ଭରସା ହରାଉଛି ଅଭିଯୋଗ ବାକ୍ସ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସଂକ୍ରମଣରୁ ଥାନା ଓ ପୋଲିସ କର୍ମଚାରୀଙ୍କୁ ଦୂରେଇ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ଅଭିଯୋଗକାରୀଙ୍କୁ ଆଉ ଥାନା ଭିତରକୁ ଛଡ଼ାଯାଉନି। ଅନ୍ୟତମ ବିକଳ୍ପ ସ୍ବରୂପ ଥାନା ପରିସରରେ ଅଭିଯୋଗ ବାକ୍ସର ବ୍ୟବସ୍ଥା ହୋଇଛି। ହେଲେ ଏହି ଅଭିଯୋଗ ବାକ୍ସ ଉପରେ ଲୋକଙ୍କର ଭରସା ପାଉନି। ଏହାକୁ ଖୋଲିଲେ କେବଳ ଛୋଟମୋଟ କିଛି ଅଭିଯୋଗ ବାହାରୁଛି। ଏଥିସହ ଅଭିଯୋଗ ପାଇଁ ଅନ୍ୟ ଯେଉଁସବୁ ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଥିବା ଜଣାଯାଇଛି।
ମିଳିଥିବା ସୂଚନାନୁସାରେ, ରାଜ୍ୟରେ ୮ଶହରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେଣି। ବିଶେଷକରି କଟକ-ଭୁବନେଶ୍ୱର ଟ୍ବିନ୍‌ସିଟିର ଏକାଧିକ ଥାନାରେ କରୋନା ପ୍ରବେଶ କରିସାରିଛି। ଭୁବନେଶ୍ୱର କ୍ୟାପିଟାଲ ଥାନାର ୯ଜଣ, ନୟାପଲୀ ଥାନାର ୮ଜଣ ଓ ଜିଆର୍‌ପି ଥାନାର ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି କଟକର ପୁରୀଘାଟ ଥାନା, ବାଦାମବାଡ଼ି ଥାନା, ମଙ୍ଗଳାବାଗ ମେଡିକାଲ ଫାଣ୍ଡି କର୍ମଚାରୀ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି। ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କଠାରୁ ପୋଲିସ ସଂକ୍ରମିତ ହେଉଥିବା ଜଣାପଡିବା ପରେ ଗତମାସ ୨୮ ତାରିଖରେ ପୋଲିସ ଡିଜି ଅଭୟ ଏକ ଏସ୍‌ଓପି ଜାରି କରିଥିଲେ, ଯେଉଁଥିରେ ଲୋକଙ୍କୁ ଥାନା ଯିବାକୁ ବାରଣ କରାଯାଇଛି। ଅଭିଯୋଗ ପାଇଁ ଥାନା ପରିସରରେ ରିସେପ୍‌ଶନ ସେଣ୍ଟର ଓ ଅଭିଯୋଗ ବାକ୍ସ ରଖିବାକୁ କୁହାଯାଇଛି। ଏହା ପରଠୁ ମଞ୍ଚେଶ୍ୱର ଥାନା ଅଭିଯୋଗ ବାକ୍ସରେ ୨୨ଜଣ ଅଭିଯୋଗ କରିଥିବାବେଳେ ଶହୀଦନଗର ଥାନାରେ ୫୦, ନୟାପଲ୍ଲୀ ୩୨, ଖାରବେଳନଗର ୨୩, କ୍ୟାପିଟାଲ ୩୪, ମହିଳା ଥାନାରେ ୧୦, ଚନ୍ଦ୍ରଶେଖରପୁର ୨୮, ଇନ୍‌ଫୋସିଟି ୨୦, ଖଣ୍ଡଗିରି ୬୦, ତମାଣ୍ଡୋ ୨୪, ଲକ୍ଷ୍ମୀସାଗର ୩୧, ବଡଗଡ଼ ୩୮, ଲିଙ୍ଗରାଜ ୨୭,ଏୟାରଫିଲ୍ଡ ୨୬, ଏୟାରପୋର୍ଟ ୧୮, ବାଲିପାଟଣା ୨୮, ବାଲିଅନ୍ତା ୨୯ ଓ ଚନ୍ଦକା ଥାନାରେ ୧୭ଟି ଅଭିଯୋଗ ହୋଇଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଅଧିକାଂଶ ଗାଡ଼ି ଦୁର୍ଘଟଣା, ଗାଳିଗୁଲଜ, ଘରୋଇ
ଭରସା ହରାଉଛି…
ଝଗଡ଼ା, କରୋନା ସନ୍ଦିଗ୍ଧ ବାହାରେ ବୁଲିବା ଆଦି ଛୋଟ ଅଭିଯୋଗ ରହିଛି। ଏନେଇ ଜଣେ ଅଭିଯୋଗକାରୀ ରୋହିତ ସେଠୀ କୁହନ୍ତି, ଥାନାରେ ଝୁଲୁଥିବା ବାକ୍ସରେ ଅଭିଯୋଗ କଲେ ପୋଲିସ କାଳେ ଶୁଣିବେ କି ନାହଁ, ତେଣୁ ଏହା ଉପରେ ଭରସା ପାଉନି। ଯେତେବେଳେ ଅନେକ ସମୟରେ ପୋଲିସକୁ ବାରମ୍ବାର ଭେଟି ଏତଲା ଦେଲେ କାର୍ଯ୍ୟାନୁଷ୍ଠାନ ହେଉନି, ସେତେବେଳେ ଅଭିଯୋଗ ବାକ୍ସରୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଥାନା ଅଧିକାରୀ ସୋସିଆଲ ମଡ଼ିଆ ଯଥା ଫେସବୁକ୍‌ ଓ ଟୁଇଟର ମାଧ୍ୟମରେ ଅଭିଯୋଗ ପାଇଁ ସ୍ବତନ୍ତ୍ର ଫୋନ୍‌ ନମ୍ବର ଜାରି କରିବାକୁ କୁହାଯାଇଛି। ଏଥିସହ ପ୍ରତ୍ୟେକ ଥାନାର ଲ୍ୟାଣ୍ଡ୍‌ ଫୋନ୍‌, କ୍ଲୋଜ୍‌ଡ୍‌ ୟୁଜର ଗ୍ରୁପ୍‌ (ସିୟୁଜି) ସହ ଇ-ମେଲରେ ମଧ୍ୟ ଅଭିଯୋଗ ଗ୍ରହଣ ପାଇଁ ଡିଜିପି କହିଛନ୍ତି। ହେଲେ ବାସ୍ତବତା କିନ୍ତୁ ଭିନ୍ନ ରହୁଛି। ଅନେକ ସମୟରେ ଥାନାର ଲ୍ୟାଣ୍ଡ୍‌ଲାଇନ୍‌ ଅଚଳ ହୋଇଯାଉଥିବାବେଳେ ଥାନା ଅଧିକାରୀ ଧରୁଥିବା ସିୟୁଜି ନମ୍ବରକୁ କଲ୍‌ କଲେ ରିସିଭ୍‌ କରୁନାହାନ୍ତି। ଅଭିଯୋଗ ବାକ୍ସ ଉପରେ ରହିଥିବା ଫୋନ୍‌ ନମ୍ବରରେ କଲ୍‌ କଲେ ମଧ୍ୟ ସହଯୋଗ ମିଳୁ ନ ଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ଉଠୁଛି। ଥାନାଧିକାରୀଙ୍କ ଟୁଇଟ୍‌ର ଆକାଉଣ୍ଟ୍‌କୁ କିପରି ଅଭିଯୋଗ ପଠାଇବେ ତାହା ଲୋକେ ଜାଣିପାରୁ ନାହାନ୍ତି।
ଜଣେ ଥାନା ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ପ୍ରତି ସନ୍ଧ୍ୟାରେ ଉକ୍ତ ବାକ୍ସ ଖୋଲାଯାଇ ଅଭିଯୋଗକୁ ଦେଖାଯାଉଛି। ଗୁରୁତ୍ୱ ଅନୁସାରେ ମାମଲା ରୁଜୁ ହେଉଛି। ଅଧିକ ଛୋଟ ଅଭିଯୋଗ ଆସୁଥିବାରୁ ଫୋନ୍‌ କରି ସମାଧାନ କରୁଛୁ। ବଡ଼ ଅଭିଯୋଗ ଆମ ନିକଟକୁ ସିଧା ଆସୁଥିବାରୁ ମାମଲା ରୁଜୁ କରି ତଦନ୍ତ କରୁଛୁ। ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି, ଥାନା ଆଗରେ ଝୁଲୁଥିବା ବାକ୍ସରେ ଅଭିଯୋଗ କରିବା ବାଧ୍ୟତାମୂଳକ ନୁହେଁ। ଥାନା କର୍ମଚାରୀଙ୍କୁ ଲୋକଙ୍କ ସଂସ୍ପର୍ଶରେ ନ ଆସିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହାସହ ଥାନାର କର୍ମଚାରୀ ଗ୍ଲୋବ୍ସ ପିନ୍ଧି ଥାନା ଗେଟ ଭିତରୁ ଅଭିଯୋଗ ଗ୍ରହଣ କରିପାରିବେ। ସେଥିରେ କିଛି ଅସୁବିଧା ନାହିଁ। ଲୋକଙ୍କ ଅଭିଯୋଗକୁ କମିଶନରେଟ ପୋଲିସ ସବୁବେଳେ ଗୁରୁତ୍ୱ ଦେଇ ଆସିଥିବା ଓ ଅଭିଯୋଗ ଗ୍ରହଣ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri