ଷଡ଼ଯନ୍ତ୍ରର ଶିକାର ବ୍ୟାସନଗର ସହର

ଯାଜପୁର ରୋଡ୍‌,୨୧।୭(ଡି.ଏନ୍‌.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ ଓ ଷଡଯନ୍ତ୍ରର ଶିକାର ବୋଲି ଅଭିଯୋଗ ହୋଇଆସୁଛି। ରାସ୍ତା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା ଆଦି କ୍ଷେତ୍ରରେ ସହରକୁ ଅଣଦେଖା କରାଯାଉଛି। ଏପରିକି ସହରର ୫ହଜାରରୁ ଉର୍ଦ୍ଧ୍ୱ ପ୍ରଜା ଜମି ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜମି ଥାଇ ବି ସେମାନେ ଭୂମିହୀନ ଭଳି ଜୀବନ ଅତିବାହିତ କରୁଛନ୍ତି। ଗତ ୮ ବର୍ଷ ହେବ ସହରବାସୀ ପଟ୍ଟା ଖଣ୍ଡିକ ପାଇଁ ବାରଦୁଆର ହେଉଥିବାବେଳେ ଏକ ବଡ଼ଧରଣର ଷଡ଼ଯନ୍ତ୍ରର ଶିକାର ହୋଇ ନିରାଶ ହେଉଛନ୍ତି। ଏଥିରୁ ରାଜ୍ୟ ସରକାରଙ୍କ ଉପରୁ ସେମାନଙ୍କ ଆସ୍ଥା ତୁଟିଯାଉଛି। ଏନେଇ ସହରବାସୀ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବ ସୂଚନା ମିଳିଛି।
ବ୍ୟାସନଗର ତହସିଲ ଅନ୍ତର୍ଗତ ଚୋର୍ଦ୍ଦା, ରମ୍ପାସ, ମୁଣ୍ଡମାଳ ଓ ଉମାପଦା ମୌଜାର ପ୍ରଜାମାନଙ୍କ ଉପରେ କରାଯାଇଥିବା ଓଏସ୍‌ଏସ୍‌(ଓଡିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ) ମାମଲା ପ୍ରତ୍ୟାହାର କରିବାକୁ ବ୍ୟାସନଗର ଜମି ସୁରକ୍ଷା କମିଟି ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି। ମିଳିଥିବା ସୂଚନା ଅନୁଯାୟୀ ସୁକିନ୍ଦା ଏକ୍ସ-ଇଣ୍ଟରମିଡିଆରିଙ୍କଠାରୁ ମୁଣ୍ଡମାଳ ମୌଜାର ମନ୍ମଥ କୁମାର ସିଲ, ଅମୂଲ୍ୟ କୃଷ୍ଣ ରାୟ ପ୍ରମୁଖ ନିଜ ନାମରେ ୧୯୩୨ରୁ ୧୯୪୬ ପର୍ଯ୍ୟନ୍ତ ଲିଜ୍‌ ସୂତ୍ରେ କିଛି ଜମି ହାସଲ କରିଥିଲେ। ଏହି ଜମି ୧୯୩୨ରୁ ୧୯୩୭ ପର୍ଯ୍ୟନ୍ତ ଖଜଣାମୁକ୍ତ ଥିଲା। ୧୯୩୭ରୁ ୧୯୫୧ ପର୍ଯ୍ୟନ୍ତ ଏହା ଖଜଣାଭୁକ୍ତ ହୋଇଥିଲା। ୧୯୫୨ରୁ ୨୦୧୫ ପର୍ଯ୍ୟନ୍ତ ସରକାରୀ ଖଜଣାଭୁକ୍ତ ଏବଂ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ବଳରେ ସିଲିଂ କେସ୍‌ ନମ୍ବର ୫୭, ୫୮/୧୯୭୫ ଅନୁସାରେ ଏହା ଆଶିଷ କୁମାର ରାୟ ଓ ସଲିଲ କୁମାର ସିଲଙ୍କ ନାମରେ ସରକାରୀ ସ୍ବୀକୃତିପ୍ରାପ୍ତ ହୋଇଛି। ଏହାବ୍ୟତୀତ ୧୯୮୨ର ସେଟେଲମେଣ୍ଟ ଅପରେଶନ ପରଠାରୁ ୨୦୦୯ ମଧ୍ୟରେ ଏହି ସ୍ବୀକୃତିପ୍ରାପ୍ତ ପ୍ରଜାମାନେ ଯେଉଁ ବ୍ୟକ୍ତିବିଶେଷଙ୍କୁ ବିକ୍ରି କବଲା ସୂତ୍ରେ ଜମି ବିକ୍ରି କରିଛନ୍ତି, ସେମାନଙ୍କୁ ମଧ୍ୟ ସରକାର ସ୍ଥାୟୀ ପ୍ରଜାଭାବେ ଗ୍ରହଣ କରି ସମସ୍ତଙ୍କୁ ନଟଫାଇନାଲ ପଟ୍ଟା ପ୍ରଦାନ କରିଛନ୍ତି। ଏହାସହ ମୁଣ୍ଡମାଳ ମୌଜାର ୨୨୩ ଓ ୯୭ ନମ୍ବର ଖାତାଭୁକ୍ତ କିଛି ଜମି କୋପଣ୍ଡ ଓ ବୀରମଣିପୁରକୁ ସ୍ଥାନାନ୍ତର ହୋଇଛି। ସେହି ପ୍ରଜାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। କିନ୍ତୁ ବିଡମ୍ବନା ଯେ, ୨୨୩ ଓ ୯୭ ଖାତାର ମୂଳ ଜମାବନ୍ଦୀଭୁକ୍ତ ପ୍ରଜାମାନଙ୍କ ନାମରେ ସରକାର ୨୦୦୯ରୁ ଝାଟି ଜଙ୍ଗଲ କିସମ ଦର୍ଶାଇ ଓଏସ୍‌ଏସ୍‌ ମାମଲା ରୁଜୁ କରି ସେମାନଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଜିଲାପାଳ ତଦନ୍ତ କରି ରିପୋର୍ଟ ଦାଖଲ କରି ସାରିଥିଲେ ହେଁ ଜମି ସମସ୍ୟାର ସମାଧାନ ହୋଇ ପାରିନାହିଁ। ବୋର୍ଡ ଅଫ ରେଭିନ୍ୟୁଙ୍କ ନିର୍ଦ୍ଦେଶ ମଧ୍ୟ ଏଠାରେ ଅକାମୀ ହୋଇ ପଡ଼ିରହିଛି। ୨୦୧୭ରେ ବିଧାନସଭାର ଏକ ଉଚ୍ଚସ୍ତରୀୟ କମିଟି ଏହି ଜମି ସମସ୍ୟା ଉପରେ ୩ ଥର ଭେରିଫିକେସନ କରି ଜିଲାପାଳଙ୍କୁ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମୁଣ୍ଡମାଳ ମୌଜାର ଭେରିଫିକେସନ ରିପୋର୍ଟ ଯାଇଥିବାବେଳେ ବାକି ରମ୍ପାସ, ଚୋର୍ଦ୍ଦା ଓ ଉମାପଦା ମୌଜାର ରିପୋର୍ଟ ଦାଖଲ ହୋଇ ନ ଥିବା କୁହାଯାଇଛି। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ବୋଲି ପ୍ରଭାବିତ ପ୍ରଜାମାନେ ଅଭିଯୋଗ କରିଛନ୍ତି। ବ୍ୟାସନଗର ଜମି ସୁରକ୍ଷା କମିଟିର ସମ୍ପାଦକ ନାରାୟଣ ଚନ୍ଦ୍ର ପତି କୁହନ୍ତି, ଜମି ସମସ୍ୟାର ସମାଧାନ କରିବାକୁ ଏକ କମିଟି ଗଠନ କରାଯାଇଛି। ଜିଲାପାଳ ଏପର୍ଯ୍ୟନ୍ତ ଉକ୍ତ କମିଟିକୁ କାର୍ଯ୍ୟକାରୀ କଲେ ନାହିଁ। ଫଳରେ ସେହି ପ୍ରଜାମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ପ୍ରଭାବିତ ପ୍ରଜା ଶୁଭଜିତ୍‌ ରାୟ କୁହନ୍ତି, ଜମି ସମସ୍ୟାର ସମାଧାନ ନ ହେବାରୁ ବହୁ ପ୍ରଜା ହଇରାଣ ହେଉଛନ୍ତି। ଏଥିପାଇଁ ସରକାର ମଧ୍ୟ ଆଦୌ ଧ୍ୟାନ ଦେଇ ନାହାନ୍ତି। ତେଣୁ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନର ପୁଞ୍ଜୀଭୂତ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri