ବାପା କୋଳରେ ଆଖିବୁଜିଲା ପୁଅ

ଢେଙ୍କାନାଳ ଅଫିସ, ୪।୮: ଶିଶୁ ବିଶେଷଜ୍ଞ ନ ଥିବା କହି ଡାକ୍ତରଖାନାରେ ଆଡ୍‌ମିଶନ କରିବାକୁ ମନା କରିଦେଲେ ଡାକ୍ତର। କୌଣସି ଏକ ଘରୋଇ କ୍ଲିନିକ୍‌ରେ ପିଲାକୁ ଦେଖାଇ ଆଣିବା ପରେ ଚିକିତ୍ସା କରିବେ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଲେ। ମାସକର ରୋଗଣା ପୁଅ ଜୀବନ ସଙ୍କଟରେ ପଡ଼ିଥିବା ଦେଖି ବିକଳ ହୋଇ ଘରୋଇ କ୍ଲିନିକ୍‌କୁ ଧାଇଁଲେ ମା’ବାପା। କ୍ଲିନିକ୍‌ରେ ପହଞ୍ଚତ୍ଲେ। ଶିଶୁ ବିଶେଷଜ୍ଞ ବି ଥିଲେ। ହେଲେ ସେତେବେଳକୁ ଅବୋଧ ଶିଶୁ ଆଉ ଦୁନିଆରେ ନ ଥିଲେ। ବାପାଙ୍କ କୋଳରେ ଶୋଇଯାଇଥିଲେ ସବୁଦିନ ପାଇଁ। ବୁଧବାର ସନ୍ଧ୍ୟାରେ ଏଭଳି ଏକ ସମ୍ବେଦନଶୀଳ ତଥା ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ। ଡାକ୍ତରଙ୍କ ଅବହେଳାରୁ ଶିଶୁପୁତ୍ରର ଜୀବନ ଚାଲିଯାଇଥିବା ଅଭିଯୋଗ କରି ମା’ବାପା ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସଦର ଥାନା ସିମିନଇ ଗ୍ରାମର ଦୀପକ ସିଂ ଏବଂ ସ୍ତ୍ରୀ ଜ୍ୟୋତିର୍ମୟୀ ବେହେରା ୧ମାସ ୬ଦିନର ଅସୁସ୍ଥ ଶିଶୁପୁତ୍ର ଦିବ୍ୟଜ୍ୟୋତିଙ୍କୁ ଧରି ବୁଧବାର ସନ୍ଧ୍ୟା ୬ଟା ୮ରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଦମ୍ପତିଙ୍କ କହିବା କଥା, ଦୁଇଦିନ ହେଲା ପୁଅ ଖାଦ୍ୟ ଗ୍ରହଣ କରୁ ନ ଥିଲା। ମେଡିକାଲକୁ ଆଣିବା ବେଳେ ସେ ଜୀବିତ ଥିଲା। ଓପିଡିରେ କାର୍ଯ୍ୟରତ ଡାକ୍ତରଙ୍କୁ ପୁଅର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ କହିଥିଲେ। ତେବେ ଡାକ୍ତରଖାନାରେ କେହି ଶିଶୁ ବିଶେଷଜ୍ଞ ନାହାନ୍ତି ବୋଲି ଡାକ୍ତର କହିବା ସହ ଚିକିତ୍ସାଳୟ ବାହାରେ ଥିବା ଘରୋଇ କ୍ଲିନିକ୍‌ର ଶିଶୁ ବିଶେଷଜ୍ଞଙ୍କୁ ଦେଖାଇ ତାଙ୍କଠାରୁ ଲେଖା ଆଣିଲେ ଚିକିତ୍ସା କରାଯିବ ବୋଲି କହି ଫେରାଇ ଦେଇଥିଲେ। ଦୀପକ ଏବଂ ଜ୍ୟୋତିର୍ମୟୀ ବ୍ୟତିବ୍ୟସ୍ତ ହୋଇ ଜିଲା ଚିକିତ୍ସାଳୟ ବାହାରେ ଥିବା ଘରୋଇ କ୍ଲିନିକ୍‌ରେ ପହଞ୍ଚତ୍ ଶିଶୁ ବିଶେଷଜ୍ଞଙ୍କୁ ପୁଅର ଚିକିତ୍ସା କରାଇବାକୁ କହିଥିଲେ। ତେବେ ଦିବ୍ୟଜ୍ୟୋତିଙ୍କ ମୃତ୍ୟୁ ହୋଇସାରିଥିବା ସମ୍ପୃକ୍ତ ଶିଶୁ ବିଶେଷଜ୍ଞ କହିବା ପରେ ବାକ୍‌ଶୂନ୍ୟ ହୋଇପଡ଼ିଥିଲେ ଦମ୍ପତି। ମୃତପୁଅକୁ କୋଳରେ ଧରି ମୁଣ୍ଡପିଟି ମା’ବାପା କାନ୍ଦିବା ଦୃଶ୍ୟ ସମ୍ପୂର୍ଣ୍ଣ ପରିବେଶକୁ ସ୍ତବ୍ଧ କରି ଦେଇଥିଲା।

ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ସେ ଡାକ୍ତରଖାନାରେ ନାହାନ୍ତି। ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ମେଡିକାଲ)ଙ୍କଠାରୁ ଘଟଣା ବିଷୟରେ ଶୁଣିବାକୁ ପାଇଛନ୍ତି। ତଦନ୍ତ କରାଗଲେ ଏହାର ସତ୍ୟାସତ୍ୟ ଜଣାପଡ଼ିବ। ଟାଉନ ଥାନା ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଶିଶୁର ମୃତଦେହ ବ୍ୟବଚ୍ଛେଦ କରିବା ଲାଗି ମା’ବାପା ରାଜି ହେଉ ନ ଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆସିଲେ ପ୍ରଥମେ ଆଡମିଶନ କରାଯିବା ନିୟମ ରହିଛି। ଏହାପରେ ସ୍ଥିତି ଦେଖି ବିଭାଗୀୟ ଡାକ୍ତରଙ୍କୁ କଲ୍‌ ଦିଆଯାଇଥାଏ। ଅତି ଗୁରୁତର ହୋଇଥିଲେ ରୋଗୀକୁ ଆବଶ୍ୟକ ଚିକିତ୍ସା ପାଇଁ କଟକ ରେଫର କରାଯାଇଥାଏ। ହେଲେ ଦିବ୍ୟଜ୍ୟୋତିଙ୍କ କ୍ଷେତ୍ରରେ ତାହା ହୋଇନାହିଁ। ଆଡମିଶନ କରିବା ବଦଳରେ ଘରୋଇ କ୍ଲିନିକରେ ଥିବା ଶିଶୁ ବିଶେଷଜ୍ଞଙ୍କଠାରୁ ଲେଖା ଆଣିଲେ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଥିଲେ ବୋଲି ଦୀପକ ଅଭିଯୋଗ କରିଛନ୍ତି, ଯାହା ତଦନ୍ତ ସାପେକ୍ଷ। ଜିଲା ଚିକିତ୍ସାଳୟରେ ରୋଗୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ବୈଠକ ଉପରେ ବୈଠକ ବସୁଥିବାବେଳେ ଜିଲାର ସବୁଠାରୁ ନିର୍ଭରଶୀଳ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଚିକିତ୍ସା ସୁବିଧା ନ ପାଇ ଶିଶୁ ଜୀବନ ଚାଲିଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri