ପିଲା ଯାଉଥିଲେ ବାଲିଯାତ୍ରା

ସର୍ବଭାରତୀୟ ସ୍ତରରେ କଟକ ବାଲିଯାତ୍ରାର ସ୍ଥାନ ସ୍ବତନ୍ତ୍ର। ସପ୍ତାହବ୍ୟାପୀ ଏହି ବାଲିଯାତ୍ରାରେ ଆନନ୍ଦ ଓ ମନୋହରର ବିପଣୀରେ ସାମିଲ ହେବା ପାଇଁ ଜନସାଧାରଣଙ୍କ ଭିତରେ ପିଲାମାନେ ସାମିଲ ହୋଇଥାନ୍ତି। ପିଲାମାନଙ୍କ ପାଇଁ ବାଲିଯାତ୍ରାର ମହକ ବି ଏକ ସ୍ବତନ୍ତ୍ର ସ୍ଥାନ ରଖିଥାଏ। ତେବେ ବଡ଼କଥା ହେଉଛି, ଅଭିଭାବକମାନେ ପିଲାଟିକୁ ଯେତେବେଳେ ବାଲିଯାତ୍ରା ବୁଲାଇ ନେଇଥାନ୍ତି ସଂପୂର୍ଣ୍ଣ ଭାବେ ତାହାର ସ୍ବାସ୍ଥ୍ୟଗତ ଦିଗଟିକୁ ଭୁଲି ଯାଇଥାନ୍ତି। ଯାହାଦ୍ୱାରା ପିଲାଟି ଏହି ବାଲିଯାତ୍ରାର ରୋଶଣିର ଆନନ୍ଦରେ ସାମିଲ ହୋଇଥିଲେ ବି ପରବର୍ତ୍ତୀ ସମୟରେ ଦୁଃଖ ଓ ଯନ୍ତ୍ରଣା ପାଇଥାଏ। ତେବେ ପିଲାମାନଙ୍କୁ ବାଲିଯାତ୍ରା ବୁଲାଇ ନେବାବେଳେ କିଛି ସ୍ବାସ୍ଥ୍ୟଗତ ଦିଗକୁ ଦୃଷ୍ଟିଦେଲେ ପରବର୍ତ୍ତୀ ସମୟରେ ଏହି ସୁଖ ଓ ଆନନ୍ଦ ଦୁଃଖର କାରଣ ପାଲଟନ୍ତା ନାହିଁ। ସର୍ବପ୍ରଥମେ ମନେରଖନ୍ତୁ ପିଲାମାନଙ୍କୁ ବିଳମ୍ବିତ ରାତ୍ରରେ ବୁଲାଇନେବା ଅପେକ୍ଷା ଦିନରେ ବା ଅପରାହ୍ନରେ ବୁଲାଇବା ପାଇଁ ଯୋଜନା ରଖନ୍ତୁ। ବାଲିଯାତ୍ରାଟି ଶୀତଦିନରେ ପଡ଼ୁଥିବାରୁ ଏବଂ ସହଜେ ବର୍ତ୍ତମାନ ଶୀତର ପ୍ରକୋପ ବଢ଼ିବା ସହ ନଦୀ କୂଳରେ ଏହାର କାକରଭିଜା ଯନ୍ତ୍ରଣା ପରବର୍ତ୍ତୀ ସମୟରେ ପିଲାଟିକୁ ଯେପରି କଷ୍ଟ ନ ଦିଏ ସେ ଦିଗକୁ ଚିନ୍ତା କରିବା ଦାୟିତ୍ୱ ଅଭିଭାବକଙ୍କର। ପିଲାମାନଙ୍କୁ ବାଲିଯାତ୍ରା ନେବାବେଳେ ବାହାରେ ପାଣି ପିଆଇବା ଅପେକ୍ଷା ଘରୁ ବରଂ ବିଶୋଧିତ ପାଣି ନେଇଥାନ୍ତୁ। ବାଲିଯାତ୍ରାରେ ସହଜେ ତ ନାନା ରକମର ଆକର୍ଷଣୀୟ ଖାଦ୍ୟ ପିଲାମାନଙ୍କୁ ସ୍ବାଭାବିକ ଭାବେ ଟକଳା କରିଥାଏ। ଏଣୁ ଆପଣମାନେ ଏ ଦିଗ ପ୍ରତି ସଚେତନ ହୋଇ ଖାଦ୍ୟର ସ୍ବାସ୍ଥ୍ୟଗତ ଦିଗକୁ ଦୃଷ୍ଟି ଦିଅନ୍ତୁ, ଯେପରି ଖାଦ୍ୟଟି ବାସି ବା ଭେଜାଲ ହୋଇ ନ ଥାଏ। ସେହିପରି ପିଲାମାନଙ୍କୁ ବାଲିଯାତ୍ରା ଗହଳିରେ ବୁଲାଇ ନେବାବେଳେ ନଈପଠାର ଧୂଳିର ଦିଗକୁ ଦୃଷ୍ଟି ଦିଅନ୍ତୁ। କେବଳ ଧୂଳି ନୁହଁ, ଧୂଳି ସହିତ ବିଭିନ୍ନ ବିପଣୀର ନିଷ୍କାସିତ ଧୂଆଁ ଯେପରି ପିଲାଟିକୁ ପ୍ରଭାବିତ ନ କରେ ସେଥିପ୍ରତି ଲକ୍ଷ୍ୟ ରଖନ୍ତୁ। ପିଲାମାନେ ସହଜେ ବିଭିନ୍ନ ଦୋଳି ଓ ବୁଲାବୁଲି ପାଇଁ ଆଗ୍ରହ ରଖୁଥିବାବେଳେ ଏହା ଯେପରି ସେମାନଙ୍କ ଦେହ ପ୍ରତି ଅହିତକର ନ ହୁଏ ସେ ଦିଗକୁ ଭୁଲନ୍ତୁ ନାହିଁ। କାରଣ ଅନେକ ସମୟରେ ଦୋଳିର ଉଚ୍ଚ ଚକ୍ରି ପ୍ରଭାବ ପିଲାମାନଙ୍କ ମଥା ଘୂରାଇବା ସହ ସେମାନଙ୍କୁ ଯନ୍ତ୍ରଣାଦାୟକ ହୋଇଥାଏ। ବଡ଼କଥା ହେଉଛି, ପିଲାମାନଙ୍କୁ ଏହି ସମୟରେ କେବେବି ହାତ ପାଆନ୍ତାରୁ ଛାଡ଼ନ୍ତୁ ନାହିଁ କାରଣ ଅଧିକାଂଶ ସମୟରେ ଦେଖାଯାଏ ପିଲାମାନେ ଏପରି ଏକ ବଡ଼ଯାତ୍ରାରେ ବୁଲି ବୁଲି ସହଜେ ତ ହାଲିଆ ହୋଇଥାନ୍ତି। ତେବେ ସେମାନେ ପରବର୍ତ୍ତୀ ସମୟରେ ଘର ଲୋକଙ୍କ ସହାନୁଭୂତିରୁ ବଞ୍ଚତ୍ତ ହୋଇଥାନ୍ତି।
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପିଲାମାନଙ୍କୁ ବୁଲାଇବା ଦ୍ୱାରା ସହଜେ ଥଣ୍ଡା ଓ ସର୍ଦ୍ଦି ଅନୁଭୂତ ହୋଇଥାଏ। ସେହିପରି ପିଲାମାନେ ବିଭିନ୍ନ ଖାଦ୍ୟ ପ୍ରତି ଆଗ୍ରହ ରଖୁଥିଲେ ବି ଏହାର ପ୍ରସ୍ତୁତିଗତ ଦିଗ ପ୍ରତି ଆପଣ ସଚେତନ ରୁହନ୍ତୁ। ବାଲିଯାତ୍ରା ପରି ଏକ ବଡ଼ଯାତ୍ରାରେ ପିଲାଟି କୌଣସି ପ୍ରକାର ଆଘାତ ପାଇଲେ ଅଧିକ ସମୟ ନ ବୁଲାଇ ବରଂ ତୁରନ୍ତ ପ୍ରାଥମିକ ସ୍ବାସ୍ଥ୍ୟର ସହାୟତା ନିଅନ୍ତୁ। ପିଲାଟି ହୁଏତ ଆନନ୍ଦରେ ବୁଲିବା ପାଇଁ ମନ ରଖିପାରେ କିନ୍ତୁ ପରବର୍ତ୍ତୀ ସମୟରେ ଏହି ଛୋଟିଆ ଆଘାତଟି ତା’ ପାଇଁ ବଡ଼ କ୍ଷତିକାରକ ଦୁର୍ଘଟଣାକୁ ନିମନ୍ତ୍ରଣ ଯେ ନ କରିବ, ତାହା କହିବା ସମ୍ଭବ ନୁହେଁ। ପିଲାମାନଙ୍କୁ ବାଲିଯାତ୍ରା ବୁଲାଇନେବା ବେଳେ କିଛି ଅଭିଭାବକ ଖାଲିପେଟରେ ନେଇଥାନ୍ତି। କାରଣ ପିଲାଟି ଯାତ୍ରାରେ ମନଭରି ଖାଇବ। କିନ୍ତୁ ଏହା ଠିକ୍‌ ନୁହେଁ। କାରଣ କିଛି ପିଲା ଖାଲିପେଟରେ ରହିବା ଦ୍ୱାରା ବାନ୍ତି କରିପକାଇଥାନ୍ତି। ତେଣୁ ଘରୁ ଯାହାବି ହେଲେ ପିଲାଟିକୁ କିଛି ଖୁଆଇ ବାଲିଯାତ୍ରା ନିଅନ୍ତୁ।
ବାଲିଯାତ୍ରା ବୁଲାଇବା ସମୟରେ ପିଲାଟିର ସ୍କୁଲ, ପାଠପଢ଼ା ବା ସାନ୍ଧ୍ୟ ଟ୍ୟୁଶନ ଯେପରି ପ୍ରଭାବିତ ନ ହୁଏ ସେ ଦିଗକୁ ଦୃଷ୍ଟି ଦିଅନ୍ତୁ। କିଛି ଅଭିଭାବକ ପିଲାମାନଙ୍କୁ ବାଲିଯାତ୍ରା ବୁଲାଇବାବେଳେ ଅଧିକ ରାସ୍ତା ଚଲାଇ ନେଇଥାନ୍ତି, ଯାହା ସେମାନଙ୍କ ସ୍ବାସ୍ଥ୍ୟଗତ ଯନ୍ତ୍ରଣାର କାରଣ ପାଲଟିଥାଏ। ବାଲିଯାତ୍ରାରେ ବିଭିନ୍ନ ପ୍ରକାର ବାଣ ଓ ଆତସବାଜିଠାରୁ ସେମାନଙ୍କୁ ଦୂରେଇ ରଖନ୍ତୁ। କାରଣ ପରବର୍ତ୍ତୀ ସମୟରେ ଏହା ସେମାନଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଥାଏ। ଯଦି ପିଲାମାନେ ଓଟ ବା ଘୋଡ଼ାରେ ବୁଲିବାକୁ ଚାହାନ୍ତି ତେବେ ଅଭିଭାବକମାନେ ସେମାନଙ୍କ ସହ ପାଖେ ପାଖେ ରହିବା ଭଲ। ଉପରୋକ୍ତ ସ୍ବାସ୍ଥ୍ୟଗତ ଦିଗକୁ ଦୃଷ୍ଟିଦେଲେ ପିଲାଟି ନିଶ୍ଚିନ୍ତରେ ବାଲିଯାତ୍ରାର ଆନନ୍ଦ ପାଇବ।

– ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ
ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri