ଭାଇଚାରାର ସହର ଭାଗ ଭାଗ

ଢେଙ୍କାନାଳ ଅଫିସ, ୨୧।୧୦: ସରିଛି ଗଣପର୍ବ ଲକ୍ଷ୍ମୀପୂଜା। ଆନନ୍ଦ ଉଲ୍ଲାସର ସହ ମା’ଙ୍କୁ ବିଦାୟ ଦେଇଛନ୍ତି ସହରବାସୀ। ଭବ୍ୟ ଭସାଣି ଶୋଭାଯାତ୍ରାର ଝଲକ୍‌ ସବୁଆଡ଼େ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବାବେଳେ ଏଥିରେ ଯୋଡ଼ିହୋଇଛି ହିଂସାକାଣ୍ଡ, ରକ୍ତପାତର ଅଲୋଡ଼ା ଅଧ୍ୟାୟ। ୧୧ ଦିନାତ୍ମକ ପୂଜା ମହୋତ୍ସବରେ ଏକାଧିକ ପୂଜା ପ୍ରତିଷ୍ଠାନ ମୁହଁାମୁହିଁ ହେବା, ପଥରମାଡ଼, ମରଣାନ୍ତକ ଆକ୍ରମଣଠାରୁ ଆରମ୍ଭ କରି ମେଢ଼ ଭଙ୍ଗାରୁଜା ଯାଏ କଥା ଯାଇଛି। ଏମିତି ହଠାତ୍‌ କ’ଣ ହେଲା ଯେ, ଭାଇଚାରାର ସହର ହଠାତ୍‌ ଭାଗ ଭାଗ ହୋଇଗଲା, ଲକ୍ଷ୍ମୀପୂଜା ଇତିହାସରେ କେବେ ଘଟି ନ ଥିବା ଘଟଣାମାନ ଘଟିଲା, ଏଭଳି ବିବାଦ ପରେ ସମାଧାନର ରାସ୍ତା କ’ଣ, କେବେ ପୁଣି ସ୍ଥିତି ସ୍ବାଭାବିକ ହେବ ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି। ଅନ୍ୟପଟେ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପଦସ୍ଥ ଅଧିକାରୀଙ୍କ ଅଭିଜ୍ଞତାର ଅଭାବ ହିଁ ଏଭଳି ହିଂସାକାଣ୍ଡ ତଥା ବିବାଦ ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, ଯାହା ପୋଲିସ, ପ୍ରଶାସନ, ମିଳିତ ବଜାର ପୂଜା କମିଟି, ଶାନ୍ତି କମିଟି ମଧ୍ୟରେ ସମନ୍ବୟ ଅଭାବ ଏବଂ ପରିଚାଳନାଗତ ବିଫଳତା ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି।
ଆରମ୍ଭରୁ ଶେଷ ଯାଏ ବିବାଦ ହିଁ ବିବାଦ। ଏଭଳି ଶେଷ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା। ମିଳିତ ବଜାର ପୂଜା କମିଟି ସଭାପତି ଚୟନକୁ ନେଇ ରାଜନୈତିକ କନ୍ଦଳ ହେଉ କି କଲେଜ ବଜାର ପୂଜା ପ୍ରତିଷ୍ଠାନ ଏବଂ ସମ୍ପୃକ୍ତ ଅଞ୍ଚଳରେ ପୃଥକ୍‌ ପୂଜା କରୁଥିବା ଅନ୍ୟ ଏକ ପ୍ରତିଷ୍ଠାନ ମୁହିଁାମୁହିଁ ହେବା ଅଥବା ଅରବିନ୍ଦ ବଜାର ମହିଷାପାଟ ଏବଂ ଜୁବିଲି ଟାଉନ-୧ ପୂଜା ପ୍ରତିଷ୍ଠାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏସବୁ ପ୍ରଥମ ପର୍ଯ୍ୟାୟ ପୂଜା ମାହୋଲକୁ ଅଶାନ୍ତ କରି ଦେଇଥିଲା। ହେଲେ କୌଣସି ମତେ ଏହାର ସମାଧାନ କରିଥିଲା ପୋଲିସ, ପ୍ରଶାସନ ଏବଂ ଶାନ୍ତି କମିଟି। ତେବେ ଭସାଣିର ୩ଦିନ ପୂର୍ବରୁ ବେଆଇନ ପାର୍କିଂ ଓ ଚାନ୍ଦା ଆଦାୟକୁ ନେଇ କୈବଲ୍ୟ ବଜାର ଓ ଜୁବିଲି ଟାଉନ୍‌-୨ ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଆକ୍ରମଣ-ପ୍ରତି ଆକ୍ରମଣରେ ୨ ବରିଷ୍ଠ ପୋଲିସ ଅଧିକାରୀ ଗୁରୁତର ହୋଇଥିଲେ। ଏହି ଘଟଣାରେ ୬ଟି ମାମଲା ରୁଜୁ ହୋଇଥିବାବେଳେ ଉଭୟ ପକ୍ଷରୁ ୧୩ଜଣ ଗିରଫ ହୋଇଛନ୍ତି। ତେବେ ଜୁବିଲି ଟାଉନ୍‌-୨ର ୧୧ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବାବେଳେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସମ୍ପୃକ୍ତ ଗୋଷ୍ଠୀ। ପ୍ରତିବାଦରେ ପୂଜା ପ୍ରତିଷ୍ଠାନ ଆଲୋକ ବନ୍ଦ କରାଯାଇଥିଲା, ଯାହାକୁ ସମର୍ଥନ ଜଣାଇଥିଲା ଜୁବିଲିଟାଉନ-୧। ଉକ୍ତ ଅଞ୍ଚଳ ଦେଉଳସାହି ନାମରେ ପରିଚିତ। ଏହା ମଧ୍ୟରେ ୩ ପୂଜା ପ୍ରତିଷ୍ଠାନ ରହିଛି। ତେବେ ଗୋଟିଏ ଗୋଷ୍ଠୀର ୧୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିବାଦ ବଢ଼ିବା ଆଶଙ୍କା ଥିବାରୁ ଜୁବିଲି ଟାଉନ-୨ ଏବଂ କୈବଲ୍ୟ ବଜାର ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ନ ହୋଇ ସକାଳୁ ମେଢ଼ ବିସର୍ଜନ ସାରିଦେଇଥିଲେ।
ସେହିପରି ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ କଣ୍ଟାନାଳି ବାଇପାସ୍‌ ଛକ ପୂଜା ପ୍ରତିଷ୍ଠାନ ଓ ବନମାଳୀପ୍ରସାଦ ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିଲା। ବିପକ୍ଷ ଗୋଷ୍ଠୀର ପଥରମାଡ଼ରେ କଣ୍ଟାନାଳି ବାଇପାସ୍‌ ମେଢ଼, ବ୍ୟାଣ୍ଡପାର୍ଟି ଭାଙ୍ଗିରୁଜି ଯାଇଥିଲା। ଏଥିରେ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ସମେତ ଉଭୟ ଗୋଷ୍ଠୀରୁ ୭ ଗୁରୁତର ହୋଇଛନ୍ତି। ଗୁରୁବାର ସକାଳେ ବିବାଦ ପୁଣି ତେଜିଥିଲା। ଏଥିରେ କେତେଜଣ ଆହତ ହୋଇଥିବାବେଳେ ବାଇକ୍‌ ଭଙ୍ଗାରୁଜା ହୋଇଛି। ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିବାବେଳେ ବନମାଳୀପ୍ରସାଦ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଘଟଣାକୁ ନେଇ ୩ ମାମଲା ରୁଜୁ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ। ସ୍ଥିତି ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଥିବା ଏସ୍‌ପି ଲୋଗାନୟାଗି ଦିବ୍ୟା ଭି. ସୂଚନା ଦେଇଛନ୍ତି। ପୋଲିସ-ପ୍ରଶାସନ ମଧ୍ୟରେ ସମନ୍ବୟ ତଥା ଦୂରଦୃଷ୍ଟି ଅଭାବ, ପୂଜା ପୂର୍ବରୁ ବରିଷ୍ଠ ନାଗରିକ, ମିଳିତ ବଜାର ପୂଜା କମିଟିର ପୂର୍ବତନ ଅଭିଜ୍ଞ କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା ନ କରିବା, ସେମାନଙ୍କ ମତକୁ ଗ୍ରହଣ ନ କରିବା ଏବଂ ଅଭିଜ୍ଞତା ନ ଥିବା ଅଧିକାରୀଙ୍କ ପରାମର୍ଶରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କାରଣରୁ ଏଭଳି ଅବ୍ୟବସ୍ଥା ହୋଇଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri