ପିଲାଙ୍କ ରାଗ

ମଣିଷର ମାନସିକ ସ୍ଥିତି ବିଭିନ୍ନ ପରିସ୍ଥିତି ଏବଂ ପରିବେଶକୁ ନେଇ ପରିବର୍ତ୍ତନ ହୋଇଥାଏ। ହେଲେ ସାଧାରଣ କଥାରେ କ୍ରୋଧ ବା ରାଗିବା, ହିଂସା କରିବା, ଅଭିଭାବକଙ୍କ କଥା ନ ମାନିବା, ପ୍ରତିଶୋଧ ପରାୟଣ ହେବା ଅବା ଅନ୍ୟକୁ କ୍ଷତି ପହଞ୍ଚାଇବା କିମ୍ବା ରାଗରେ ନକାରାତ୍ମକ ଭାବନା ଆଣି ନିଜ ଉପରେ ଦାଉସାଧିବା ଆଦି କ୍ଷତିକାରକ ହୋଇପାରେ ।
ବର୍ତ୍ତମାନ ପିଲାଙ୍କଠାରେ ମଧ୍ୟ ଏଭଳି ଲକ୍ଷଣମାନ ଦେଖିବାକୁ ମିଳୁଛି। ଆଉ ଏଥିରୁ ସେମାନଙ୍କୁ ନିବୃତ୍ତ ରଖିବା ଲାଗି ଅଭିଭାବକମାନେ ବିଭିନ୍ନ ଦିଗ ପ୍ରତି ସଚେତନ
ହେବା ଆବଶ୍ୟକ…

ବର୍ତ୍ତମାନ ପିଲାମାନଙ୍କଠାରେ ମଧ୍ୟ କ୍ରୋଧ ଏବଂ ହିଂସା ଭାବନା ବଢୁଥିବା ଦେଖିବାକୁ ମିଳୁଛି; ଯେଉଁଥିପାଇଁ ବିଭିନ୍ନ ଅସ୍ବାଭାବିକ ଘଟଣାମାନ ବି ନଜରକୁ ଆସୁଛି। ତେବେ ଏହା ଲାଗି ପରିବର୍ତ୍ତିତ ଜୀବନଶୈଳୀ, ପାରିବାରିକ ସମସ୍ୟାର ପ୍ରଭାବ, ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ର ବହୁଳ ବ୍ୟବହାର ହେଉ କିମ୍ବା ଅନ୍ୟାନ୍ୟ ବିଭିନ୍ନ କାରଣ ଦାୟୀ ହୋଇପାରେ। ହେଲେ ପିଲାଙ୍କଠାରେ ଏପରି ଲକ୍ଷଣ ଦେଖିବା ମାତ୍ରେ, ପରବର୍ତ୍ତୀ ସମୟରେ ଯେପରି କୌଣସି ବଡ଼ ସମସ୍ୟା ନ ଉପୁଜେ ସେଥିପାଇଁ ଯଥା ସମୟରେ ଏହାର କାରଣ ଖୋଜି ପିଲାଙ୍କୁ ଏଥିରୁ ନିବୃତ୍ତ ରଖିବା ଦିଗରେ ଅଭିଭାବକମାନେ ସଚେତନ ହେବା ଆବଶ୍ୟକ…
– ସର୍ବପ୍ରଥମେ ପିଲା ଯେତେବେଳେ ରାଗୁଛି କିମ୍ବା ଅଜବ ବ୍ୟବହାର କରୁଛି, ତାକୁ ଚିଡ଼ିବା ବା ଗାଳିଦେବାର ଭୁଲ୍‌ ଆଦୌ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ପିଲାଙ୍କ ମାନସିକତା ସୁଧୁରିବା ପରିବର୍ତ୍ତେ ଆହୁରି ଖରାପ ହୋଇପାରେ। ତେଣୁ ପ୍ରଥମେ ସେ ରାଗିବାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ। ସାଙ୍ଗ ଭଳି ପାଖରେ ବସାଇ ସ୍ନେହରେ ପଚାରି ବୁଝନ୍ତୁ ଏବଂ ତା’ର ମନ ହାଲ୍‌କା କରିବା ଭଳି କଥା କୁହନ୍ତୁ। ଯଦି ଏଥିରେ ପିଲାର କୌଣସି ଭୁଲ୍‌ ଥାଏ ତେବେ ବିରକ୍ତ ନ ହୋଇ ନରମ ଭାବେ ଉଚିତ ପରାମର୍ଶ ଦିଅନ୍ତୁ।
– ରାଗ ସମୟରେ ବିଭିନ୍ନ ନକାରାମତ୍କ ଚିନ୍ତା ମନକୁ ଆସିଥାଏ। ତେଣୁ ପିଲାମାନେ ଝଗଡ଼ା କରିବା, ବଡ଼ ପାଟିରେ ଚିଲେଇବା, କାନ୍ଦିବା, କଥା ନ ମାନିବା କିମ୍ବା ଭଙ୍ଗାରୁଜା ଆଦି କରିଥାନ୍ତି। ଏମିତିରେ ହଠାତ୍‌ ତାଙ୍କ ପ୍ରତି ଶକ୍ତ ନ ହୋଇ ପାଖରେ ବସାଇ ତାଙ୍କ କଥା ଶୁଣନ୍ତୁ। ଏହି ସମୟରେ ପୂର୍ବରୁ ଘଟିଥିବା କୌଣସି ଖୁସିର ମୁହୂର୍ତ୍ତକୁ ମନେପକାଇ ଦିଅନ୍ତୁ, ଦେଖିବେ ରାଗ ଆପଣା ଛାଏଁ କମିଯିବ। ତାଙ୍କ ମନରେ ସକାରାତ୍ମକ ଚିନ୍ତା ଆଣିବା ଲାଗି ଭଗବାନଙ୍କୁ ସ୍ମରଣ କରିବାକୁ ପରାମର୍ଶ ଦିଅନ୍ତୁ।
– ପିଲାଙ୍କ ମନରୁ କ୍ରୋଧ ଦୂରକରିବାର ଅନ୍ୟ ଏକ ଉପାୟ ହେଉଛି ସେମାନଙ୍କର ରୁଚି ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଉଦାହରଣ ସ୍ବରୂପ, ସେମାନେ ରାଗିବା ସମୟରେ ତାଙ୍କୁ ପାଖରେ ବସାଇ ଅଳ୍ପ ସମୟ ଇଣ୍ଟରନେଟ୍‌ରେ ମଜାଦାର ଭିଡ଼ିଓ ଦେଖାନ୍ତୁ, କୌଣସି ପ୍ରିୟ ବହି ପଢ଼ିବାକୁ ଦିଅନ୍ତୁୁ, ଟିଭି ଦେଖାନ୍ତୁ, ଗୀତ ଶୁଣାନ୍ତୁ, ଡ୍ରଇଂ କରାନ୍ତୁ, ଭଲ ଭଲ ଖାଦ୍ୟ ଦିଅନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ପିଲାଙ୍କ ଧ୍ୟାନ ଏସବୁ କାର୍ଯ୍ୟରେ କେନ୍ଦ୍ରିତ ହୋଇ କ୍ରୋଧ ଦୂର ହୋଇଯିବ।
– କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବା ଲାଗି ପିଲାଙ୍କୁ ବିଭିନ୍ନ ବ୍ୟାୟାମ ଏବଂ ଧ୍ୟାନ ଆଦି କରିବାକୁ ପରାମର୍ଶ ଦିଅନ୍ତୁ। ଏଥିପାଇଁ ଆପଣଙ୍କୁ ନିଜେ ମଧ୍ୟ ତାଙ୍କ ପାଖରେ ବସି ଏସବୁ କରିବାକୁ ହେବ। ଫଳରେ ମାନସିକ ଶାନ୍ତି ମିଳିବା ଦ୍ୱାରା ପିଲାଙ୍କ ରାଗ ଶାନ୍ତ ହୋଇଯିବ।
– ନିହାତି ରାଗିଥିବା ସମୟରେ ପିଲାଙ୍କୁ ଏଣୁ ତେଣୁ ପ୍ରଶ୍ନ ନ କରି କିଛି ସମୟ ଏକା ନିରୋଳାରେ ବସିବାକୁ ଦିଅନ୍ତୁ। ରାଗ ଥଣ୍ଡା ହେବା ପରେ କାରଣ ପଚାରି ବୁଝନ୍ତୁ। ପିଲାର କିଛି ଆବଶ୍ୟକତା ଥିଲେ ପୂରଣ କରିବାକୁ ଚେଷ୍ଟା କରନ୍ତୁ। ହେଲେ ପିଲାଙ୍କ ଅଯଥା ଜିଦ୍‌ କିମ୍ବା ଅନାବଶ୍ୟକ ଜିନିଷର ଡିମାଣ୍ଡ ପୂରଣ କରିବା ଦ୍ୱାରା ବି ପିଲାଙ୍କୁ ଜିଦ୍‌ଖୋର ସ୍ବଭାବର କରିଦିଏ, ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
– ଅଭିଭାବକ ପିଲାଙ୍କୁ ରାଗିଥିବା ବେଳେ ମାଡପିଟ୍‌, ଗାଳି ଗୁଲଜ କରୁଥିବା ବେଳେ ଆଉ କେତେକେ ଏପରି କଲେ ପିଲା ଅବସାଦରେ ଆସି ଯେପରି କିଛି ଭୁଲ୍‌ ନ କରିବସେ ସେଥିପାଇଁ ଡରନ୍ତି। ହେଲେ ବିଚାରକୁ ନେଲେ ଉଭୟ କ୍ଷେତ୍ରରେ ଅଭିଭାବକ ସମ୍ପୂର୍ଣ୍ଣ ଠିକ୍‌ ନୁହନ୍ତି। ତେଣୁ ଅଧିକ ଶକ୍ତ ହେବା କିମ୍ବା ଡରରେ ସମ୍ପୂର୍ଣ୍ଣ ଛାଡ଼ିଦେବା ପରିବର୍ତ୍ତେ ଆବଶ୍ୟକ ସ୍ଥଳେ ପିଲାଙ୍କ କ୍ରୋଧ ନିୟନ୍ତ୍ରଣ ଲାଗି ଆକଟ କରିବା ଅଭିଭାବକଙ୍କ କର୍ତ୍ତବ୍ୟ।
– ସର୍ବୋପରି ପିଲାଙ୍କୁ ଯଥେଷ୍ଟ ସମୟ ଦେବା ସହ ତାଙ୍କର ପ୍ରତ୍ୟେକ କାର୍ଯ୍ୟ କଳାପ ପ୍ରତି ଦୃଷ୍ଟି ଦେଲେ ତାଙ୍କ କ୍ରୋଧ ପାଇଁ କେଉଁ କାରଣ ଦାୟୀ ବୁଝିବା ସହ ଏହାକୁ ନିୟନ୍ତ୍ରଣ କରିବା ଅଭିଭାବକଙ୍କ ପାଇଁ ସହଜ ହୋଇଥାଏ।
-ପୌର୍ଣ୍ଣମାସୀ

 

ଅଭିଭାବକ ସଚେତନ ହେବା ଆବଶ୍ୟକ
ପିଲାଙ୍କ ମାନସିକ ସନ୍ତୁଳନ ରଖିବା ଲାଗି ପାରିବାରିକ ପରିସ୍ଥିତି ମୁଖ୍ୟତଃ ଦାୟୀ। ହେଲେ କେତେକ କ୍ଷେତ୍ରରେ ପାରିବାରିକ ଝଗଡ଼ା, ପିଲାମାନଙ୍କୁ ମା’-ବାପାଙ୍କ ସ୍ନେହ ଏବଂ ସଂରକ୍ଷଣର ଅଭାବ, ଭେଦଭାବ, ଆର୍ଥିକ ଅଭାବ ଆଦି ସେମାନଙ୍କ ମନରେ କୁପ୍ରଭାବ ପକାଇଥାଏ, ଯାହା କି ସେମାନଙ୍କଠାରେ କ୍ରୋଧ ଏବଂ ହିଂସା ମନୋବୃତ୍ତି ସୃଷ୍ଟି କରିଥାଏ । ବୟସ ବଢ଼ିବା ସହ ହର୍‌ମୋନ ପରିବର୍ତ୍ତନ ଯୋଗୁ ମଧ୍ୟ କେତେକଙ୍କ ମନରେ ରାଗ, ଚିଡ଼ିଚିଡ଼ା କିମ୍ବା ବିରକ୍ତି ଭାବ ଦେଖାଦିଏ । ଏହାବ୍ୟତୀତ ପିଲା ଟିକେ ବଡ଼ ହୋଇଗଲେ ପାଠପଢ଼ାର ଚାପ, ଅସଫଳ କ୍ୟାରିୟର, ବନ୍ଧୁତା କିମ୍ବା ପ୍ରେମରେ ପ୍ରତାରଣା ବି ମନରେ ରାଗ, ଦ୍ୱେଷ ସୃଷ୍ଟି ପାଇଁ ଦାୟୀ । ବର୍ତ୍ତମାନ ବିଭିନ୍ନ ଇ-ଗ୍ୟାଜେଟ୍‌ ବ୍ୟବହାର ବିଶେଷ କରି ଅଧିକ ସମୟ ସୋସିଆଲ୍‌ ସାଇଟ୍‌ ବ୍ୟବହାର, ଅନ୍‌ଲାଇନ୍‌ ଗେମ୍‌ ଖେଳିବାରେ ପିଲାମାନେ ଅଧିକ ସମୟ ଅତିବାହିତ କରୁଛନ୍ତି। ଫଳରେ ସେମାନେ ପରିବାର, ସାଙ୍ଗସାଥୀ ଆଦିଙ୍କ ଠାରୁ ଦୂରେଇ ଯାଉଥିବା ବେଳେ କୌଣସି କାରଣରୁ ଏଭଳି ଗ୍ୟାଜେଟ୍‌ ସେମାନଙ୍କ ଠାରୁ ଦୂରେଇ ଦିଆଗଲେ କ୍ରୋଧ, ରାଗ ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ତେବେ ରାଗିବା ଦ୍ୱାରା ଏହା ସେମାନଙ୍କ ମାନସିକ ସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ଯେହେତୁ ମନ ଆଉ ଶରୀର ପରସ୍ପର ସହ ଜଡିତ ତେଣୁ ମାନସିକ ସ୍ତରରେ ପଡୁଥିବା ପ୍ରଭାବ ଶରୀରକୁ କ୍ଷତି ପହଞ୍ଚାଇବା ସହ ରୋଗ ପ୍ରତିରୋଧକ ଶକ୍ତି କମାଇଥାଏ ।
କ୍ରୋଧ ବା ରାଗର ବଶବର୍ତ୍ତୀ ହେବା ଦ୍ୱାରା ସେମାନେ ଭଙ୍ଗାରୁଜା, ମାରପିଟ, ଘର ଛାଡ଼ିବା ଭଳି ଅନେକ ଭୁଲ୍‌ କାର୍ଯ୍ୟ କରିବସନ୍ତି । କେତେକ କ୍ଷେତ୍ରରେ ଏହାର ନକାରାମତ୍କ ପ୍ରଭାବ ସେମାନଙ୍କୁ ମାନସିକ ସ୍ତରରେ ଏତେ ଦୁର୍ବଳ କରିଦିଏ ଯେ, ସେମାନେ ଆମତ୍ହତ୍ୟା ଭଳି ଭୁଲ୍‌ କରିବାକୁ ମଧ୍ୟ ପଛାନ୍ତି ନାହିଁ ।
ତେଣୁ ଯଦି ପିଲାଙ୍କ ଠାରେ ଏଭଳି ରାଗ ବା କ୍ରୋଧ ଆସୁଛି ତେବେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ ନ କରି ତାଙ୍କୁ ପାଖରେ ବସାଇ ଏହାର କାରଣ ବୁଝିବା ସହ ସମାଧାନ ପାଇଁ ଚେଷ୍ଟା କରିବା ଆବଶ୍ୟକ। ପିଲାମାନେ ସ୍ନେହ ଶ୍ରଦ୍ଧାର ଭାଷା ବୁଝନ୍ତି, ତେଣୁ ସେମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ତାଙ୍କୁ କିପରି ଖୁସିରେ ରଖିହେବ ସେଥିପାଇଁ ଅଭିଭାବକମାନଙ୍କୁ ସେଚେତନ ହେବା ଆବଶ୍ୟକ।
-ଡ. ସଙ୍ଗୀତା ରଥ, ମନସ୍ତତ୍ତ୍ବବିତ୍‌,
ଉକତ୍ଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

କ’ଣ କରନ୍ତି ଏମାନେ…

ପିଲାଙ୍କ ମନ ବୁଝିବା ଏତେ ସହଜ ନୁହେଁ
ସିଲାରାଣୀ ପାଣି(ଶିକ୍ଷୟିତ୍ରୀ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଫୁଲନଖରା, କଟକ)- ପିଲାମାନେ କେବେ କେବେ ବହୁତ ଖୁସି ଥାନ୍ତି ତ ଆଉ କେବେ କେଉଁ କାରଣ ତାଙ୍କ ଠାରେ କ୍ରୋଧର ଭାବନା ସୃଷ୍ଟି କରେ ତାହା ବୁଝିବା କଷ୍ଟ। ନିଜ କଥା କହିବି, ମୋ ଝିଅ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢୁଛି। ବେଳେବେଳେ ସେ ବି ରାଗେ ଆଉ ଜିଦ୍‌ କରେ। ହେଲେ ସେ ରାଗିଥିବା ସମୟରେ ମୁଁ ଆଦୌ ରାଗି ଗାଳି ଦିଏ ନାହିଁ। ବରଂ ତାକୁ ଶାନ୍ତ କରିବା ଲାଗି ସ୍ନେହ ଶ୍ରଦ୍ଧାରେ କଥା ହୋଇ ଧୀରେ ଧୀରେ ପ୍ରଥମେ ରାଗିବାର କାରଣ ପଚାରେ ଏବଂ ଏହାର ସମାଧାନ କରିବାକୁ ଚେଷ୍ଟା କରେ। ପିଲାଙ୍କ ସମସ୍ୟା କ’ଣ ବୁଝି ଠିକ୍‌ ସମୟରେ ଏହାର ସମାଧାନ କଲେ ପିଲାଙ୍କଠାରେ କ୍ରୋଧ ଭାବନା ସୃଷ୍ଟି ହୋଇ ନ ଥାଏ ବୋଲି ମୋର ବିଶ୍ୱାସ।
ଉଦାହରଣ ଦେଇ ବୁଝାଏ
ମାମାରାଣୀ ମହାପାତ୍ର (ଗୃହିଣୀ, ଓଲ୍ଡଟାଉନ, ଭୁବନେଶ୍ୱର)- ମୋ ପୁଅ ମାତ୍ର ୪ ବର୍ଷର। ବେଳେବେଳେ କୌଣସି କାରଣକୁ ନେଇ ଏତେ ଛୋଟ ପିଲା ରାଗିବା ଏକ ସାଧାରଣ କଥା। ହେଲେ ଏହା ଯେପରି ତା’ର ଅଭ୍ୟାସରେ ପରିଣତ ନ ହୋଇଯାଉ ଏବଂ ଭବିଷ୍ୟତରେ ପ୍ରତିଟି ଛୋଟ ବଡ଼ ଆବଶ୍ୟକତା ପୂରଣକୁ ନେଇ ସେ ଜିଦ୍‌ କିମ୍ବା ରାଗରେ ଝଗଡ଼ା, ଭଙ୍ଗାରୁଜା ନ କରୁ ସେଥିପ୍ରତି ସଚେତନ ଥାଏ। ସେ ରାଗିବା ଆରମ୍ଭ କଲେ ପାଖରେ ବସାଇ ଅନ୍ୟ କୌଣସିି କାର୍ଯ୍ୟରେ ଲଗାଇଦିଏ। ତା’ର ମନ ବଦଳିଯିବା ପରେ ରାଗିଲେ କ’ଣ ଅସୁବିଧା ହୁଏ ବିଭିନ୍ନ ଉଦାହରଣ ଦେଇ ବୁଝାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?