ବାଜି ଲାଗୁଛି ପିଲାଙ୍କ ଜୀବନ

ମାଲକାନଗିରି,୩୦।୬ (ଡି.ଏନ.ଏ.):  ମାଲକାନଗିରି ଜିଲାରେ ଗରିବ ଓ ଆଦିବାସୀ ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅବହେଳା ଯୋଗୁ ପିଲାଙ୍କ ଜୀବନ ବାଜି ଲାଗୁଛି। ଜିଲାରେ ଅନ୍ବେଷା ଯୋଜନାରେ ଜିଲାର ବିଭିନ୍ନ ଅଞ୍ଚଳରୁ ଅନେକ ଅନୁସୂଚିତ ଜନଜାତିର ପିଲାଙ୍କୁ ଆଣି ଜିଲା ସଦର ମହକୁମାରେ ଥିବା ହଷ୍ଟେଲଗୁଡ଼ିକରେ ରଖାଯାଇ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ଛାତ୍ରୀଛାତ୍ରଙ୍କୁ ସବୁ ଦିନ ହଷ୍ଟେଲରୁ ବିଭିନ୍ନ ବିଦ୍ୟାଳୟକୁ ନେବା ଆଣିବା କରିବା ପାଇଁ ସରକାର ବସ୍‌ ବ୍ୟବସ୍ଥା କରିଛନ୍ତି। ଗୋଟିଏ ବସ୍‌ରେ ପ୍ରାୟ ଶହେ ଛାତ୍ରୀଛାତ୍ର ବିଭିନ୍ନ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ବସ୍‌ଟିର ଫିଟ୍‌ନେସ୍‌ ଠିକ୍‌ ନ ଥିବାରୁ ପ୍ରାୟ ସଦାବେଳେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟରେ ଡେରିରେ ପହଞ୍ଚୁଛନ୍ତି। ବସ୍‌ର ଫିଟ୍‌ନେସ୍‌ ନାହିଁ କି ଇନ୍ସୁରାନ୍ସ ନାହିଁ। ସରକାରୀ ନିୟମ ଅନୁଯାୟୀ ବସ୍‌ରେ ଥିବା ସିଟ ସଂଖ୍ୟା ଅନୁଯାୟୀ ଯାତ୍ରୀ ଯାତାୟାତ କରିବା କଥା। ମାତ୍ର ଏହି ବସ୍‌ରେ ୩୩ଟି ସିଟ୍‌ ଥିବା ବେଳେ ୮୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ବସ୍‌ଟି ନେବା ଆଣିବା କରୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରୁନାହିଁ। କେବଳ ପରିବହନ ବିଭାଗ ଏନେଇ ତାଗିଦ କରିଥିଲେ ମଧ୍ୟ ତାହାର ପ୍ରଭାବ ପଡିନାହିଁ। ପ୍ରଶାସନ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରିବା ଲାଗି ଆଉ ଗୋଟିଏ ବସ୍‌ ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri