ସହରର ହେବ ସୌନ୍ଦର୍ଯ୍ୟକରଣ

ଅନୁଗୋଳ ଅଫିସ, ୨୫।୧୧ – ଅନୁଗୋଳ ଜିଲାରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ସେଲ୍‌ଫି ପଏଣ୍ଟଠାରୁ ଅତ୍ୟାଧୁନିକ ପାର୍କ, ଫୁଡ୍‌ କୋର୍ଟ ଆଦି ନିର୍ମାଣ ହେବ। ପ୍ରଥମେ ତାଳଚେର-ଅନୁଗୋଳ-ମେରାମୁଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ଅଧୀନରେ ଥିବା ଅନୁଗୋଳ, ତାଳଚେର ଓ ବଅଁରପାଳର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ତାମଡା ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ରିୟା ଆସନ୍ତା ମାସ ଅର୍ଥାତ୍‌ ଡିସେମ୍ବରରୁ ଆରମ୍ଭ ହେବ।
ମେଟ୍ରୋ ସିଟି ଭଳି ଅନୁଗୋଳ ଝଲସିବ। ଲୋକଙ୍କ ଆମୋଦପ୍ରମୋଦ ପାଇଁ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯିବ। ବଡ଼ ପୁଷ୍କରିଣୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ହେବ। ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ପାଇଁ ସହରର ରାସ୍ତା ପାର୍ଶ୍ୱରେ ସ୍ବତନ୍ତ୍ର ଚଲାପଥ ରହିବ। ଚଟ୍‌ପଟା ଖାଦ୍ୟର ମଜା ନେବାକୁ ଲୋକଙ୍କ ପାଇଁ ଫୁଡ୍‌ ଷ୍ଟ୍ରିଟ୍‌ କରାଯିବ। ସହରର ବିଜୁ ମଇଦାନରେ ସେଲ୍‌ଫି ପଏଣ୍ଟ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ହୁଲୁରିସିଂହା ଠାରେ ଏକ ସେଣ୍ଟ୍ରାଲ ଲାଇବ୍ରେରି ଖୋଲାଯିବାକୁ ପ୍ରଶାସନ ସ୍ଥିର କରିଛି। ଏଥିସହ ଅମଲାପଡ଼ା-ଶିମିଳିପଡ଼ା ମଧ୍ୟଭାଗରେ ଥିବା ଏକ ପୁଷ୍କରିଣୀର ପୁନରୁଦ୍ଧାର ବ୍ୟବସ୍ଥା କରାଯିବ। ଏହାର ଚତୁଃପାର୍ଶ୍ୱରେ ଚଲାପଥ, ଆଲୋକୀକରଣ ହେବ। ରାଜାଛକରେ ଉଜ୍ଜ୍ୱଳ ଆଲୋକ ଲଗାଯିବା ସହ ରାସ୍ତାକୁ ପ୍ରସସ୍ଥ କରାଯିବ। ମିଶ୍ରପଡ଼ା ଛକରୁ ହରିମହୁରୀ, ମିଶ୍ରପଡ଼ାରୁ ବିଇଡି ଛକ ଓ ଜଗନ୍ନାଥ ମନ୍ଦିର ରାସ୍ତାର ଉନ୍ନତୀକରଣ ହେବ। ବିଇଡି ଛକରୁ ଜଗନ୍ନାଥ ମନ୍ଦିର ଛକ ରାସ୍ତାରେ ତାମଡା ପକ୍ଷରୁ ପ୍ରଥମେ କଫି ଷ୍ଟଲ କରାଯାଇଥିବାବେଳେ ଖାଲି ଥିବା ସ୍ଥାନରେ ଫୁଡ୍‌ କୋର୍ଟ କରାଯିବ। ସେହିପରି ସହରରେ ନିର୍ମାଣାଧୀନ ବସ୍‌ ଟର୍ମିନାଲ ନିକଟରେ ଅତ୍ୟାଧୁନିକ ପାର୍କ ନିର୍ମାଣ ହେବ। ତାଳଚେରର ରାଣୀ ପାର୍କର ସୌନ୍ଦର୍ଯ୍ୟକରଣ କରାଯିବ। ସେହିପରି ବଅଁରପାଳ ଛକରେ ବହୁ ଉନ୍ନତୀକରଣ କାର୍ଯ୍ୟ ପାଇଁ ଯୋଜନା ରହିଛି। ତାଳଚେର ଓ ବଅଁରପାଳର ବିଭିନ୍ନ ସ୍ଥାନରେ ଆଲୋକ ବ୍ୟବସ୍ଥା ହେବ। ଏହି ୩ଟି ବ୍ଲକର ସୌନ୍ଦର୍ଯ୍ୟକରଣ ପାଇଁ ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ପ୍ରତି ପ୍ରକଳ୍ପ ପାଇଁ ଅତିକମ୍‌ରେ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ଆଖି ଖୋସି ହେଲା ଭଳି କାର୍ଯ୍ୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକଳ୍ପ ଶେଷ ହେଲେ ରାଜ୍ୟର ଅନ୍ୟ ବଡ଼ ସହର ପରି ଅନୁଗୋଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ଏହି ୩ଟି ବ୍ଲକ ପରେ ଜିଲାର ଅନ୍ୟ ୫ଟି ବ୍ଲକର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି।

ଡିସେମ୍ବରରୁ ପ୍ରକ୍ରିୟା ଆରମ୍ଭ
ଡିସେମ୍ବର ମାସରୁ ତାମଡା ଅଧୀନରେ ଥିବା ୩ଟି ବ୍ଲକର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ ହେବ। ଅନୁଗୋଳର କେବଳ ନାରଣସାଗର କି ଜଗନ୍ନାଥ ବାଟିକା ନୁହେଁ କେଉଁ ସ୍ଥାନରେ କିପରି ଉନ୍ନତି କାର୍ଯ୍ୟ କରାଯିବ ସେ ନେଇ ତାମଡା ପକ୍ଷରୁ ନିଷ୍ପତ୍ତି ନିଆଯାଇସାରିଛି। ଏହି କାର୍ଯ୍ୟ ଶେଷ ହେବା ପରେ ଅନୁଗୋଳ ରାଜଧାନୀ ପରି ଚମକିବ।
-ବଇତୁରା ଦୀପ୍‌, ସମ୍ପାଦକ, ତାମଡା
ସୌନ୍ଦର୍ଯ୍ୟକରଣ ମର୍ଯ୍ୟାଦା ବୃଦ୍ଧି କରିବ
ଅନୁଗୋଳ ଜିଲାର ବଅଁରପାଳ ଛକ ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ସ୍ଥାନ ଧୂଳି ଧୂଆଁରେ ପୋତି ହୋଇପଡ଼ୁଛି। ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜପଥର ଉନ୍ନତୀକରଣ, ଆଲୋକୀକରଣ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଗଲେ ସମସ୍ତେ ଉପକୃତ ହେବେ। ପ୍ରଶାସନର ଏପରି କାର୍ଯ୍ୟ ଅତ୍ୟନ୍ତ ସ୍ବାଗତଯୋଗ୍ୟ।
-କୃତାର୍ଥ ଚନ୍ଦ୍ର ସିଂହ, ବଅଁରପାଳ
ରକ୍ଷଣାବେକ୍ଷଣ ଜରୁରୀ
ଶିଳ୍ପ ସମୃଦ୍ଧ ଅନୁଗୋଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବହୁ ପୂର୍ବରୁ ପଦକ୍ଷେପ ନିଆଯିବା କଥା। ବିଳମ୍ବରେ ହେଲେ ମଧ୍ୟ ଏହାକୁ ସମସ୍ତେ ସ୍ବାଗତ କରିବେ। ହେଲେ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରିଦେଇ ତାମଡା ଚୁପ୍‌ ବସିଗଲେ ହେବ ନାହିଁ। ଏସବୁ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଗଲେ ଯାଇ ସୌନ୍ଦର୍ଯ୍ୟକରଣର ପ୍ରକୃତ ଲାଭ ମିଳିପାରିବ।
-ମୃତ୍ୟୁଞ୍ଜୟ ସାହୁ, ଅନୁଗୋଳ
ରାଣୀପାର୍କର ଉନ୍ନତୀକରଣ ଜରୁରୀ
ତାଳଚେରରେ ଥିବା ରାଣୀ ପାର୍କର ସୌନ୍ଦର୍ଯ୍ୟକରଣ ଅତି ଆବଶ୍ୟକ ଥିଲା। ତାମଡା ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ତେବେ ଏହି ଉନ୍ନତୀକରଣ କାର୍ଯ୍ୟ କାଗଜ କଲମରେ ନୁହେଁ, ବାସ୍ତବ ରୂପ ପାଇଲେ ହିଁ ଲୋକଙ୍କ କାର୍ଯ୍ୟରେ ଆସିପାରିବ।
-ବାଉରିବନ୍ଧୁ ବେଜ୍‌, ପରିବେଶବିତ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର…

ଝାରସୁଗୁଡ଼ାରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌, ତେଜିଲା ଅସନ୍ତୁଷ୍ଟ

ଝାରସୁଗୁଡ଼ା, ୮ା୬(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌…

ଭୁବନେଶ୍ବର ପରିବର୍ତ୍ତେ ପୁରୀ ବସଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: କାରଣ…

ପୁରୀ,୮।୬(ଅଜିତ ମହାନ୍ତି): ଭୁବନେଶ୍ବରରେ ଅବତରଣ କରିପାରି ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କରିଛି। ସମଙ୍ଗ ଅସ୍ଥାୟୀ…

ଦିଗପହଣ୍ଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା…

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

ଗୋଇସରରେ ଜଳକଷ୍ଟ:ପାଣି ପାଇଁ ଧାରଣା ଦେଲେ ମହିଳା

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ…

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri