Posted inUncategorized

ପିଲାଙ୍କ ସ୍ବପ୍ନ

ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ କେଉଁ ଅଭିଭାବକଙ୍କ କାମନା ନୁହେଁ । ହେଲେ କେବେ କେବେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭର୍ତ୍ତି କରାଇବାକୁ ନେଇ ସେମାନଙ୍କ ଜିଦ୍‌ ପିଲାର କ୍ୟାରିଅର୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପିଲାର ଆଗ୍ରହ ଥିବା ଦିଗକୁ ସମ୍ମାନ ଜଣାଇବା ସହ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେଲେ ତା’ର କ୍ୟାରିୟର୍‌ ଗଢ଼ିବାର ସ୍ବପ୍ନ ସାକାର ହୋଇପାରିବ ସେଥିରେ ସନ୍ଦେହ ନାହିଁ…

ପିଲାମାନେ ଭଲ ପାଠ ପଢ଼ନ୍ତୁ, ଭବିଷ୍ୟତରେ ଉତ୍ତମ କ୍ୟାରିୟର୍‌ ଗଢ଼ି ରୋଜଗାରକ୍ଷମ ହୁଅନ୍ତୁ, ଏହି ଆଶା ପ୍ରତିଟି ମାତାପିତାଙ୍କର ଥାଏ। ହେଲେ କେବେ କେବେ ପିଲାମାନଙ୍କୁ ନେଇ ସେମାନେ ଏତେ ଆଶାବାଦୀ ହୋଇଯାଆନ୍ତି ଯେ, ନିଜ ଇଚ୍ଛା ଆଗରେ ପିଲାଙ୍କ ଆଗ୍ରହ ଦବିଯାଉଥିବା ଦେଖିପାରନ୍ତି ନାହିଁ। ଫଳସ୍ବରୂପ ପିଲାମାନେ ମାତାପିତାଙ୍କୁ ସମ୍ମାନ ଦେବା ଲାଗି ହେଉ ଅବା ବାଧ୍ୟତାମୂଳକ ଭାବେ ନିଜ ସ୍ବପ୍ନ ବଦଳରେ ମାତାପିତାଙ୍କ ସ୍ବପ୍ନ ଶାକାର କରିବାକୁ ଆଗେଇ ଆସନ୍ତି। କେତେକେ ଏଥିରେ ସଫଳତା ହାସଲ କରୁଥିବା ବେଳେ ଅନ୍ୟମାନଙ୍କର ଉତ୍ତମ କ୍ୟାରିୟର୍‌ ଗଢ଼ିବାର ସ୍ବପ୍ନ ଅଧା ରହିଯାଇଥାଏ। ତେଣୁ ପିଲାଙ୍କୁ କ୍ୟାରିୟର୍‌ ଗଢ଼ିବା ଦିଗରେ ଠିକ୍‌ ମାର୍ଗଦର୍ଶନ କରିବା ସହ ସେମାନଙ୍କ ସ୍ବପ୍ନକୁ ସମ୍ମାନ ଦେଇ ପ୍ରୋତ୍ସାହନ ଯୋଗାଇଦେବା ଅଭିଭାବକଙ୍କ କର୍ତ୍ତବ୍ୟ:
ପିଲାର ଇଚ୍ଛାକୁ ସମ୍ମାନ ଦିଅନ୍ତୁ: ଆପଣଙ୍କ ପିଲା କେଉଁ ଦିଗରେ କ୍ୟାରିୟର୍‌ ଗଢ଼ିବାକୁ ଚାହୁଁଛି ଜାଣିବାକୁ ଚେଷ୍ଟା କରନ୍ତୁ। କେବଳ ଭଲ ପାଠ ପଢ଼ି ଅଧିକ ଦରମାଯୁକ୍ତ ସରକାରୀ ଚାକିରିଟିଏ ହିଁ ପିଲାର ଉତ୍ତମ ଭବିଷ୍ୟତର ମାପକାଠି ନ ଭାବି ତା’ର କେଉଁ ଦିଗରେ ଦକ୍ଷତା ରହିଛି ଦେଖନ୍ତୁ। ବର୍ତ୍ତମାନ ପାଠ ସହିତ ଖେଳକୁଦ, ନାଚ, ଗୀତ, ଅଭିନୟଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କ୍ୟାରିୟର୍‌ ଗଢ଼ିବାର ସୁଯୋଗ ରହିଛି। ତେଣୁ ପିଲାର ସ୍ବପ୍ନକୁ ସମ୍ମାନ ଦେଇ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ।
ନିଜ ଇଚ୍ଛାକୁ ଲଦି ଦିଅନ୍ତୁ ନାହିଁ: ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳେ ପିଲା ଯେଉଁ ଦିଗରେ ଆଗେଇବାକୁ ଚାହାନ୍ତି ଅଭିଭାବକ ବିରୋଧ କରନ୍ତି। ବିଶେଷ କରି ପାରିବାରିକ ଆଭିଜାତ୍ୟ, ସମାଜରେ ଷ୍ଟାଟସ୍‌ ଆଦିକୁ ଗୁରୁତ୍ୱ ଦେଇ ହେଉ କିମ୍ବା ଅପୂରଣୀୟ ରହିଯାଇଥିବା ନିଜ ଲକ୍ଷ୍ୟକୁ ପିଲା ଦ୍ୱାରା ପୂରଣ କରିବା ଲାଗି ସେ କେଉଁ କ୍ଷେତ୍ରରେ କ୍ୟାରିୟର୍‌ ଗଢ଼ିବ ତାକୁ ନେଇ ବାଧ୍ୟ କରନ୍ତି। ହେଲେ ଏହାଦ୍ୱାରା ଯେ ସବୁବେଳେ ପିଲାର ଉନ୍ନତି ହେବ ତା’ ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ପିଲା ଉପରେ ନିଜ ଇଚ୍ଛା ଲଦି ଦିଅନ୍ତୁ ନାହିଁ କିମ୍ବା ବାଧ୍ୟ କରନ୍ତୁ ନାହିଁ।
ଯୋଗାଇ ଦିଅନ୍ତୁ ପ୍ରୋତ୍ସାହନ: ଆପଣଙ୍କ ପିଲା କେଉଁ କ୍ଷେତ୍ରରେ ଦକ୍ଷ ଏବଂ ପାରଙ୍ଗମ ସେ କଥା ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ସେ ତା’କୁ ନେଇ କ୍ୟାରିୟର ଗଢ଼ିବାର ସ୍ବପ୍ନ ଦେଖୁଥାଏ, ତେବେ ତାହାକୁ ଶାକାର କରିବା ଲାଗି ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ। ଦେଖିବେ ସେ ନିଶ୍ଚୟ ସଫଳତାର ଶୀର୍ଷକୁ ଯାଇ ଆପଣଙ୍କ ପାଇଁ ଗୌରବ ଆଣିଦେବ ।
କ୍ୟାରିୟରକୁ ନେଇ କରନ୍ତୁନି ପ୍ରତିଯୋଗିତା: ଅନେକ ଅଭିଭାବକ ଅନ୍ୟ କାହାର ପିଲା କେଉଁ କ୍ଷେତ୍ରରେ ଯାଉଥିବାର ଦେଖି ନିଜ ପିଲାଙ୍କୁ ମଧ୍ୟ ସେହି କ୍ଷେତ୍ରରେ ଦେଖିବାକୁ ଚାହାନ୍ତି। ଏମିତି କି ବାରମ୍ବାର ଅନ୍ୟର ଉଦାହରଣ ଦେଇ ପିଲାଙ୍କୁ ଉକ୍ତ ଦିଗରେ ଯିବାକୁ ବାଧ୍ୟ କରନ୍ତି। ହେଲେ କ୍ୟାରିୟର୍‌କୁ ନେଇ ପ୍ରତିଯୋଗିତା କରିବା ବଦଳରେ ପିଲାର ଇଚ୍ଛା ଜାଣି ଆଗକୁ ବଢ଼ିବାରେ ସହଯୋଗ କରିବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ।
ମାର୍ଗଦର୍ଶକ ସାଜନ୍ତୁ: ପିଲାଙ୍କ ଉପରେ ନିଜ ଇଚ୍ଛା ନ ଲଦି ତାଙ୍କ ଇଚ୍ଛାକୁ ସମ୍ମାନ ଦେବାର ଅର୍ଥ ନୁହେଁ, ଭୁଲ୍‌ ଦିଗରେ ବି ସହଯୋଗ କରିବା। ତେଣୁ ସର୍ବପ୍ରଥମେ ପିଲା ବାଛିଥିବା ଫିଲ୍ଡରେ ତା’ର ଦକ୍ଷତା ଏବଂ କାର୍ଯ୍ୟକ୍ଷମତାକୁ ଚିହ୍ନନ୍ତୁ। ଯଦି ଏହାକୁ ତା’କୁ ସଫଳତା ଆଣି ଦେବାରେ ସାହାଯ୍ୟ କରିବ ମନେ ନ ହୁଏ ତେବେ ଅଯଥା ସପୋର୍ଟ ନ କରି ଠିକ କ୍ୟାରିୟର ବାଛିବାରେ ମାର୍ଗଦର୍ଶନ କରନ୍ତୁ।

 

ପୁଅ ଇଚ୍ଛାକୁ ଗୁରୁତ୍ୱ ଦେଇଛି
ତାପସି ଜେନା(ବାଲେଶ୍ୱର)- ମୋର ଗୋଟିଏ ପୁଅ। ମୁଁ ଚାହୁଁଥିଲି ସେ ପେସାରେ ଓକିଲ ହେଉ। କିନ୍ତୁ ପୁଅର ସାମ୍ବାଦିକ ହେବାକୁ ସ୍ବପ୍ନ ଥିଲା । ସେ ଯଦିଓ ମୋ ଇଚ୍ଛାକୁ ପୂରଣ କରିବା ପାଇଁ ଭାବିଥିଲା ହେଲେ ତା’ର ସାମ୍ବାଦିକ ହେବା ନିଶା ଥିବାରୁ ଏବେ ସେ ଏହାକୁ ବୃତ୍ତି ଭାବେ ଆପଣେଇଛି। ମୋ ଇଚ୍ଛା ପୂରଣ କରିବା ପାଇଁ ମଧ୍ୟ ପ୍ରୟାସ କରୁଛି। ବେଳେବେଳେ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଭିଭାବକଙ୍କ ଇଚ୍ଛା ବ୍ୟତୀତ ତା’ର ଇଚ୍ଛାକୁ ବି ଗ୍ରହଣ କରିବା ଦରକାର।
ଅଭିଭାବକଙ୍କ ସହଯୋଗ ଥିଲା
ମିତାଞ୍ଜଳି ଦାଶ(ତହସିଲଦାର,କଣ୍ଟାପଡ଼ା,କଟକ) ପିଲାଟି ବେଳୁ ଲକ୍ଷ୍ୟ ଥିଲା ପ୍ରଶାସନିକ ସେବାରେ ଯୋଗ ଦେବି। ଯଦିଓ ବାପା ଚାହୁଁଥିଲେ ମୁଁ ଡାକ୍ତର ହୁଏ, ତଥାପି ମୋ ଇଚ୍ଛାକୁ ସେ କେବେ ଅଣଦେଖା କରି ନାହାନ୍ତି । ବରଂ ସବୁବେଳେ ଉତ୍ସାହିତ କରିବା ସହ ନୂଆ ନୂଆ ଜିନିଷକୁ ଜାଣିବାର ଆଗ୍ରହ ମୋ ମନରେ ସୃଷ୍ଟି କରିଛନ୍ତି। ପରିବାର, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବମାନଙ୍କ ତରଫରୁ ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି। ହଁ, ବେଳେବେଳେ ବାହାର ଲୋକ ଝିଅପିଲାଟା, ଏ ଦିଗରେ କ’ଣ କରିବୁ ବୋଲି ପଚାରନ୍ତି ଏବଂ ଚାକିରି କରିବାକୁ ଇଚ୍ଛା ଯଦି ଶିକ୍ଷୟିତ୍ରୀ ହୋଇଯା ବୋଲି ପରାମର୍ଶ ଦିଅନ୍ତି। ହେଲେ, ସେସବୁ କଥା ନ ଶୁଣି ଯଥା ସମ୍ଭବ ପରିଶ୍ରମ କରି ଆଜି ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri