କମ୍ପାନୀ କବଳରେ କୁକୁଡ଼ା ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୬:  ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ଜରିଆରେ ଯୁବଗୋଷ୍ଠୀଙ୍କୁ କୁକୁଡା ଚାଷ ପାଇଁ ଋଣ ଆଣି ଯୋଗାଇ ଦେଉଛନ୍ତି। କୁକୁଡା ଚାଷ କରି ଦୁଇ ପଇସା ରୋଜଗାର କଲେ ପରିବାର ପ୍ରତିପୋଷଣରେ ସହାୟକ ହେବ ବୋଲି ଆଶା ବାନ୍ଧିଛନ୍ତି। ହେଲେ ଦାନା, ଚିଅଁା ଓ ଔଷଧ ଯୋଗାଉଥିବା କମ୍ପାନୀ କବଳରେ କୁକୁଡା ଚାଷୀ ପଡିଛନ୍ତି। ଫଳରେ ସେମାନେ ଚାଷ କରି ଦୁଇ ପଇସା ଲାଭ କରିବା ବଦଳରେ କ୍ଷତି ସହୁଛନ୍ତି। ସହରାଞ୍ଚଳ, ଗ୍ରାମାଞ୍ଚଳର ଛକ ବଜାରରେ ବହୁ ସଂଖ୍ୟାରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଖୋଲିଛି। କେଜି ପ୍ରତି ୨୫୦ ଟଙ୍କାରେ ମାଂସ ବିକ୍ରି ହେଉଛି। ଏହାସତ୍ତ୍ୱେ କୁକୁଡା ଚାଷୀଙ୍କୁ ଲାଭ ମିଳୁନି। ବାହାର ଓ ଓଡ଼ିଶାର କେତେଗୋଟି କମ୍ପାନୀ ହାତକୁ ଏହି ବ୍ୟବସାୟ ଚାଲିଯାଇଛି। ଏପରି କି ଆର୍ଥିକ ପରିସ୍ଥିତି ସୁଧାରିବାକୁ କୁକୁଡା ଫାର୍ମ କରିଥିବା ଯୁବଗୋଷ୍ଠୀ ଏହି କମ୍ପାନୀ ହାତରେ ବନ୍ଧା ପଡିଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାର କୁକୁଡା ଚାଷୀଙ୍କ କ୍ଷେତ୍ରରେ ବୋଲି ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଇନ୍ଦୁପୁରର କାଳିଆ ସାମନ୍ତରାୟ, କଂସାର ଗଁାର ଶୁଭାଶିଷ ଜେନା, ପାଖଡ ଗଁାର ରମାକାନ୍ତ ମଲ୍ଲିକ, ବାରିମୂଳର ସେକ୍‌ ହସନ ପ୍ରମୁଖ କୁକୁଡା ଫାର୍ମ ମାଲିକ କହିଛନ୍ତି, କୁକୁଡା ଦର ନିୟନ୍ତ୍ରଣରେ ପ୍ରଶାସନର କୌଣସି ଭୂମିକା ରହୁନାହିଁ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଲାଭ ଉଠାଉଛନ୍ତି। ସେମାନେ କହିଛନ୍ତି, ଆନ୍ଧ୍ର, ଛତିଶଗଡର ବଡ ବଡ କୁକୁଡା ବ୍ୟବସାୟୀ ଓଡ଼ିଶାରେ ଅର୍ଥ ଖଟାଇଛନ୍ତି। ଓଡ଼ିଶାର ଦୁଇ ତିନୋଟି କମ୍ପାନୀ ମଧ୍ୟ ଏହି କାରବାରରେ ସାମିଲ ହୋଇଛନ୍ତି। ଏହି କମ୍ପାନୀମାନେ ଚିଅଁାଠାରୁ ଆରମ୍ଭ କରି ଦାନା ଓ ଔଷଧ ଆଦି ଯୋଗାଇଥାନ୍ତି। ଚାଷୀ କେବଳ ଫାର୍ମ ଘର, ବିଜୁଳି, ପାଣି ଓ ମାନବସମ୍ବଳ ବ୍ୟୟ କରୁଛି। ଚାଷୀମାନେ କୁକୁଡା ଫାର୍ମରେ ଦାୟିତ୍ୱର ସହ କୁକୁଡାକୁ ରକ୍ଷଣାବେକ୍ଷଣ କରିବା ପରେ କେଜି ପ୍ରତି ୩ରୁ ୫ଟଙ୍କା ପାଉଛନ୍ତି। କୁକୁଡାର ଦର ବୃଦ୍ଧି ସହ ଚାଷୀଙ୍କ କୌଣସି ସମ୍ପର୍କ ନାହିଁ। ଅର୍ଥ ଖଟାଇଥିବା କମ୍ପାନୀ ଠିକଣା ସମୟରେ ଔଷଧ ଓ ଦାନା ଆଦି ପ୍ରଦାନ କରିଥାନ୍ତି। କୁକୁଡା ପ୍ରାୟ ଦେଢ଼ କେଜି ହୋଇଗଲେ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ସଂଗ୍ରହ କରି ରାଜ୍ୟ ଓ ବାହାର ରାଜ୍ୟକୁ ନେଇ ବିକ୍ରି କରିଥାନ୍ତି। ଚାଷୀଙ୍କୁ କୁକୁଡା ବିକ୍ରି ପାଇଁ କୌଣସି ଅନୁମତି ନାହିଁ। ଚାଷ ଆରମ୍ଭରୁ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ଚାଷୀଙ୍କ ସହ ଚୁକ୍ତି କରୁଛନ୍ତି। କୁକୁଡ଼ା ଚାଷ କରି ଆତ୍ମନିର୍ଭର ହେବା ପାଇଁ ସରକାରୀ ରିହାତିରେ କୁକୁଡା ଫାର୍ମ କରିଥିଲେ ମଧ୍ୟ ଚାଷୀମାନେ କମ୍ପାନୀ କବଳକୁ ଚାଲି ଯାଇଛନ୍ତି। ଯଦି କୌଣସି ଚାଷୀ କମ୍ପାନୀର ସର୍ତ୍ତ ମାନିବାକୁ ରାଜି ନୁହେଁ, ତେବେ ଏହି କମ୍ପାନୀ କର୍ତ୍ତୃପକ୍ଷ ଚିଆଁଠାରୁ ଆରମ୍ଭ କରି ଔଷଧ, ଦାନା ଆଦିକୁ ଚଢା ଦରରେ କିଣିବାକୁ ବାଧ୍ୟ କରୁଛନ୍ତି। ସରକାରଙ୍କ ନିୟନ୍ତ୍ରଣ ଏହି କମ୍ପାନୀ ଉପରେ ରହୁ ନ ଥିବାରୁ ରାଜ୍ୟବାସୀ କମ୍ପାନୀର ଶସ୍ତା ଅଥବା ଅଧିକ ଦାମରେ ଦେଉଥିବା ମାଂସ କିଣିବାକୁ ବାଧ୍ୟ ହେଉଛନ୍ତି। ବଜାରରେ କୁକୁଡା ମାଂସ ଚାହିଦା ଦ୍ରୁତଗତିରେ ବଢୁଥିବା ବେଳେ ଚାଷୀ ଲାଭ ପାଉନାହାନ୍ତି। ଏଥିପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri