା କ’ଣ ବିଜ୍ଞତାର ପରିଚୟ? ଏହି ମାଟି ପ୍ରତି ଥିବା ମମତାକୁ ଆଧାର କରି ରାମାୟଣରେ ବର୍ଣ୍ଣିତ ଏକ ଶ୍ଳୋକ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
ଲଙ୍କାପତି ରାବଣର ନିଧନ ପରେ ଯେତେବେଳେ ଶ୍ରୀରାମଚନ୍ଦ୍ରଙ୍କୁ ସ୍ବର୍ଣ୍ଣମୟୀ ଲଙ୍କାରେ ରାଜା ହେବା ପାଇଁ ତାଙ୍କର ସହଯୋଗୀ ତଥା ଭ୍ରାତା ଲକ୍ଷ୍ମଣ ଅନୁରୋଧ କଲେ ତାଙ୍କ ପାଟିରୁ ବାହାରି ପଡ଼ିଲା ”ଅୟି ସ୍ବର୍ଣ୍ଣମୟୀ ଲଙ୍କା ନମେ ରୋଚତେ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ“। ଅର୍ଥାତ୍‌ ରାମଚନ୍ଦ୍ରଙ୍କୁ ନିଜ ମାଟି ଅଯୋଧ୍ୟା ଆଗରେ ଲଙ୍କାର ସମସ୍ତ ସମ୍ପଦ ଐଶ୍ୱର୍ଯ୍ୟ ତୁଚ୍ଛ ଲାଗିଥିଲା। କେବଳ ପରିସ୍ଥିତି, ପରିବେଶ ତଥା ଆବଶ୍ୟକତା ଦୃଷ୍ଟିକୋଣରୁ ଲଙ୍କାକୁ ଆକ୍ରମଣ କରି ବିଜୟପ୍ରାପ୍ତ କରିଥିଲେ ମଧ୍ୟ ସିଏ ନିଜର ମାତୃଭୂମିକୁ ଫେରି ଆସିବାକୁ ଶ୍ରେୟସ୍କର ମଣିଥିଲେ। ବିଶ୍ୱବିଜୟୀ ଆଲେକଜାଣ୍ଡାର ମଧ୍ୟ ବିଭିନ୍ନ ଦେଶକୁ ଆକ୍ରମଣ କରି ନିଜର ଅଧିକାର ଜାହିର କରି ସାରିବା ପରେ ନିଜ ମାତୃଭୂମିକୁ ଫେରିଯିବା ପାଇଁ ଶ୍ରେୟସ୍କର ମନେକରିଥିଲେ। ବେପାର, ବଣିଜ, କର୍ମସଂସ୍ଥାନ ତଥା ଶିକ୍ଷାଲାଭ ନିମିତ୍ତ ମଣିଷ ନିଜ ମାଟିର ସୀମାରେଖା ଛାଡ଼ି ଅନ୍ୟମାଟିକୁ ଯାଏ। ଆଶା ଆଶଙ୍କାରେ ଯାଇଥିବା ଲୋକମାନେ ଯେତେବେଳେ ନୂଆ ମାଟି, ପାଣି, ପବନ ଦ୍ୱାରା ଆକର୍ଷିତ ହୁଅନ୍ତି ସେତେବେଳେ ଧୀରେ ଧୀରେ ନିଜ ମାଟିର ମହକ ଆଉ ସେମାନଙ୍କୁ ବିଶେଷଭାବେ ଆକର୍ଷିତ କରିପାରେ ନାହିଁ ବରଂ ନିଜକୁ ଦୂରେଇ ନେଇ ସେମାନେ ନୂଆ ଜାଗାରେ ଖାପ ଖୁଆଇ ଚଳିବାର ଆଦବକାଇଦା ଧୀରେ ଧୀରେ ଶିଖିଯାଇ ପ୍ରବାସୀ ଭାବେ ରହିବାକୁ ଉଚିତ ମନେକରିଥାଆନ୍ତି। ବେଳେବେଳେ ଏମିତି ହୁଏ ନିଜ ଭାଷା, ଜ୍ଞାନ, ସଂସ୍କୃତି ତଥା ଭାସ୍କର୍ଯ୍ୟର ପ୍ରଚାର ଓ ପ୍ରସାରକୁ ଅଣଦେଖା କରି ତା’ର ଉଚିତ ସମ୍ମାନ କରିବା ତଥା ଭୁଲିଯିବା ସହିତ ନିଜ ପିଲାମାନଙ୍କୁ ସେଗୁଡ଼ିକୁ ଶିଖାଇବା ପାଇଁ ଠିକ୍‌ ମନେକରନ୍ତି ନାହିଁ। ଆଜିର ବୈଶ୍ୱୀକରଣ ଏବଂ ଉଦାରବାଦୀ ଅର୍ଥନୀତି ଯୁଗରେ ସମଗ୍ର ବିଶ୍ୱ ଏକ ପରିବାର ସଦୃଶ ମନେହେଲେ ମଧ୍ୟ ଦେଶ-ଦେଶ ମଧ୍ୟରେ ଥିବା ସୂକ୍ଷ୍ମ ବିଶେଷତ୍ୱ, ଅଦ୍ୱିତୀୟ ଭାବକୁ ଆଧାର କରି ସୃଷ୍ଟି ହେଉଥିବା ବିଭେଦତା ଆଜି ପ୍ରଶମିତ ହେବା ଜାଗାରେ ବଢ଼ିବାରେ ଲାଗୁଛି। ଯାହାଫଳରେ ଯେଉଁ ମାଟି ମା’କୁ ପର କରି ଅନ୍ୟ ମାଟି ମା’କୁ ଆଦର କରୁଥିଲେ ତା’ରି ପାଖକୁ ଫେରି ଆସିବାର ଅବକାଶ ସୃଷ୍ଟି ହେଉଛି। ମା’ ତ ସର୍ବଂସହା, ନିଜ ସନ୍ତାନମାନଙ୍କୁ ପର କରିବ ବା କେମିତି? ତାର ଦୁଇ ହାତ ସବୁବେଳେ ସନ୍ତାନମାନଙ୍କୁ କୋଳେଇ ନେବା ପାଇଁ ତ’ ଆଗ୍ରହୀ !
ଅନ୍ୟପକ୍ଷରେ ଆମେ ଯେଉଁମାନେ ମା’ ପାଖରେ ସବୁଦିନ ପାଇଁ ରହୁ ତା’ର ଅନ୍ତର କଥା ବୁଝିବାରେ ପ୍ରାୟତଃ ଅସମର୍ଥ। ଜାତି, ଧର୍ମ, ଭାଷା ଆଦି ବିଭିନ୍ନ ତତ୍ତ୍ୱକୁ ନେଇ ଆମ ଭିତରେ ଝଗଡ଼ା ଆଉ ଅଶାନ୍ତି। ମା’ ପାଖରେ ତ ସମସ୍ତ ସନ୍ତାନ ସମାନ। ତାକୁ ଆଧାର କରି ଯେଉଁ ଭିନ୍ନ ଭିନ୍ନ ପରିଚୟ ସୃଷ୍ଟି କରୁଛୁ ତାକୁ କ’ଣ ଭଲ ଲାଗୁଥିବ ?
ଭବିଷ୍ୟତକୁ ଅଣଦେଖା କରି, ହାନି-ଲାଭର ବିଚାର ନ କରି ତା’ ଉପରେ ଯେଉଁ ଅତ୍ୟାଚାର କରୁଛୁ ତାହା କ’ଣ ଆମ ସ୍ନେହ-ଶ୍ରଦ୍ଧାର ନିଦର୍ଶନ? ମା’ର ସ୍ବାସ୍ଥ୍ୟ, ଶିକ୍ଷା, ମନ ଉପରେ ଯେମିତି ଶିଶୁର ଭବିଷ୍ୟତ ନିର୍ଭର କରେ ମାଟିର ମାନ ଉପରେ ମଧ୍ୟ ସଭ୍ୟତା ନିର୍ଭରଶୀଳ। ଯେଉଁ ମାଟିର ମହକ ଟିକକକୁ ନେଇ ଆମେ ଗର୍ବ କରୁ ଆମମାନଙ୍କ ପାଇଁ ଯଦି ତାହା ଦୁର୍ଗନ୍ଧରେ ରୂପାନ୍ତରିତ ହୁଏ ତାହା ଆମକୁ ଭଲ ଲାଗିବ ତ? ତେଣୁ ଆମ ମାଟି-ପାଣି-ପବନର ସ୍ବତନ୍ତ୍ରତାକୁ ବଜାୟ ରଖିବା ପାଇଁ ଆମେ ସମସ୍ତେ କାୟ-ମନ ବାକ୍ୟରେ ବଚନବଦ୍ଧ ହେବା ଦରକାର ନ ହେଲେ ଆମେ ପରିଚୟବିହୀନ, ବିବର୍ଣ୍ଣ ପରିଚୟ କିମ୍ବା ଭିନ୍ନ ପରିଚୟ ନେଇ ବଞ୍ଚିବା ହିଁ ସାର ହେବ।

ଡ. ସୀତାକାନ୍ତ ତ୍ରିପାଠୀ
ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri