Posted inଖେଳ

କ୍ରୀଡ଼ାରେ ପୁରାତନ ଏବଂ ନୂତନ ବିଚାରଧାରାର ଲଢ଼େଇ

ଦେଖିବାକୁ ମିଳୁଛି କ୍ରୀଡ଼ା ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳ ପରି ଲଢ଼େଇ ଚାଲିଛି। ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳର ନେତାମାନେ ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଲୋଧା କମିଶନ କିଛି ନିୟମାବଳୀ କରିବାରୁ ବର୍ତ୍ତମାନ କେତେକ ଆସୋସିଏଶନରେ ପୁରାତନ ଖେଳାଳି ପଦାଧିକାରୀ ହେଲେଣି ା ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର ବିନ୍ନି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହୋଇଛନ୍ତି। ଭାରତର ପୂର୍ବତନ ହକି ଖେଳାଳି ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ମଣ୍ଡନ କରିଛନ୍ତି। ଫୁଟବଲ ଖେଳର ଅନ୍ତର୍ଜାତୀୟ ଗୋଲ ରକ୍ଷକ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି ମନୋନୀତ ହୋଇଛନ୍ତି। ଏହିପରି ଅନ୍ୟ କ୍ରୀଡ଼ା ଅନୁଷ୍ଠାନ ଲୋଧା କମିଶନର ନିୟାମବଳୀ ଅନୁସାରେ କାର୍ଯ୍ୟ କରିବା ଉଚିତ। ପୁରାତନ ଖେଳାଳିମାନେ ଅଗ୍ରାଧିକାର ପାଇଲେ ତାଙ୍କ ଖେଳ ଜୀବନର ଅଭିଜ୍ଞତା ଅନୁସାରେ ଖେଳର ପ୍ରସାର ପାଇଁ ଯୋଜନା କରିପାରିବେ। ଭାରତରେ ବର୍ତ୍ତମାନ ଅଧିକ ଲୋକ କ୍ରିକେଟ ଖେଳକୁ ପସନ୍ଦ କରୁଛନ୍ତି। ମାତ୍ର ଏହି ଖେଳ ପୃଥିବୀର ଅଳ୍ପ କେତେକ ଦେଶରେ ଲୋକପ୍ରିୟତା ପାଇଛି। କିନ୍ତୁ ଫୁଟବଲ ଖେଳ ପୃଥିବୀର ଅଧିକାଂଶ ଦେଶ ଖେଳିବା ପାଇଁ ଏବଂ ଏହାକୁ ଦର୍ଶକମାନେ ଦେଖିବା ପାଇଁ ଭଲ ପାଆନ୍ତି। ଭାରତରେ ଫୁଟବଲ୍‌ର ଚାହିଦା ଅତୀତରେ ଖୁବ୍‌ ଭଲ ଥିଲା। ୧୯୬୧ରୁ ୧୯୭୦ ପର୍ଯ୍ୟନ୍ତ ଏସିଆଡ୍‌ରେ ଭାରତ ୧ରୁ ୩ ମଧ୍ୟରେ ରହୁଥିଲା। ୧୯୬୧ରେ ଚୁନ୍ନି ଗୋସ୍ବାମୀ, ବଲରାମ ପ୍ରମୁଖ ଖେଳାଳି ଫୁଟବଲରେ ଲୋକପ୍ରିୟ ଥିଲେ। ଏସିଆଡ୍‌ରେ ଭାରତ ୧୯୬୧ରେ ସ୍ବର୍ଣ୍ଣ, ୧୯୭୦ରେ ବ୍ରୋଞ୍ଜ ପଦକ ପାଇଥିଲା। ପ୍ରକାଶଯୋଗ୍ୟ ଯେ, ସେତେବେଳେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ପ୍ରତିପକ୍ଷ ଚାଇନାକୁ ହରାଇ ଦେଇଥିଲା। ମାତ୍ର ଏବେ ଚାଇନା ଫୁଟବଲରେ ଭାରତଠୁ ଭଲ ପ୍ରଦର୍ଶନ କରୁଛି। ଭାରତ ଏସିଆଡ୍‌ରେ ୨୪ତମ ସ୍ଥାନରେ ପହଞ୍ଚତ୍ଲାଣି।
ଅନ୍ୟ ଦେଶଗୁଡିକରେ ନୂତନ ବିଚାର ସହିତ ଆଧୁନିକ ପଦ୍ଧତିରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ତେଣୁ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିମାନେ ଅନୁଷ୍ଠାନଗୁଡ଼ିକ ସହିତ ଯୋଡ଼ିହେଲେ ଖେଳର ମାନରେ ନିଶ୍ଚିତ ଉନ୍ନତି ଘଟିବ। ସେମାନେ ଯେହେତୁ ବିଭିନ୍ନ ଦେଶରେ ଖେଳିଥା’ନ୍ତି, ନିଜ ଅଭିଜ୍ଞତାରୁ ଯୁବ ଖେଳାଳିମାନଙ୍କୁ ଉପାଦେୟ ପରାମର୍ଶ ଦେଇପାରିବେ। କ୍ରୀଡ଼ାର ଉନ୍ନତି ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇପାରିବ। କିଛିଦିନ ତଳେ କଲ୍ୟାଣ ଚୌବେ ଏଆଇଏଫ୍‌ଏଫ୍‌ ସଭାପତି ହେଲା ପରେ ଭାରତରେ ହେଉଥିବା ସନ୍ତୋଷ ଟ୍ରଫି ଫୁଟବଲ ମ୍ୟାଚ୍‌ଗୁଡିକ ବିଦେଶରେ ସୌଦି ଆରବରେ କରିବା ପାଇଁ ଯୋଜନା କଲେଣି। ଏହାଦ୍ୱାରା ଖେଳାଳିମାନଙ୍କର ଫୁଟବଲ ଖେଳ ପ୍ରତି ଉତ୍ସାହ ବଢ଼ିବ। ଆଗରୁ ଏଆଇଏଫ୍‌ଏଫ୍‌ ସଭାପତି ଥିବା ପ୍ରିୟରଞ୍ଜନ ଦାସମୁନ୍‌ସୀ ଓ ପ୍ରଫୁଲ୍ଲ ପଟେଲ ରାଜନୈତିକ ବ୍ୟସ୍ତତା କାରଣରୁ ବିଦେଶ ସମକକ୍ଷ ଆମ ଦେଶର ଫୁଟବଲକୁ କରିବା ପାଇଁ ସମୟ ପାଇ ନ ଥିଲେ। ଖେଳରେ ତାଙ୍କର ଅଭିଜ୍ଞତାର ଅଭାବ ରହୁଥିଲା। ଅଧିକାଂଶ ଆସୋସିଏଶନରେ ଏହା ଦେଖିବାକୁ ମିଳୁଛି। ଖେଳାଳିମାନଙ୍କ ବିକାଶ ଚିନ୍ତା ବିଶେଷ ହେଉନାହିଁ। ପୁରାତନ ବିଚାରାଧାରା ସଙ୍ଗଠକ ଓ କ୍ରୀଡ଼ାବିତ୍‌ ନୂତନ ବିଚାରଧାରା ସହିତ ଜଡିତ ନ ହେଲେ କ୍ରୀଡ଼ାର ମାନରେ ଉନ୍ନତି ହୋଇପାରିବନି।

ପ୍ରଫୁଲ୍ଲ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri