୨ ବର୍ଷ ହେବ ପିଲାଙ୍କ ପାର୍କ କାର୍ଯ୍ୟକ୍ଷମ ହେଉନି

ଜଗତ୍‌ସିଂହପୁର ଅଫିସ, ୧୭ା୯: ଉତ୍ତମ ସ୍ବାସ୍ଥ୍ୟ ଏବଂ ଭଲରେ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ହାପି ଓଡ଼ିଶା ହେଲ୍‌ଦି ଓଡ଼ିଶା ତଥା ସହରାଞ୍ଚଳ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଖୋଲା ସ୍ଥାନରେ ପିଲାଙ୍କ ମନୋରଞ୍ଜନ ପାଇଁ ମିନି ପାର୍କ ଯୋଜନା ୨୦୨୧ରୁ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟ ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ଏନେଇ ପଦକ୍ଷେପ ନେଇଛି। ଏନେଇ ବିଭିନ୍ନ ପୌର ପରିଷଦକୁ ପିଲାଙ୍କ ଖେଳ ଉପକରଣ ଆଦି ଯୋଗାଇ ଦିଆଗଲାଣି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ପୌର ପରିଷଦକୁ ମଧ୍ୟ ଏହି ଉପକରଣ ଯୋଗାଇଥିଲେ ମଧ୍ୟ ମିନି ପାର୍କ ପାଇଁ ଜମି ଚିହ୍ନଟ ସରିନି। ଫଳରେ ସରକାରଙ୍କ ସହରାଞ୍ଚଳ ରୂପାନ୍ତରଣ ଯୋଜନା ପ୍ରହସନ ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି।
ଯୋଜନା ଅନୁଯାୟୀ, ରାଜ୍ୟର ୧୧୪ ସହରାଞ୍ଚଳରେ ପିଲାଙ୍କ ଖେଳ ପାଇଁ ମିିନି ପାର୍କ ହେବ। ଏଥିରେ ଚାଲିବା ତଥା ବ୍ୟାୟାମ କରିବା ପାଇଁ ଟ୍ରାକ୍‌, ଓପନ ଏୟାର ଜିମ୍‌, ଖେଳ ଉପକରଣ, ରାସ୍ତା ପାର୍ଶ୍ୱରେ ପରିସ୍ରାଗାର, ପାଣି ଏବଂ ଭେଣ୍ଡିଂ ଜୋନ୍‌ ଆଦି ରହିବ। ଉପକରଣ ଯୋଗାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ପାଇବା ଏଜେନ୍ସି ଉପକରଣ ଯୋଗାଇବାଠାରୁ ସ୍ଥାପନ କରିବା ପର୍ଯ୍ୟନ୍ତ ଏବଂ ମାଗଣାରେ ୩ ବର୍ଷ ମରାମତି କରିବା ପାଇଁ ବ୍ୟବସ୍ଥା ହୋଇଛି। ଖେଳ ଉପକରଣରେ ୩ରୁ ୧୪ ବର୍ଷର ପିଲାଙ୍କ ପାଇଁ ୪ଟି ରବର ସିଟ୍‌ ଥିବା ଆର୍କେଡ୍‌ ସ୍ବିଙ୍ଗ ରହିବ। ସେହିପରି ମେରି ଗୋ-ରାଉଣ୍ଡ (୩ରୁ ୧୨ ବର୍ଷ), ୨ଟି ସିଟ୍‌ ଥିବା ସିସ୍‌ (୨ରୁ ୧୦ ବର୍ଷ), ସ୍ପିରାଲ ସ୍ଲାଇଡ (୩ରୁ ୧୪ ବର୍ଷ), ରେନ୍‌ବୋ କ୍ଲିମ୍ବର (୩ରୁ ୧୪ ବର୍ଷ), ୩ ସିଟର ମେରି-ଗୋ ରାଉଣ୍ଡ (ସ୍ପେସିଆଲି ଆବ୍ଲେଡ୍‌), ୨ ସିଟର ସ୍ବିଙ୍ଗ (ସ୍ପେଶିଆଲି ଆବ୍ଲେଡ୍‌) ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହି ଅନୁଯାୟୀ ଏଜେନ୍ସି ଜଗତ୍‌ସିଂହପୁର ପୌର ପରିଷଦକୁ ଉପକରଣ ଯୋଗାଇଛି। କିନ୍ତୁ ୨ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ପୌର ପ୍ରଶାସନ ଜମି ଚିହ୍ନଟ କରିବାକୁ ସକ୍ଷମ ହୋଇନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ପୌର ପ୍ରଶାସନର ଆନ୍ତରିକତାର ଅଭାବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ ଯୋଜନା କାର୍ଯ୍ୟକାରୀ ହେବାରେ ଯଥେଷ୍ଟ ବିଳମ୍ବ ହୋଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ କହିଛନ୍ତି, ଜଗତ୍‌ସିଂହପୁର ସହରର ୧୦ରୁ ୧୬ଟି ୱାର୍ଡ ମଧ୍ୟରେ ମିନି ଷ୍ଟାଡିୟମ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରେ କିଛି ଉପକରଣ ପହଞ୍ଚତ୍ଥିଲେ ସୁଦ୍ଧା ସ୍ଥାନୀୟ ତହସିଲଦାର ଜମି ଚିହ୍ନଟରେ ବିଳମ୍ବ କରୁଥିବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ତେବେ କେଉଁସବୁ ଉପକରଣ ଓ କେତେ ପରିମାଣର ପହଞ୍ଚତ୍ଛି ସେ ସମ୍ପର୍କରେ ସୂଚନା ଦେବାକୁ ଅରାଜି ହୋଇଥିଲେ। ଜମି ଚିହ୍ନଟ ପରେ ଯୋଜନା କାର୍ଯ୍ୟକାରୀ ହେଲାବେଳେ ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ମନ୍ତବ୍ୟ ଦେଇଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସେ ନୂଆ କରି ଦାୟିତ୍ୱ ନେଇଛନ୍ତି। କିନ୍ତୁ ତାଙ୍କ ପୂର୍ବରୁ ୨୦୨୧ ଡିସେମ୍ବରରୁ ପିଲାଙ୍କ ପାର୍କ ଭିତ୍ତି ଭୂମି ନିର୍ମାଣ ପାଇଁ କିଛି ସ୍ବୟଂ ସହାୟକ ଗୋଷ୍ଠୀକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜମି ଚିହ୍ନଟ ହୋଇ ନ ଥିବା ବେଳେ କାହା ସ୍ବାର୍ଥରେ କାର୍ଯ୍ୟାଦେଶ ଦିଆଯାଇଥିଲା ତାହା ତାଙ୍କୁ ଜଣା ନାହିଁ ବୋଲି ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri