ସରିଲା ରଙ୍ଗାରଙ୍ଗ ଡଟ୍‌ଫେଷ୍ଟ

ଭୁବନେଶ୍ୱର, ୩୦।୧ (ବ୍ୟୁରୋ):ହକି ବିଶ୍ୱକପ୍‌ ସହ ରବିବାର ଶେଷ ହୋଇଛି ଡଟ୍‌ ଫେଷ୍ଟର ଦ୍ୱିତୀୟ ସଂସ୍କରଣ। ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅଂଶ ଭାବେ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସାଂସ୍କୃତିକ, ସଙ୍ଗୀତ, ନୃତ୍ୟ, ଖାଦ୍ୟ ଏବଂ କାହାଣୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଅଂଶଗ୍ରହଣ କରିଥିଲେ। ଜାନୁୟାରୀ ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୫ଦିନରେ ୬ ଲକ୍ଷରୁ ଅଧିକ ଲୋକ ଏହି ଉତ୍ସବର ମଜା ଉଠାଇଥିଲେ। ବିଡିଏ, ବିଏମ୍‌ସି, ପୋଲିସ ଏବଂ ଟ୍ରାଫିକ ପୋଲିସ୍‌ର ନିରବଚ୍ଛିନ୍ନ ଉଦ୍ୟମ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ଖଣି ନିଗମର ସହଯୋଗରେ ଉତ୍ସବ ବେଶ୍‌ ସଫଳ ହୋଇଥିବାବେଳେ ଶେଷଦିନ ମଧ୍ୟ ଜାକଜମକ ଥିଲା।
ସମୟରେ ଲୋକମାନେ ଖାଦ୍ୟ, ମନୋରଞ୍ଜନ, କଳା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଯେପରିକି ଭୁବନେଶ୍ୱର ଲାଇଭ୍‌, ଭୁଫେଷ୍ଟୋ, ଟ୍ରେଲ୍ସ ଏବଂ ରାଜଧାନୀକୁ ନେଇ ଚିତ୍ର ପ୍ରଦର୍ଶନୀ ‘ସେବେ-ଆଉ-ଏବେ’ରେ ଯୋଗ ଦେଇଥିଲେ। ଏଥିରେ ବହୁ ଅନ୍ତର୍ଜାତୀୟ ସଙ୍ଗୀତଜ୍ଞଙ୍କ ସହ ବଲିଉଡର ଖାତନାମା ତଥା ଆଞ୍ଚଳିକ ସଙ୍ଗୀତଜ୍ଞଙ୍କ ଦ୍ୱାରା ଚମତ୍କାର କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ୨ହଜାର ଲୋକ ଏକାମ୍ର ୱାକ୍‌ ଅନ୍ତର୍ଗତ ୮୦ ପ୍ରକାରର ଟ୍ରେଲ୍ସରେ ଭାଗ ନେଇଥିଲେ। ଏହି ଟ୍ରେଲ୍‌କୁ ୩ ବର୍ଗ ଯଥା ନେଚର୍‌ ଟ୍ରେଲ୍‌, ଫୁଡ୍‌ ଟ୍ରେଲ୍‌ ଏବଂ ମ୍ୟୁଜିୟମ୍‌ ଟ୍ରେଲ୍‌ରେ ବିଭକ୍ତ କରାଯାଇଥିଲା। ସେହିପରି ‘ସେବେ-ଆଉ-ଏବେ’ ଫଟୋ ପ୍ରଦର୍ଶନୀରେ ୪୫୦ରୁ ଅଧିକ ଫଟୋ ଭୁବନେଶ୍ୱରର ପରିବର୍ତ୍ତନଶୀଳ ଯାତ୍ରାକୁ ଦର୍ଶାଇଥିଲା। ଏହା ରାମକାନ୍ତ ସାମନ୍ତରାୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ପ୍ରତିଦିନ ପ୍ରାୟ ୪-୫ ହଜାର ଲୋକ ପ୍ରଦର୍ଶନୀ ଦେଖିବା ସହ ଭୁବନେଶ୍ୱରକୁ ଅତି ନିକଟରୁ ଜାଣିବାକୁ ପାଇଥିଲେ। ସେହିପରି ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବକୁ ମଧ୍ୟ ଜନସାଧାରଣ ଭରପୁର ଉପଭୋଗ କରିଥିଲେ। ଏଠାରେ ୧୬ଟି ହକି ବିଶ୍ୱକପ୍‌ ଅଂଶଗ୍ରହଣକାରୀ ଦେଶର ପ୍ରାୟ ୯୦ ପ୍ରକାରର ଖାଦ୍ୟ ଏକ୍ସଟ୍ରାଭାଗାନ୍‌ଜା ଭାବେ ସ୍ଥାନ ପାଇଥିଲା। ଏଥିରେ ମୋଟ୍‌ ୬ଟି ଅନ୍ତର୍ଜାତୀୟ ଷ୍ଟଲ୍‌ ଏବଂ ଭାରତର ୨୪ ରାଜ୍ୟର ସ୍ବତନ୍ତ୍ର ଷ୍ଟଲ୍‌ ରହିଥିଲା। ସେହିଭଳି ୪ଟି ସରକାରୀ ପରିଚାଳିତ ଷ୍ଟଲ ଯଥା ମିଲେଟ୍‌ ମିଶନ୍‌ ଠାରୁ ମିଶନ୍‌ ଶକ୍ତି ଏବଂ କୋରାପୁଟ କାଫେ ପର୍ଯ୍ୟନ୍ତ ଖାଦ୍ୟ ପରିବେଷଣ ହେଉଥିଲା। ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡିଶା ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ପ୍ରାୟ ୨କୋଟି ଟଙ୍କା ବ୍ୟବସାୟ ହୋଇଛି। ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କର ଏଠାରେ ସମାଗମ ହେଉଥିଲେ। ଅପରପକ୍ଷେ ଚଳିତ ବର୍ଷ ଡଟ୍‌ଫେଷ୍ଟର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ସାଜିଥିଲା ଭୁବନେଶ୍ୱରର ପ୍ରଥମ ନାଇଟ୍‌ ଫ୍ଲି ମାର୍କେଟ। ଏଠାରେ ପ୍ରତିଦିନ ପ୍ରାୟ ୭ରୁ ୧୦ ହଜାର ଲୋକଙ୍କ ସମାଗମ ହେଉଥିଲା। ଏହା ଓସିଏଏଲ୍‌ ଏବଂ ଏଏଲ୍‌ବିଏର ସୋନାଲ୍‌ ଏନ. ମୋରେଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଫ୍ଲି ମାର୍କେଟରେ ସ୍ଥାନୀୟ କାରିଗର, ନୂତନ ଡିଜାଇନର୍‌, ଉଦ୍ୟୋଗୀ ଏବଂ ୨୭୦ରୁ ଅଧିକ ଷ୍ଟଲ୍‌ ଖୋଲିଥିଲା। ଏହି ମାର୍କେଟ ପ୍ରାୟ ୧କୋଟିର ବ୍ୟବସାୟ କରିଛି। ସେହିପରି କିଣାବିକା ସାଙ୍ଗକୁ ନାଇଟ୍‌ ଫ୍ଲି ମାର୍କେଟ୍‌ରେ ୩ଟି ଷ୍ଟେଜ୍‌ରେ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ୮୦୦ରୁ ଅଧିକ ଆଞ୍ଚଳିକ କଳାକାରଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ସମ୍ବଲପୁରୀ ଲୋକନୃତ୍ୟ, ଡେମ୍‌ସା ନୃତ୍ୟ, ଘୁମୁରା, ପାଇକା ଅଖଡା, ନବଦୁର୍ଗା ନୃତ୍ୟ, ଯୋଡିଶଙ୍ଖ ସହିତ କମେଡି, ମ୍ୟାଜିକ୍‌, ସ୍ଥାନୀୟ ରକ୍‌ ବ୍ୟାଣ୍ଡ, ନୃତ୍ୟ ଆଦି ପରିବେଷଣ କରାଯାଇ ଲୋକଙ୍କ ମନୋରଞ୍ଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri