Posted inଫୁରସତ

ସାଧନା ଓ ସାହସର ସମନ୍ବୟ ପ୍ରଦୀପ କୁମାର ରାୟ

”ମୁଁ ସ୍ବପ୍ନମାନଙ୍କୁ ହଜିଯିବା ଦେଖିଛି/ପାଖ ଲୋକଙ୍କୁ ଦୂରକୁ ଘୁଞ୍ଚିଯିବା ଦେଖିଛି/ସମସ୍ତେ କହନ୍ତି ଭଲପାଇବା ହସିବା ଶିଖାଏ/ମୁଁ ସେହି ଭଲପାଇବାକୁ ଏକା ଗଭୀର ରାତିରେ କାନ୍ଦିବା ଦେଖିଛି ।“ ଏହି ଉକ୍ତି ଅତି ମାର୍ମିକ ଭାବରେ ଉଚ୍ଚାରଣ କରିପାରନ୍ତି ପ୍ରଖ୍ୟାତ ସାହିତି୍ୟକ ତଥା ଅନୁବାଦକ ପ୍ରଦୀପ କୁମାର ରାୟ। ଜୀବନ ତାଙ୍କୁ ନେଇ ଅନେକ ପରୀକ୍ଷାନିରୀକ୍ଷା କରିଛି। ଜୀବନର ଯେଉଁ ସଂଘର୍ଷରେ ମଣିଷର ପାଦ ଟଳମଳ ହୁଏ ସ୍ଥିତିଶୂନ୍ୟତା ଗ୍ରାସିଯାଏ ସେଭଳି ପରିସ୍ଥିତିରେ ସେ କିନ୍ତୁ ଠିଆ ହୋଇଛନ୍ତି ଅଟଳ, ଅବିଚଳ ହୋଇ। ପ୍ରତିକୂଳ ପରିସ୍ଥିତି ତାଙ୍କ ସଙ୍କଳ୍ପକୁ ପ୍ରାଣବନ୍ତ କରିଛି ତାଙ୍କ ବ୍ୟକ୍ତିତ୍ୱକୁ ଘଷିମାଜି ଅଧିକ ଉଜ୍ଜ୍ୱଳ କରିଛି । ହଜାରେ ନାହିଁକୁ ଡେଇଁ ସେ ଦୃଢ଼ କରିଛନ୍ତି ନିଜ ପରିବାରର ସ୍ଥିତି, ନିଜକୁ ପ୍ରତିଷ୍ଠିତ କରାଇଛନ୍ତି ଜଣେ ଛାତ୍ରବତ୍ସଳ ପ୍ରାଧ୍ୟାପକ ଏବଂ ଦୀକ୍ଷିତ ସାହିତ୍ୟିକ ଭାବରେ।

ଏପ୍ରିଲ ୧୯୫୬ ମସିହା ସମ୍ବଲପୁରରେ ଜନ୍ମିତ ପ୍ରଦୀପ କୁମାର ରାୟ ଜଣେ ଆଗ ଧାଡ଼ି ଫିଚର ଲେଖକ ହିସାବରେ ସେ ପାଠକ ମହଲରେ ସୁପରିଚିତ। ବିଭିନ୍ନ ସାହିତି୍ୟକ ଓ ସାମାଜିକ ପ୍ରସଙ୍ଗରେ ତାଙ୍କ ଫିଚରଗୁଡ଼ିକ ନୂତନ ଆଲୋକପାତ କରନ୍ତି। ଫିଚରକୁ ମଧ୍ୟ ସେ ଅତ୍ୟନ୍ତ ସର୍ଜନଶୀଳ ଭାବରେ ଉପସ୍ଥାପନ କରିଥାନ୍ତି। ତାଙ୍କ ଫିଚର ଲେଖା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ନୂଆ ଶୈଳୀ ସୃଷ୍ଟି କରିଛି।

ତାଙ୍କର ସାଧନା ଅନୁଯାୟୀ ଆଖିଦୃଶିଆ ସୀକୃତି ମିଳି ନ ଥିଲେ ମଧ୍ୟ ସେ ଲାଭ କରିଛନ୍ତି ପ୍ରଜାତନ୍ତ୍ର ଅନୁବାଦ ସମ୍ମାନ, ସାଗରୀକା ଫିଚର ସମ୍ମାନ, ତୀରତରଙ୍ଗ ଅନୁବାଦ ସମ୍ମାନ, ବୌଦ୍ଧ ସମ୍ମାନ ଭଳି ଆଉ କେତେକ ସମ୍ମାନ। କିନ୍ତୁ ତାଙ୍କ ପ୍ରକୃତ ସମ୍ମାନ ହେଉଛି ପାଠକୀୟ ଆଦର, ଶିକ୍ଷାର୍ଥୀଙ୍କ ଅକୃତ୍ରିମ ଶ୍ରଦ୍ଧା ଓ ସମ୍ମାନ।

ସ୍ବତନ୍ତ୍ର ଅଧ୍ୟୟନ ଅନୁବାଦ ସାହିତ୍ୟକୁ ନେଇ ସେ ଖୁବ୍‌ ନିଷ୍ଠାପର ଓ ଅଧ୍ୟବସାୟୀ। ସେ ବିଶ୍ୱାସ କରନ୍ତି, ଅନୁବାଦ ମାଧ୍ୟମରେ ଭାଷା ଭାଷା ମଧ୍ୟରେ ପାରସ୍ପରିକ ଯୋଗସୂତ୍ର ତିଆରି ହୋଇଥାଏ। ଅନୁରାଗର ସହ ସେ ଓଡ଼ିଆରୁ ବଙ୍ଗଳା ଓ ଅନ୍ୟାନ୍ୟ ଭାଷାରୁ ଓଡ଼ିଆକୁ ବିପୁଳ ଅନୁବାଦ କରି ଆମ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବଙ୍ଗଳାରୁ ଓଡ଼ିଆ ଅନୁବାଦ କରିଥିବା କୃତିଗୁଡ଼ିକ ମଧ୍ୟରୁ ଶ୍ରୀଅରବିନ୍ଦଙ୍କର ‘କାରାକାହାଣୀ’, ଚଣ୍ଡୀ ଚରଣ ବନ୍ଦୋପାଧ୍ୟାୟଙ୍କର ‘ସାର ବାସୁଦେବ ସୁଢ଼ଳଦେବ (ଜୀବନୀ)’, ହର୍ଷ ଦତ୍ତଙ୍କର ‘ପ୍ରାଣତରଙ୍ଗ’(ଉପନ୍ୟାସ), ସୁନୀଲ ଗଙ୍ଗୋପାଧ୍ୟାୟଙ୍କର ‘ହେ ମହାଜୀବନ’ (ଉପନ୍ୟାସ), ବାଣୀ ବସୁଙ୍କର ‘ଉଜାଣି ଯାତ୍ରା’(ଉପନ୍ୟାସ), ସଙ୍ଗୀତା ବନ୍ଦୋପାଧ୍ୟାୟଙ୍କର ‘ପ୍ୟାଣ୍ଟି’(ଉପନ୍ୟାସ), ଜ୍ୟୋତି ଭଟ୍ଟାଚାର୍ଯ୍ୟଙ୍କର ‘ସମାଜତନ୍ତ୍ରର ସଙ୍କଟ ବିଶ୍ୱ ସଙ୍କଟ’(ପ୍ରବନ୍ଧ), ସୁନୀଲ ଗଙ୍ଗୋପାଧ୍ୟାୟଙ୍କର ‘ଯାହାର ଯାହା ହଜିଯାଇଛି’(କବିତା), ଜୟ ଗୌସ୍ବାମୀଙ୍କର ‘ପ୍ରେମ ଓ ମୃତ୍ୟୁର କବିତା’ , ନବନୀତା ଦେବସେନଙ୍କର ଶ୍ରେଷ୍ଠ କବିତା ‘ପ୍ରତିବେଶୀଙ୍କ ପ୍ରେମ ଗଳ୍ପ’ (ବଙ୍ଗଳା ପ୍ରେମଗଳ୍ପର ଅନୁବାଦ), ଜୟନ୍ତ ଦେଙ୍କର ‘ରସିକ ସାରଙ୍କ ଘୋଡା’, ବିଦିଶା ସରକାରଙ୍କର ‘ଖଣ୍ଡିତା’ (ଉପନ୍ୟାସ), ଚିନ୍ମୟ ବସୁଙ୍କର ‘ଜୀବନର ଝର କଲମ’(ଗଳ୍ପ ସଂକଳନ), ମନୋରଞ୍ଜନ ବ୍ୟାପାରୀଙ୍କର ‘ଇତ୍ତିବୃତ୍ତେ ଚଣ୍ଡାଳ ଜୀବନ’ (ଜୀବନୀ) ଆଦି ଚର୍ଚ୍ଚିତ ପୁସ୍ତକ। ଓଡ଼ିଆରୁ ବଙ୍ଗଳା ଅନୁବାଦରେ ପ୍ରଦୀପ କୁମାର ପଣ୍ଡାଙ୍କର ନିର୍ବାଚିତ ୫୦ (କବିତା ସଙ୍କଳନ), ମମତା ଦାଶଙ୍କର ‘ନିର୍ବାଚିତ କବିତା’, ଏତଦ୍‌ବ୍ୟତୀତ ଗାବ୍ରିୟେଲ ଗାର୍ସିଆ ମାକେର୍‌ବଜ ଗଳ୍ପ ‘ସମଗ୍ର’, ଗାବ୍ରିୟେଲ ଗାର୍ସିଆ ମାକେର୍‌ବଜଙ୍କ ‘ନିଃସଙ୍ଗତାର ଏକଶହ ବର୍ଷ’ (ଉପନ୍ୟାସ), ବିଭିନ୍ନ ବଙ୍ଗଳା ପତ୍ରପତ୍ରିକାରେ ଶହ ଶହ ସଂଖ୍ୟାରେ ଓଡ଼ିଆ ଗଳ୍ପ ଏବଂ କବିତା ତାଙ୍କ ଦ୍ୱାରା ଅନୁବାଦିତ ଏବଂ ଅନୁସୃଜିତ ହୋଇ ପ୍ରକାଶ ପାଇଛି । ଓଡ଼ିଶାର ବରିଷ୍ଠ କବିଙ୍କଠାରୁ ସର୍ବକନିଷ୍ଠ ପ୍ରତିଭାସମ୍ପନ୍ନ ପଚାଶ ଜଣ କବିଙ୍କର ଚାରୋଟି ଲେଖାଏ କବିତାକୁ ବଙ୍ଗଳା ଭାଷାରେ ଅନୁବାଦ କରି ଦୁଇ ଖଣ୍ଡ କବିତା ସଂକଳନ ବର୍ତ୍ତମାନ ପ୍ରକାଶ ଅପେକ୍ଷାରେ। ସାହିତ୍ୟକୁ ନେଇ ତାଙ୍କର ଯାବତୀୟ କ୍ରିୟାଶୀଳତା ଏକ ନୀରବ ତପସ୍ୟା। ଆଟୋପ ଏବଂ ଆଡ଼ମ୍ବର ନାହିଁ କି ଗୁଡ଼ାଏ କିଛି କରୁଛନ୍ତି ବୋଲି ଡିଣ୍ଡିମ ବି ପିଟିବାର ନାହିଁ। ଜଣେ ବରିଷ୍ଠ ହିସାବରେ ପର ପିଢିକୁ ସେ କେବଳ ପ୍ରୋତ୍ସାହିତ କରନ୍ତି ନାହିଁ ଅଧିକନ୍ତୁ ସ୍ପଷ୍ଟ ଏବଂ ନିର୍ଭୀକ ରହିବା ଲାଗି ଚିନ୍ତନର ପରିସର ଯୋଗେଇ ଦିଅନ୍ତି । ତାଙ୍କ ସମ୍ପର୍କରେ ବିଶିଷ୍ଟ ବଙ୍ଗଳା କବି ଶ୍ୟାମଳି ସେନଗୁପ୍ତ କୁହନ୍ତି , ”ଅନୁବାଦ ଓ ଅନୁସୃଜନ ମାଧ୍ୟମରେ ଭିନ୍ନ ଭାଷାର ସାହିତ୍ୟକୃତି ସମ୍ପର୍କରେ ପ୍ରକୃତ-ପାଠକମାନଙ୍କର ଗୋଟିଏ ସୁସ୍ପଷ୍ଟ ଧାରଣା ଗଢ଼ି ଉଠେ ସେଇ ଭାଷାଭାଷୀଙ୍କ ସାମାଜିକ, ବ୍ୟବହାରିକ ଜୀବନ ସମ୍ପର୍କରେ। ପଡ଼ୋଶୀ ରାଜ୍ୟର ସାହିତ୍ୟ ସମ୍ପର୍କରେ, ସଂଶ୍ଳିଷ୍ଟ ଭାଷାର ସାହିତି୍ୟକମାନଙ୍କ ସାମାଜିକ-ରାଜନୈତିକ ଚିନ୍ତାଧାରା ସମ୍ପର୍କରେ ଧାରଣା ଜନ୍ମେ। ଭାବ ଓ ଭାବନାର ବିନିମୟ ଘଟେ। ଏଇ ବିରାଟ କାର୍ଯ୍ୟକୁ ଏକନିଷ୍ଠ ଭାବରେ କରି ଚାଲିଛନ୍ତି ପ୍ରଦୀପ ଦାଦାଭାଇ। ବଙ୍ଗଳା ଭାଷାରୁ ଓଡ଼ିଆରେ ଏବଂ ଓଡ଼ିଆ ଭାଷାରୁ ବଙ୍ଗଳାରେ ଅନୁବାଦ କରିଛନ୍ତି ପ୍ରାୟ ତିନି ଶହରୁ ବେଶି ଗଳ୍ପ, ଉପନ୍ୟାସ, କବିତା ଓ ପ୍ରବନ୍ଧ। ଦାଦାଭାଇଙ୍କ ସହିତ କଥାବାର୍ତ୍ତାରୁ ମୁଁ ଜାଣି ପାରିଛି ତାଙ୍କର ଏଇ କାମକୁ ସେ ପୂଜା ବୋଲି ମନେକରନ୍ତି।“ ପ୍ରଦୀପ କୁମାର ରାୟଙ୍କ ସମ୍ବେଦନଶୀଳ କବି ବ୍ୟକ୍ତିତ୍ୱଙ୍କୁ ତାରିଫ କରି ଓଡ଼ିଆ ଭାଷାର ପ୍ରତିଷ୍ଠିତ ସ୍ବନାମଧନ୍ୟା କବି ମମତା ଦାଶ କୁହନ୍ତି , ବଙ୍ଗଳାରେ ମୋ’ ଓଡ଼ିଆ କବିତାର ତାଙ୍କର ଅନୁସୃଜନ ଦେଖି ମୁଁ ଚମତ୍କୃତ ହେଲି। ସତେକି ମୁଁ ନିଜେ ବଙ୍ଗଳାରେ ଲେଖିଛି। ଭଲ ଭଲ ଓଡ଼ିଆ କବିତାକୁ ସେ ବଙ୍ଗଳାରେ ଅନୁବାଦ କରି ଚାଲିଛନ୍ତି। ସେସବୁକୁ ପ୍ରତିଷ୍ଠିତ ବଙ୍ଗଳା ପତ୍ରିକାରେ ପ୍ରକାଶିତ କରାଉଛନ୍ତି। ତାଙ୍କର ଏହି ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ। ବଙ୍ଗଳା ଓ ଓଡ଼ିଆ,ଏ ଉଭୟ ଭାଷାର ସେ ଜଣେ ଶକ୍ତିଶାଳୀ ନିଷ୍ଠାପର ଯୋଗସୂତ୍ର, ସେ ଦୁଇ ଭାଷାର ପାଠକ ପାଠିକାଙ୍କର ପ୍ରିୟ କବି ଓ ଅନୁବାଦକ। ଏହି ସୁନ୍ଦର ଓ ନିଃସ୍ବାର୍ଥପର ପ୍ରଚେଷ୍ଟାରେ ସେ ଆହୁରି ସଫଳ ହୁଅନ୍ତୁ, ନିଜେ ସାର୍ଥକ ଅନୁଭବ କରନ୍ତୁ ଓ ଆମମାନଙ୍କୁ ଦିଅନ୍ତୁ ଏହି ସାର୍ଥକତାର ଅନୁଭବ।“

-ମାନମୟୀ ରଥ
ମୋ- ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri