ଧୂଳିକଣାରେ ରୁନ୍ଧିହେଉଛି ସହର

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳଦେଇ ବଢୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ପାଲଟିଛି। ସହରର ବାୟୁରେ ବର୍ଦ୍ଧିତ ଧୂଳିକଣାର ପରିମାଣ ଜନଜୀବନକୁ କ୍ଷତି ପହଞ୍ଚାଉଛି। ଏହାର ପ୍ରଭାବରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଟକ ସହରର ତିନି ସ୍ଥାନରେ ବାୟୁ ପ୍ରଦୂଷଣକୁ ମାପିବା ପାଇଁ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାଦ୍ୱାରା ବାୟୁରେ ଥିବା ସଲ୍‌ଫର ଡାଇଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ ଶ୍ୱାସକ୍ରିୟାରେ ନେଇ ହେଉଥିବା ୧୦ ମାଇକ୍ରନରୁ କମ୍‌ ଓ ୨.୫ ମାଇକ୍ରନ୍‌ରୁ କମ୍‌ ଆକାର ବିଶିଷ୍ଟ ଧୂଳିକଣାର ପରିମାଣକୁ ପରୀକ୍ଷା କରାଯାଉଛି। ବାଦାମବାଡ଼ି ଟ୍ରାଫିକ୍‌ ଟାୱାର, ସୂର୍ଯ୍ୟବିହାରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ କୋଠା, ବାରବାଟୀ ଷ୍ଟାଡିୟମ ନିକଟସ୍ଥ ପିଏଚ୍‌ଡି ଅଫିସଠାରେ ଏହି ଯନ୍ତ୍ରଗୁଡ଼ିକୁ ଭୂମିଠାରୁ ୩ ମିଟର ଉଚ୍ଚତାରେ ସ୍ଥାପନ କରାଯାଇଛି। ସୋମବାର ଓ ଗୁରୁବାର ବାଦାମବାଡ଼ିରେ, ମଙ୍ଗଳବାର ଓ ଶୁକ୍ରବାର ସୂର୍ଯ୍ୟବିହାରରେ, ବୁଧବାର ଓ ଶନିବାର ବାରବାଟୀ ଷ୍ଟାଡିୟମ ନିକଟରେ ଯନ୍ତ୍ରରୁ ୪ଟି ପର୍ଯ୍ୟାୟରେ ବାୟୁର ନମୁନା ସଂଗ୍ରହ କରାଯାଉଛି। ସକାଳ ୬ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ପ୍ରତି ୪ଘଣ୍ଟା ଅନ୍ତରରେ ସଂଗୃହୀତ ବାୟକୁ ଆଞ୍ଚଳିକ କାର୍ଯ୍ୟାଳୟସ୍ଥିତ ଲାବୋରେଟୋରିକୁ ଆଣି ପରୀକ୍ଷା କରାଯାଉଛି। ପ୍ରତି ମାସରେ ନିୟମିତ ଏହି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଉଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁପାରିସ ଅନୁସାରେ, ପ୍ରତି ଘନମିଟର ବାୟୁରେ ମାଇକ୍ରୋଗ୍ରାମ ଏକକରେ ଦୈନିକ ହାରାହାରି ସଲ୍‌ଫର ଡାଇଅକ୍ସାଇଡର ମାତ୍ରା ୮୦, ନାଇଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା ୧୦, ୧୦ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ମାତ୍ରା ୧୦୦ ଓ ୨.୫ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ମାତ୍ରା ୬୦ ରହିଲେ କ୍ଷତିକାରକ ନୁହେଁ। ମାତ୍ର ୨୦୧୪-୧୫ରେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ରିପୋର୍ଟ ଅନୁସାରେ ପ୍ରତି ଘନମିଟର ବାୟୁରେ ୧୦ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ହାରାହାରି ପରିମାଣ ବାଦାମବାଡ଼ିଠାରେ ୧୯୨, ସୂର୍ଯ୍ୟବିହାରଠାରେ ୧୬୧ ଓ ବାରବାଟୀ ଷ୍ଟାଡିୟମଠାରେ ୩୪୪ ରହିଥିଲା। ପ୍ରତି ଘନମିଟର ବାୟୁରେ ୨.୫ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ହାରାହାରି ପରିମାଣ ବାଦାମବାଡ଼ିଠାରେ ୮୭, ସୂର୍ଯ୍ୟବିହାରଠାରେ ୭୭ ଓ ବାରବାଟୀ ଷ୍ଟାଡିୟମଠାରେ ୮୫ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ବାଦାମବାଡ଼ିଠାରେ ୧୦୧ ଦିନ, ସୂର୍ଯ୍ୟବିହାରରେ ୧୦୨ ଦିନ ଓ ବାରବାଟୀ ଷ୍ଟାଡିୟମଠାରେ ୯୭ ଦିନ ତଥ୍ୟ ନିଆଯାଇଥିଲା। କଟକରେ ଅନ୍ୟ ଉପାଦାନଗୁଡ଼ିକ ନିରାପଦ ପରିମାଣରେ ଥିବାବେଳେ ଧୂଳିକଣାର ହାରାହାରି ମାତ୍ରା ୨ଗୁଣରୁ ୩ଗୁଣ ବିପଦରେ ରହିଛି। ଭୁବନେଶ୍ୱର ସହରରେ ୫ଟି ସ୍ଥାନରେ ଲାଗିଥିବା ବାୟୁ ପ୍ରଦୂଷଣ ମାପ ଯନ୍ତ୍ରଗୁଡ଼ିକରୁ ମିଳିଥିବା ତଥ୍ୟରୁ ପ୍ରଦୂଷଣ ମାତ୍ରା କେତେକ ସ୍ଥାନରେ କଟକଠାରୁ କମ୍‌ ଥିବାବେଳେ କେତେକ ସ୍ଥାନରେ ଅଧିକ ଥିବା ଜଣାଯାଇଛି। ଭୁବନେଶ୍ୱରର ପ୍ରତି ଘନମିଟର ବାୟୁରେ ୧୦ ମାଇକ୍ରନରୁ କମ୍‌ ଆକାର ଧୂଳିକଣାର ହାରାହାରି ପରିମାଣ ୟୁନିଟ-୮ରେ ୧୬୨, ନୟାପଲ୍ଲୀ ଆଇଆରସି ଭିଲେଜଠାରେ ୧୨୮, ୟୁନିଟ-୧ରେ ୧୬୧, ପଳାଶୁଣିଠାରେ ୧୨୫, ପାତ୍ରପଡ଼ାଠାରେ ୧୪୬ ଏବଂ ୨.୫ ମାଇକ୍ରନ ଧୂଳିକଣାର ହାରାହାରି ପରିମାଣ ୟୁନିଟ-୮ରେ ୮୭, ନୟାପଲ୍ଲୀ ଆଇଆରସି ଭିଲେଜଠାରେ ୮୨, ୟୁନିଟ-୧ରେ ୯୯, ପଳାଶୁଣିଠାରେ ୭୫, ପାତ୍ରପଡାଠାରେ ୮୩ ରହିଛି। ଉଲ୍ଲେଖଯୋଗ୍ୟ ଯେ ୟୁନିଟ-୮ଠାରେ ୯୧ ଦିନ, ନୟାପଲ୍ଲୀ ଆଇଆରସି ଭିଲେଜଠାରେ ୯୩ ଦିନ, ୟୁନିଟ-୧ରେ ୯୨ ଦିନ, ପଳାଶୁଣିଠାରେ ୭୮ ଦିନ, ପାତ୍ରପଡାଠାରେ ୮୬ ଦିନ ତଥ୍ୟ ସଂଗ୍ରହ କରାଯାଇଥିଲା। ସହରରେ ବହୁସଂଖ୍ୟକ ଗାଡ଼ିରୁ ନିର୍ଗତ ଧୂଅଁା, ସେଗୁଡ଼ିକର ଚଳାଚଳ ଯୋଗୁ ରହୁଥିବା ଧୂଳି, ଖୋଲାଯାନରେ ମାଲ ପରିବହନ, ନିର୍ମାଣ ସାମଗ୍ରୀ ବିକ୍ଷିପ୍ତ ଭାବେ ପକାଇବା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏସବୁ ପ୍ରତି ଜନସାଧାରଣଙ୍କଠାରୁ ଆରମ୍ଭ କରି ପ୍ରଶାସନ ଯାଏ ସମସ୍ତେ ସଚେତନ ହେଲେ ପ୍ରଦୂଷଣକୁ କେତେକାଂଶରେ ରୋକାଯାଇପାରିବ।
ବାକ୍‌ ଶ୍ରବଣ ବିଶେଷଜ୍ଞ, ଧ୍ୱନି, କାଠଗୋଲାରୋଡ୍‌, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri