ସମିତି ବଢ଼ାଉଛି ବିହନ ସମସ୍ୟା

ପାଲଲହଡ଼ା,୩ା୭ ଚାଷ ପାଇଁ ସଜବାଜ ହେଉଥିବା ଚାଷୀ ପାଇବେ ଧାନ ବିହନ। ଚଳିତବର୍ଷ ଏଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି। ଗୋଟିଏ ପରିବର୍ତ୍ତେ ଦୁଇଟି ଗୋଦାମରୁ ଯୋଗାଣ ହୋଇଛି। ଅତୀତର ତ୍ରୁଟି ଆଉ ଦୋହରାଯିବ ନାହିଁ ବୋଲି ଅନୁଗୋଳ ଜିଲା କୃଷି ବିଭାଗ କହୁଥିବା ବେଳେ ପାଲଲହଡ଼ା ଉପଖଣ୍ଡରେ ବିହନ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏଠାକାର ଚାଷୀ ଅଣପଞ୍ଜୀକୃତ ବ୍ୟବସାୟିକ ସଂସ୍ଥାଠାରୁ ଚଢ଼ା ଦରରେ ଧାନ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି। ବ୍ଲକରେ ଥିବା ୧୧ଟି କୃଷି ସମବାୟ ସମିତି ପ୍ରକୃତ ଆବଶ୍ୟକତା ସମ୍ପର୍କରେ ନ ବୁଝି ଚାହିଦାର ମାତ୍ର ୨୫ ପ୍ରତିଶତ ବିହନ ଆଣିଥିବାରୁ ସମସ୍ୟା ବଢ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ପାଲଲହଡ଼ା ଉପଖଣ୍ଡ ଏକ କୃଷି ବହୁଳ ଅଞ୍ଚଳ। ପରିବା, କଦଳୀ, ତରଭୁତ ଚାଷ ଉପରେ ଏଠାକାର ଚାଷୀ ଜୋର୍‌ ଦେଉଥିଲେ ମଧ୍ୟ ପ୍ରମୁଖ ସ୍ଥାନରେ ରହିଛି ଧାନ। ଉପଖଣ୍ଡର ପ୍ରାୟ ୧୦ ହଜାର ୫୧୦ ହେକ୍ଟର ଜମିରେ ଚଳିତବର୍ଷ ଧାନ ଚାଷ ହେବ। ଏଥିପାଇଁ ୪ ହଜାର ୫୦୦ କୁଇଣ୍ଟାଲ ବିହନ ଚାଷୀଙ୍କ ନିକଟରେ ପହଞ୍ଚିବା କଥା। କିନ୍ତୁ ଉପଖଣ୍ଡରେ ଥିବା ୧୧ଟି ସମବାୟ ସମିତି ଚଳିତ ବର୍ଷ ମାତ୍ର ୧୧୨୦ କୁଇଣ୍ଟାଲ ଧାନ ବିହନ ବିକ୍ରି ପାଇଁ ଆଣିଥିବା ବେଳେ ବେସରକାରୀ ଭାବେ ଜଣେ ମାତ୍ର ବ୍ୟବସାୟୀ ୫୧.୫୦ କୁଇଣ୍ଟାଲ ବିହନ ଆଣିଛନ୍ତି। ସେହିପରି ବ୍ଲକ କୃଷି ବିଭାଗ ପକ୍ଷରୁ ବିହନ ପ୍ରସ୍ତୁତ ନିମନ୍ତେ ପାଖାପାଖି ୧୨୦ କୁଇଣ୍ଟାଲ ଯୋଗାଇ ଦିଆଯାଇଛି। ଚାଷୀଙ୍କ ଆବଶ୍ୟକତା ତୁଳନାରେ ଏହା ମାତ୍ର ୨୫ ପ୍ରତିଶତ ହୋଇଥିବାରୁ ସପ୍ତାହେ ମଧ୍ୟରେ ସମିତିରୁ ବିହନ ଶେଷ ହୋଇଯାଇଛି। ଫଳରେ ବାରମ୍ବାର ସମିତିକୁ ଧାଉଁଥିଲେ ମଧ୍ୟ ଚାଷୀଙ୍କୁ ଖାଲି ହାତରେ ଫେରିବାକୁ ପଡ଼ୁଛି। ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ପିଣ୍ଡ ଧାନ (ଫାଉଣ୍ଡେଶନ) କୁଇଣ୍ଟାଲ ପ୍ରତି ୩୦୫୩ ଟଙ୍କା, ପ୍ରାମାଣିକ (ସାର୍ଟିଫାଏଡ) ବିହନ ୧୦ ବର୍ଷରୁ ଊର୍ଦ୍ଧ୍ୱ ପାଇଁ ୧୯୫୦ ଟଙ୍କା ଏବଂ ୧୦ ବର୍ଷରୁ କମ୍‌ କିସମ ପାଇଁ ୨୨୮୦ ଟଙ୍କା ବିକ୍ରୟ ମୂଲ୍ୟ ରଖାଯାଇଛି। କିନ୍ତୁ ଉପଖଣ୍ଡରେ ବିହନ ନ ଥିବାରୁ ଏହାର ସୁଯୋଗ ନେଉଛନ୍ତି ଅଣପଞ୍ଜୀକୃତ ବିହନ ବ୍ୟବସାୟିକ ସଂସ୍ଥା। ସେମାନେ ସରକାରୀ ଦର ଠାରୁ ୩ରୁ ୪ ଗୁଣ ଅଧିକା ଦରରେ ବିହନ ବିକ୍ରି କରୁଛନ୍ତି। ସରକାରୀ ଭାବେ ପିଣ୍ଡ ଧାନ ବା ପ୍ରାମାଣିକ ଧାନ ବିହନ ବିକ୍ରୟ ପାଇଁ ଉପଯୁକ୍ତ ଥିବାବେଳେ ଅଣପଞ୍ଜୀକୃତ ସଂସ୍ଥା ଭରସାଯୋଗ୍ୟ (ଟ୍ରୁଥ୍‌ ଲେବୁଲ) କିସମ ନଁାରେ ବିଭିନ୍ନ ବେସରକାରୀ ସଂସ୍ଥାର ପଞ୍ଜୀକରଣ ଦେଖାଇ କୁଇଣ୍ଟାଲ ପ୍ରତି ୪୨୫୦ ଟଙ୍କାରୁ ଆରମ୍ଭ କରି ୭୦୦୦ ଟଙ୍କାରେ ବିହନ ବିକ୍ରି କରୁଛନ୍ତି। ଏହାବାଦ ସଙ୍କର ଜାତୀୟ ବିହନ କିଲୋଗ୍ରାମ ପ୍ରତି ୩୦୦ ରୁ ୪୦୦ ଟଙ୍କା ନେଉଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଏ ଦିଗରେ ଜିଲା କୃଷି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଉପଖଣ୍ଡର ଚାଷୀମାନେ ଦାବି କରିଛନ୍ତି।
ସୋସାଇଟି ସମ୍ପୂର୍ଣ୍ଣ ବିଫଳ
ପାଲଲହଡ଼ା ଉପଖଣ୍ଡର ଚାଷୀମାନଙ୍କ ପାଇଁ କେତେ ବିହନର ଆବଶ୍ୟକତା ରହିଛି ତାହା କେବେ ଏଠାକାର ସୋସାଇଟି ବୁଝିନାହିଁ। ତେଣୁ କମ୍‌ ପରିମାଣର ବିହନ ଅଣାଯାଉଥିବାରୁ ଚାଷୀମାନେ ବାଧ୍ୟ ହୋଇ ଅଣପଞ୍ଜୀକୃତ ସଂସ୍ଥାଠାରୁ ଚଢ଼ା ଦରରେ ବିହନ କିଣୁଛି।
– ନୀଳାମ୍ବର ପ୍ରଧାନ, ଚାଷୀ, ପାଲଲହଡ଼ା
କୃଷି ବିଭାଗ ନୀରବଦ୍ରଷ୍ଟା
ପାଲଲହଡ଼ାରେ ଥିବା ୧୧ଟି ସମବାୟ ସମିତି ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଧାନ ବିହନ କି ସାର କେବେ ଯୋଗାଇ ପାରୁନି। ଏଠାରେ କୃଷି ବିଭାଗ କାର୍ଯ୍ୟାଳୟ ଥିଲେ ବି ନ ଥିଲା ଭଳି। କାରଣ ଅଫିସକୁ ଯୋଗାଯୋଗ କଲେ କିଛି ଜାଣିନୁ ବୋଲି ଉତ୍ତର ମିଳୁଛି।
ଦୁଷ୍ମନ୍ତ କୁମାର ପ୍ରଧାନ, ଚାଷୀ, ପାଲଲହଡ଼ା
ଗ୍ରାମସେବକମାନେ ତଥ୍ୟ ଦେଉନାହାନ୍ତି
ଗ୍ରାମସେବକମାନେ ଚାଷୀମାନଙ୍କ ସହ ବିହନ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି ପ୍ରତିବର୍ଷ ସମବାୟ ସମିତିକୁ ପ୍ରକୃତ ତଥ୍ୟ ଦେବା କଥା, ଯାହା ସେମାନେ କରୁନାହାନ୍ତି। ତେଣୁ ଗତବର୍ଷ ଗୁଡ଼ିକରେ ମଗାଯାଇଥିବା ବିହନ ଅନୁପାତରେ ବିହନ ଅଣାଯାଉଛି। ଏହାଛଡ଼ା ବଳକା ରହିଲେ ସମିତି ସମ୍ପାଦକଙ୍କୁ ଦାୟୀ କରାଯାଉଛି। ସେଥିପାଇଁ ଏପରି ଅସୁବିଧା ଉପୁଜୁଛି।
-ସୁଶୀଲ କୁମାର ପ୍ରଧାନ, ସମ୍ପାଦକ
ବଡସଡ଼ା ଏବଂ ଶଙ୍ଖମୁର ସମବାୟ ସମିତି
ପର୍ଯ୍ୟାପ୍ତ ପରିମାଣର ବିହନ ଅଛି
କୃଷି ସମବାୟ ସମିତି ପକ୍ଷରୁ ଯେତିକି ଧାନ ବିହନ ଯୋଗାଣ ପାଇଁ କୁହାଯାଇଥିଲା ତାହା ଦିଆଯାଇଛି। ଜିଲାରେ ପର୍ଯ୍ୟାପ୍ତ ପରିମାଣର ବିହନ ଅଛି। କୌଣସି ସଂସ୍ଥା ଚଢ଼ା ଦରରେ ବିହନ ବିକ୍ରି କରିବା ଅନୁଚିତ। ଏ ନେଇ ଚାଷୀମାନଙ୍କ ନିକଟରୁ ଅଭିଯୋଗ ମିଳିଲେ ତଦନ୍ତ କରାଯିବ।
-ଆଶିଷ କୁମାର ପ୍ରଧାନ
ବିହନ ଉତ୍ପାଦନ ଅଧିକାରୀ, ଅନୁଗୋଳ
ଧାର୍ଯ୍ୟ ଦରଠାରୁ ଅଧିକ ନେବା ଅନୁଚିତ
ସମବାୟ ସମିତି ଓ ଜଣେ ଅନୁମତିପ୍ରାପ୍ତ ବ୍ୟବସାୟୀ ବିହନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ବିହନ ବିକ୍ରି କରିବା କଥା ନୁହେଁ। ସରକାରୀ ଧାର୍ଯ୍ୟ ଦର ଠାରୁ ମଧ୍ୟ ଅଧିକା ନେବା ଅନୁଚିତ। କୌଣସି ସଂସ୍ଥା ଚଢ଼ା ମୂଲ୍ୟ ନେଉଥିଲେ ଚାଷୀମାନେ ଆମକୁ ଜଣାନ୍ତୁ।
-ଚନ୍ଦ୍ରମୋହନ ପାତ୍ର, ବ୍ଲକ କୃଷି ଅଧିକାରୀ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?