ଭାଇଚାରାର ସହର ଭାଗ ଭାଗ

ଢେଙ୍କାନାଳ ଅଫିସ, ୨୧।୧୦: ସରିଛି ଗଣପର୍ବ ଲକ୍ଷ୍ମୀପୂଜା। ଆନନ୍ଦ ଉଲ୍ଲାସର ସହ ମା’ଙ୍କୁ ବିଦାୟ ଦେଇଛନ୍ତି ସହରବାସୀ। ଭବ୍ୟ ଭସାଣି ଶୋଭାଯାତ୍ରାର ଝଲକ୍‌ ସବୁଆଡ଼େ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବାବେଳେ ଏଥିରେ ଯୋଡ଼ିହୋଇଛି ହିଂସାକାଣ୍ଡ, ରକ୍ତପାତର ଅଲୋଡ଼ା ଅଧ୍ୟାୟ। ୧୧ ଦିନାତ୍ମକ ପୂଜା ମହୋତ୍ସବରେ ଏକାଧିକ ପୂଜା ପ୍ରତିଷ୍ଠାନ ମୁହଁାମୁହିଁ ହେବା, ପଥରମାଡ଼, ମରଣାନ୍ତକ ଆକ୍ରମଣଠାରୁ ଆରମ୍ଭ କରି ମେଢ଼ ଭଙ୍ଗାରୁଜା ଯାଏ କଥା ଯାଇଛି। ଏମିତି ହଠାତ୍‌ କ’ଣ ହେଲା ଯେ, ଭାଇଚାରାର ସହର ହଠାତ୍‌ ଭାଗ ଭାଗ ହୋଇଗଲା, ଲକ୍ଷ୍ମୀପୂଜା ଇତିହାସରେ କେବେ ଘଟି ନ ଥିବା ଘଟଣାମାନ ଘଟିଲା, ଏଭଳି ବିବାଦ ପରେ ସମାଧାନର ରାସ୍ତା କ’ଣ, କେବେ ପୁଣି ସ୍ଥିତି ସ୍ବାଭାବିକ ହେବ ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି। ଅନ୍ୟପଟେ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପଦସ୍ଥ ଅଧିକାରୀଙ୍କ ଅଭିଜ୍ଞତାର ଅଭାବ ହିଁ ଏଭଳି ହିଂସାକାଣ୍ଡ ତଥା ବିବାଦ ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, ଯାହା ପୋଲିସ, ପ୍ରଶାସନ, ମିଳିତ ବଜାର ପୂଜା କମିଟି, ଶାନ୍ତି କମିଟି ମଧ୍ୟରେ ସମନ୍ବୟ ଅଭାବ ଏବଂ ପରିଚାଳନାଗତ ବିଫଳତା ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି।
ଆରମ୍ଭରୁ ଶେଷ ଯାଏ ବିବାଦ ହିଁ ବିବାଦ। ଏଭଳି ଶେଷ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା। ମିଳିତ ବଜାର ପୂଜା କମିଟି ସଭାପତି ଚୟନକୁ ନେଇ ରାଜନୈତିକ କନ୍ଦଳ ହେଉ କି କଲେଜ ବଜାର ପୂଜା ପ୍ରତିଷ୍ଠାନ ଏବଂ ସମ୍ପୃକ୍ତ ଅଞ୍ଚଳରେ ପୃଥକ୍‌ ପୂଜା କରୁଥିବା ଅନ୍ୟ ଏକ ପ୍ରତିଷ୍ଠାନ ମୁହିଁାମୁହିଁ ହେବା ଅଥବା ଅରବିନ୍ଦ ବଜାର ମହିଷାପାଟ ଏବଂ ଜୁବିଲି ଟାଉନ-୧ ପୂଜା ପ୍ରତିଷ୍ଠାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏସବୁ ପ୍ରଥମ ପର୍ଯ୍ୟାୟ ପୂଜା ମାହୋଲକୁ ଅଶାନ୍ତ କରି ଦେଇଥିଲା। ହେଲେ କୌଣସି ମତେ ଏହାର ସମାଧାନ କରିଥିଲା ପୋଲିସ, ପ୍ରଶାସନ ଏବଂ ଶାନ୍ତି କମିଟି। ତେବେ ଭସାଣିର ୩ଦିନ ପୂର୍ବରୁ ବେଆଇନ ପାର୍କିଂ ଓ ଚାନ୍ଦା ଆଦାୟକୁ ନେଇ କୈବଲ୍ୟ ବଜାର ଓ ଜୁବିଲି ଟାଉନ୍‌-୨ ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଆକ୍ରମଣ-ପ୍ରତି ଆକ୍ରମଣରେ ୨ ବରିଷ୍ଠ ପୋଲିସ ଅଧିକାରୀ ଗୁରୁତର ହୋଇଥିଲେ। ଏହି ଘଟଣାରେ ୬ଟି ମାମଲା ରୁଜୁ ହୋଇଥିବାବେଳେ ଉଭୟ ପକ୍ଷରୁ ୧୩ଜଣ ଗିରଫ ହୋଇଛନ୍ତି। ତେବେ ଜୁବିଲି ଟାଉନ୍‌-୨ର ୧୧ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବାବେଳେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସମ୍ପୃକ୍ତ ଗୋଷ୍ଠୀ। ପ୍ରତିବାଦରେ ପୂଜା ପ୍ରତିଷ୍ଠାନ ଆଲୋକ ବନ୍ଦ କରାଯାଇଥିଲା, ଯାହାକୁ ସମର୍ଥନ ଜଣାଇଥିଲା ଜୁବିଲିଟାଉନ-୧। ଉକ୍ତ ଅଞ୍ଚଳ ଦେଉଳସାହି ନାମରେ ପରିଚିତ। ଏହା ମଧ୍ୟରେ ୩ ପୂଜା ପ୍ରତିଷ୍ଠାନ ରହିଛି। ତେବେ ଗୋଟିଏ ଗୋଷ୍ଠୀର ୧୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିବାଦ ବଢ଼ିବା ଆଶଙ୍କା ଥିବାରୁ ଜୁବିଲି ଟାଉନ-୨ ଏବଂ କୈବଲ୍ୟ ବଜାର ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ନ ହୋଇ ସକାଳୁ ମେଢ଼ ବିସର୍ଜନ ସାରିଦେଇଥିଲେ।
ସେହିପରି ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ କଣ୍ଟାନାଳି ବାଇପାସ୍‌ ଛକ ପୂଜା ପ୍ରତିଷ୍ଠାନ ଓ ବନମାଳୀପ୍ରସାଦ ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିଲା। ବିପକ୍ଷ ଗୋଷ୍ଠୀର ପଥରମାଡ଼ରେ କଣ୍ଟାନାଳି ବାଇପାସ୍‌ ମେଢ଼, ବ୍ୟାଣ୍ଡପାର୍ଟି ଭାଙ୍ଗିରୁଜି ଯାଇଥିଲା। ଏଥିରେ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ସମେତ ଉଭୟ ଗୋଷ୍ଠୀରୁ ୭ ଗୁରୁତର ହୋଇଛନ୍ତି। ଗୁରୁବାର ସକାଳେ ବିବାଦ ପୁଣି ତେଜିଥିଲା। ଏଥିରେ କେତେଜଣ ଆହତ ହୋଇଥିବାବେଳେ ବାଇକ୍‌ ଭଙ୍ଗାରୁଜା ହୋଇଛି। ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିବାବେଳେ ବନମାଳୀପ୍ରସାଦ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଘଟଣାକୁ ନେଇ ୩ ମାମଲା ରୁଜୁ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ। ସ୍ଥିତି ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଥିବା ଏସ୍‌ପି ଲୋଗାନୟାଗି ଦିବ୍ୟା ଭି. ସୂଚନା ଦେଇଛନ୍ତି। ପୋଲିସ-ପ୍ରଶାସନ ମଧ୍ୟରେ ସମନ୍ବୟ ତଥା ଦୂରଦୃଷ୍ଟି ଅଭାବ, ପୂଜା ପୂର୍ବରୁ ବରିଷ୍ଠ ନାଗରିକ, ମିଳିତ ବଜାର ପୂଜା କମିଟିର ପୂର୍ବତନ ଅଭିଜ୍ଞ କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା ନ କରିବା, ସେମାନଙ୍କ ମତକୁ ଗ୍ରହଣ ନ କରିବା ଏବଂ ଅଭିଜ୍ଞତା ନ ଥିବା ଅଧିକାରୀଙ୍କ ପରାମର୍ଶରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କାରଣରୁ ଏଭଳି ଅବ୍ୟବସ୍ଥା ହୋଇଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri