କମ୍ପାନୀ କବଳରେ କୁକୁଡ଼ା ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୬:  ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ଜରିଆରେ ଯୁବଗୋଷ୍ଠୀଙ୍କୁ କୁକୁଡା ଚାଷ ପାଇଁ ଋଣ ଆଣି ଯୋଗାଇ ଦେଉଛନ୍ତି। କୁକୁଡା ଚାଷ କରି ଦୁଇ ପଇସା ରୋଜଗାର କଲେ ପରିବାର ପ୍ରତିପୋଷଣରେ ସହାୟକ ହେବ ବୋଲି ଆଶା ବାନ୍ଧିଛନ୍ତି। ହେଲେ ଦାନା, ଚିଅଁା ଓ ଔଷଧ ଯୋଗାଉଥିବା କମ୍ପାନୀ କବଳରେ କୁକୁଡା ଚାଷୀ ପଡିଛନ୍ତି। ଫଳରେ ସେମାନେ ଚାଷ କରି ଦୁଇ ପଇସା ଲାଭ କରିବା ବଦଳରେ କ୍ଷତି ସହୁଛନ୍ତି। ସହରାଞ୍ଚଳ, ଗ୍ରାମାଞ୍ଚଳର ଛକ ବଜାରରେ ବହୁ ସଂଖ୍ୟାରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଖୋଲିଛି। କେଜି ପ୍ରତି ୨୫୦ ଟଙ୍କାରେ ମାଂସ ବିକ୍ରି ହେଉଛି। ଏହାସତ୍ତ୍ୱେ କୁକୁଡା ଚାଷୀଙ୍କୁ ଲାଭ ମିଳୁନି। ବାହାର ଓ ଓଡ଼ିଶାର କେତେଗୋଟି କମ୍ପାନୀ ହାତକୁ ଏହି ବ୍ୟବସାୟ ଚାଲିଯାଇଛି। ଏପରି କି ଆର୍ଥିକ ପରିସ୍ଥିତି ସୁଧାରିବାକୁ କୁକୁଡା ଫାର୍ମ କରିଥିବା ଯୁବଗୋଷ୍ଠୀ ଏହି କମ୍ପାନୀ ହାତରେ ବନ୍ଧା ପଡିଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାର କୁକୁଡା ଚାଷୀଙ୍କ କ୍ଷେତ୍ରରେ ବୋଲି ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଇନ୍ଦୁପୁରର କାଳିଆ ସାମନ୍ତରାୟ, କଂସାର ଗଁାର ଶୁଭାଶିଷ ଜେନା, ପାଖଡ ଗଁାର ରମାକାନ୍ତ ମଲ୍ଲିକ, ବାରିମୂଳର ସେକ୍‌ ହସନ ପ୍ରମୁଖ କୁକୁଡା ଫାର୍ମ ମାଲିକ କହିଛନ୍ତି, କୁକୁଡା ଦର ନିୟନ୍ତ୍ରଣରେ ପ୍ରଶାସନର କୌଣସି ଭୂମିକା ରହୁନାହିଁ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଲାଭ ଉଠାଉଛନ୍ତି। ସେମାନେ କହିଛନ୍ତି, ଆନ୍ଧ୍ର, ଛତିଶଗଡର ବଡ ବଡ କୁକୁଡା ବ୍ୟବସାୟୀ ଓଡ଼ିଶାରେ ଅର୍ଥ ଖଟାଇଛନ୍ତି। ଓଡ଼ିଶାର ଦୁଇ ତିନୋଟି କମ୍ପାନୀ ମଧ୍ୟ ଏହି କାରବାରରେ ସାମିଲ ହୋଇଛନ୍ତି। ଏହି କମ୍ପାନୀମାନେ ଚିଅଁାଠାରୁ ଆରମ୍ଭ କରି ଦାନା ଓ ଔଷଧ ଆଦି ଯୋଗାଇଥାନ୍ତି। ଚାଷୀ କେବଳ ଫାର୍ମ ଘର, ବିଜୁଳି, ପାଣି ଓ ମାନବସମ୍ବଳ ବ୍ୟୟ କରୁଛି। ଚାଷୀମାନେ କୁକୁଡା ଫାର୍ମରେ ଦାୟିତ୍ୱର ସହ କୁକୁଡାକୁ ରକ୍ଷଣାବେକ୍ଷଣ କରିବା ପରେ କେଜି ପ୍ରତି ୩ରୁ ୫ଟଙ୍କା ପାଉଛନ୍ତି। କୁକୁଡାର ଦର ବୃଦ୍ଧି ସହ ଚାଷୀଙ୍କ କୌଣସି ସମ୍ପର୍କ ନାହିଁ। ଅର୍ଥ ଖଟାଇଥିବା କମ୍ପାନୀ ଠିକଣା ସମୟରେ ଔଷଧ ଓ ଦାନା ଆଦି ପ୍ରଦାନ କରିଥାନ୍ତି। କୁକୁଡା ପ୍ରାୟ ଦେଢ଼ କେଜି ହୋଇଗଲେ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ସଂଗ୍ରହ କରି ରାଜ୍ୟ ଓ ବାହାର ରାଜ୍ୟକୁ ନେଇ ବିକ୍ରି କରିଥାନ୍ତି। ଚାଷୀଙ୍କୁ କୁକୁଡା ବିକ୍ରି ପାଇଁ କୌଣସି ଅନୁମତି ନାହିଁ। ଚାଷ ଆରମ୍ଭରୁ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ଚାଷୀଙ୍କ ସହ ଚୁକ୍ତି କରୁଛନ୍ତି। କୁକୁଡ଼ା ଚାଷ କରି ଆତ୍ମନିର୍ଭର ହେବା ପାଇଁ ସରକାରୀ ରିହାତିରେ କୁକୁଡା ଫାର୍ମ କରିଥିଲେ ମଧ୍ୟ ଚାଷୀମାନେ କମ୍ପାନୀ କବଳକୁ ଚାଲି ଯାଇଛନ୍ତି। ଯଦି କୌଣସି ଚାଷୀ କମ୍ପାନୀର ସର୍ତ୍ତ ମାନିବାକୁ ରାଜି ନୁହେଁ, ତେବେ ଏହି କମ୍ପାନୀ କର୍ତ୍ତୃପକ୍ଷ ଚିଆଁଠାରୁ ଆରମ୍ଭ କରି ଔଷଧ, ଦାନା ଆଦିକୁ ଚଢା ଦରରେ କିଣିବାକୁ ବାଧ୍ୟ କରୁଛନ୍ତି। ସରକାରଙ୍କ ନିୟନ୍ତ୍ରଣ ଏହି କମ୍ପାନୀ ଉପରେ ରହୁ ନ ଥିବାରୁ ରାଜ୍ୟବାସୀ କମ୍ପାନୀର ଶସ୍ତା ଅଥବା ଅଧିକ ଦାମରେ ଦେଉଥିବା ମାଂସ କିଣିବାକୁ ବାଧ୍ୟ ହେଉଛନ୍ତି। ବଜାରରେ କୁକୁଡା ମାଂସ ଚାହିଦା ଦ୍ରୁତଗତିରେ ବଢୁଥିବା ବେଳେ ଚାଷୀ ଲାଭ ପାଉନାହାନ୍ତି। ଏଥିପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri