ଧୂଳିକଣାରେ ରୁନ୍ଧିହେଉଛି ସହର

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳଦେଇ ବଢୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ପାଲଟିଛି। ସହରର ବାୟୁରେ ବର୍ଦ୍ଧିତ ଧୂଳିକଣାର ପରିମାଣ ଜନଜୀବନକୁ କ୍ଷତି ପହଞ୍ଚାଉଛି। ଏହାର ପ୍ରଭାବରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଟକ ସହରର ତିନି ସ୍ଥାନରେ ବାୟୁ ପ୍ରଦୂଷଣକୁ ମାପିବା ପାଇଁ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାଦ୍ୱାରା ବାୟୁରେ ଥିବା ସଲ୍‌ଫର ଡାଇଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ ଶ୍ୱାସକ୍ରିୟାରେ ନେଇ ହେଉଥିବା ୧୦ ମାଇକ୍ରନରୁ କମ୍‌ ଓ ୨.୫ ମାଇକ୍ରନ୍‌ରୁ କମ୍‌ ଆକାର ବିଶିଷ୍ଟ ଧୂଳିକଣାର ପରିମାଣକୁ ପରୀକ୍ଷା କରାଯାଉଛି। ବାଦାମବାଡ଼ି ଟ୍ରାଫିକ୍‌ ଟାୱାର, ସୂର୍ଯ୍ୟବିହାରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ କୋଠା, ବାରବାଟୀ ଷ୍ଟାଡିୟମ ନିକଟସ୍ଥ ପିଏଚ୍‌ଡି ଅଫିସଠାରେ ଏହି ଯନ୍ତ୍ରଗୁଡ଼ିକୁ ଭୂମିଠାରୁ ୩ ମିଟର ଉଚ୍ଚତାରେ ସ୍ଥାପନ କରାଯାଇଛି। ସୋମବାର ଓ ଗୁରୁବାର ବାଦାମବାଡ଼ିରେ, ମଙ୍ଗଳବାର ଓ ଶୁକ୍ରବାର ସୂର୍ଯ୍ୟବିହାରରେ, ବୁଧବାର ଓ ଶନିବାର ବାରବାଟୀ ଷ୍ଟାଡିୟମ ନିକଟରେ ଯନ୍ତ୍ରରୁ ୪ଟି ପର୍ଯ୍ୟାୟରେ ବାୟୁର ନମୁନା ସଂଗ୍ରହ କରାଯାଉଛି। ସକାଳ ୬ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ପ୍ରତି ୪ଘଣ୍ଟା ଅନ୍ତରରେ ସଂଗୃହୀତ ବାୟକୁ ଆଞ୍ଚଳିକ କାର୍ଯ୍ୟାଳୟସ୍ଥିତ ଲାବୋରେଟୋରିକୁ ଆଣି ପରୀକ୍ଷା କରାଯାଉଛି। ପ୍ରତି ମାସରେ ନିୟମିତ ଏହି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଉଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁପାରିସ ଅନୁସାରେ, ପ୍ରତି ଘନମିଟର ବାୟୁରେ ମାଇକ୍ରୋଗ୍ରାମ ଏକକରେ ଦୈନିକ ହାରାହାରି ସଲ୍‌ଫର ଡାଇଅକ୍ସାଇଡର ମାତ୍ରା ୮୦, ନାଇଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା ୧୦, ୧୦ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ମାତ୍ରା ୧୦୦ ଓ ୨.୫ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ମାତ୍ରା ୬୦ ରହିଲେ କ୍ଷତିକାରକ ନୁହେଁ। ମାତ୍ର ୨୦୧୪-୧୫ରେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ରିପୋର୍ଟ ଅନୁସାରେ ପ୍ରତି ଘନମିଟର ବାୟୁରେ ୧୦ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ହାରାହାରି ପରିମାଣ ବାଦାମବାଡ଼ିଠାରେ ୧୯୨, ସୂର୍ଯ୍ୟବିହାରଠାରେ ୧୬୧ ଓ ବାରବାଟୀ ଷ୍ଟାଡିୟମଠାରେ ୩୪୪ ରହିଥିଲା। ପ୍ରତି ଘନମିଟର ବାୟୁରେ ୨.୫ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ହାରାହାରି ପରିମାଣ ବାଦାମବାଡ଼ିଠାରେ ୮୭, ସୂର୍ଯ୍ୟବିହାରଠାରେ ୭୭ ଓ ବାରବାଟୀ ଷ୍ଟାଡିୟମଠାରେ ୮୫ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ବାଦାମବାଡ଼ିଠାରେ ୧୦୧ ଦିନ, ସୂର୍ଯ୍ୟବିହାରରେ ୧୦୨ ଦିନ ଓ ବାରବାଟୀ ଷ୍ଟାଡିୟମଠାରେ ୯୭ ଦିନ ତଥ୍ୟ ନିଆଯାଇଥିଲା। କଟକରେ ଅନ୍ୟ ଉପାଦାନଗୁଡ଼ିକ ନିରାପଦ ପରିମାଣରେ ଥିବାବେଳେ ଧୂଳିକଣାର ହାରାହାରି ମାତ୍ରା ୨ଗୁଣରୁ ୩ଗୁଣ ବିପଦରେ ରହିଛି। ଭୁବନେଶ୍ୱର ସହରରେ ୫ଟି ସ୍ଥାନରେ ଲାଗିଥିବା ବାୟୁ ପ୍ରଦୂଷଣ ମାପ ଯନ୍ତ୍ରଗୁଡ଼ିକରୁ ମିଳିଥିବା ତଥ୍ୟରୁ ପ୍ରଦୂଷଣ ମାତ୍ରା କେତେକ ସ୍ଥାନରେ କଟକଠାରୁ କମ୍‌ ଥିବାବେଳେ କେତେକ ସ୍ଥାନରେ ଅଧିକ ଥିବା ଜଣାଯାଇଛି। ଭୁବନେଶ୍ୱରର ପ୍ରତି ଘନମିଟର ବାୟୁରେ ୧୦ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ହାରାହାରି ପରିମାଣ ୟୁନିଟ-୮ରେ ୧୬୨, ନୟାପଲ୍ଲୀ ଆଇଆରସି ଭିଲେଜଠାରେ ୧୨୮, ୟୁନିଟ-୧ରେ ୧୬୧, ପଳାଶୁଣିଠାରେ ୧୨୫, ପାତ୍ରପଡ଼ାଠାରେ ୧୪୬ ଏବଂ ୨.୫ ମାଇକ୍ରନ ଧୂଳିକଣାର ହାରାହାରି ପରିମାଣ ୟୁନିଟ-୮ରେ ୮୭, ନୟାପଲ୍ଲୀ ଆଇଆରସି ଭିଲେଜଠାରେ ୮୨, ୟୁନିଟ-୧ରେ ୯୯, ପଳାଶୁଣିଠାରେ ୭୫, ପାତ୍ରପଡାଠାରେ ୮୩ ରହିଛି। ଉଲ୍ଲେଖଯୋଗ୍ୟ ଯେ ୟୁନିଟ-୮ଠାରେ ୯୧ ଦିନ, ନୟାପଲ୍ଲୀ ଆଇଆରସି ଭିଲେଜଠାରେ ୯୩ ଦିନ, ୟୁନିଟ-୧ରେ ୯୨ ଦିନ, ପଳାଶୁଣିଠାରେ ୭୮ ଦିନ, ପାତ୍ରପଡାଠାରେ ୮୬ ଦିନ ତଥ୍ୟ ସଂଗ୍ରହ କରାଯାଇଥିଲା। ସହରରେ ବହୁସଂଖ୍ୟକ ଗାଡ଼ିରୁ ନିର୍ଗତ ଧୂଅଁା, ସେଗୁଡ଼ିକର ଚଳାଚଳ ଯୋଗୁ ରହୁଥିବା ଧୂଳି, ଖୋଲାଯାନରେ ମାଲ ପରିବହନ, ନିର୍ମାଣ ସାମଗ୍ରୀ ବିକ୍ଷିପ୍ତ ଭାବେ ପକାଇବା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏସବୁ ପ୍ରତି ଜନସାଧାରଣଙ୍କଠାରୁ ଆରମ୍ଭ କରି ପ୍ରଶାସନ ଯାଏ ସମସ୍ତେ ସଚେତନ ହେଲେ ପ୍ରଦୂଷଣକୁ କେତେକାଂଶରେ ରୋକାଯାଇପାରିବ।
ବାକ୍‌ ଶ୍ରବଣ ବିଶେଷଜ୍ଞ, ଧ୍ୱନି, କାଠଗୋଲାରୋଡ୍‌, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri