ଲେଖିବାବେଳେ ଶିଶୁ ପାଲଟି ଯାଏ

ପ୍ରାୟ ଚାରି ଦଶନ୍ଧି ଧରି ତାଙ୍କର କବିତା,ଗଳ୍ପ, ଭ୍ରମଣ କାହାଣୀ, ଜୀବନୀ, ଉପନ୍ୟାସ, ପ୍ରବନ୍ଧ, ରମ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଖୁବ୍‌ ପରିଚିତ। ଏମିତିରେ ଥୁକୁଲୁ ଥୁକୁଲୁ ଥା, ସଡ଼କରେ ସଡ଼କ, ମୋର ଯୋଡ଼ି ସିଲଟଖଡ଼ି ଆଦି ଏକାଧିକ ଶିଶୁ କବିତା ଲେଖିବା ସହିତ ପ୍ରାୟ ୩୦ଖଣ୍ଡରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଲେଣି। ପୁଣି କେତୋଟି ପୁସ୍ତକ ସମ୍ପାଦନାରେ ରହିଛି ଦକ୍ଷତା । କେବଳ ସେ ଜଣେ ଶିଶୁଲେଖକ ନୁହନ୍ତି ବରଂ ଶିଶୁପତ୍ରିକାର ସମ୍ପାଦକ ଓ ଅନୁବାଦକ ଭାବେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କ ସୃଜନଶୀଳତାର କୃତିତ୍ୱ ପାଇଁ ବିଭିନ୍ନ ଅନୁଷ୍ଠାନ ସମେତ ଓଡ଼ିଶା ସାହିତ୍ୟ ଏକାଡ଼େମୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀରୁ ମିଳିଛି ପୁରସ୍କାର। ସେ ହେଲେ ବୀରେନ୍ଦ୍ର ମହାନ୍ତି। ଜନ୍ମ ତା୮ା୪ା୧୯୬୨ରେ। ପିତା ଦାଶରଥି ମହାନ୍ତି, ମାତା ତିଳୋତ୍ତମା। ଘର ପୁରୀ ଜିଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ। ସେ କୁହନ୍ତି, ମା’ବାପାଙ୍କର ଆମେ ଚାରିପୁଅ ଓ ଜଣେ ଭଉଣୀଙ୍କ ମଧ୍ୟରେ ମୋର ସ୍ଥାନ ତୃତୀୟ। ଶିଶୁବେଳେ ମୋ ନାମ ପ୍ରଥମେ ବିଚିତ୍ର ରଖାଯାଇଥିଲା। ପରେ ସ୍କୁଲରେ ନାମ ଲେଖାହେଲା ବେଳକୁ ବୀରେନ୍ଦ୍ର ବୋଲି ରଖାଗଲା। ଗାଁର ଗୋପବନ୍ଧୁ ଉଚ୍ଚ ମୌଳିକ ବିଦ୍ୟାଳୟରେ ପାଠପଢ଼ା ହେଲା। ସପ୍ତମ ଶ୍ରେଣୀରେ ପଢ଼ିବାବେଳେ ସ୍କୁଲ ପାଠାଗାରରୁ ବିଭିନ୍ନ ପୁସ୍ତକ ଆଣି ପଢୁଥିଲି। ସେହି ସମୟରେ ଛୋଟଛୋଟ କବିତା ଲେଖା ଆରମ୍ଭ କରିଥିଲି। ପରେ ଜାଗେଶ୍ୱରୀ ବିଦ୍ୟାପୀଠ ହାଇସ୍କୁଲରେ ପଢ଼ା ସାରି ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପଢିଲି। ସମୟକ୍ରମେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ପାସ୍‌ କଲି । ପୁଣି ଓଡ଼ିଆ ବିଭାଗରେ ଏମ୍‌.ଫିଲ୍‌ ସାରିଲି। କିଛିଦିନ ପରେ ଏକ ବ୍ୟାଙ୍କରେ ନିଯୁକ୍ତି ମିଳିଲା । କିନ୍ତୁ ଲେଖାଲେଖି ଜାରି ରହିଥାଏ। ଏମିତିରେ ସେତେବେଳେ ପ୍ରଜାତନ୍ତ୍ର, ମୀନା ବଜାର ସମେତ ବିଭିନ୍ନ ପତ୍ରପତ୍ରିକାରେ ଲେଖା ପ୍ରକାଶିତ ହେଉଥାଏ। ପରେ ପିଲାଙ୍କ ଧରିତ୍ରୀ,ଫୁଲଚାଙ୍ଗୁଡ଼ି, ଶିଶୁରାଇଜ ଆଦି ପତ୍ରପତ୍ରିକାରେ ନିୟମିତ ଲେଖା ପ୍ରକାଶିତ ହେଲା। ରଚନା କରିଥିବା ଲେଖାଗୁଡ଼ିକୁ ନେଇ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ଓଡ଼ିଆ ଶିଶୁଗଳ୍ପ ସଙ୍କଳନ , ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟ,‘ଶିଶୁଗୀତରେ ଗାନ୍ଧୀ’ ପ୍ରଭୃତି ସଂକଳନ ହେଲା। ପ୍ରଥମକରି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ଓଡ଼ିଆ ଶିଶୁ କିଶୋର କାହାଣୀ ପୁସ୍ତକ ସମ୍ପାଦନା କରାଯାଇଥିବାରୁ ବେଶ୍‌ ପରିଚିତ ହେଲି। ଏମିତି ଏକାଧିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଛି। ପୁଷିମାଉସୀ ପତ୍ରିକାର ସମ୍ପାଦନା କରିଛି। କଲେଜ ସମୟରେ ନିଜର ପ୍ରକାଶିତ କେତେକ ଶିଶୁ ଲେଖାକୁ ନେଇ ଥରେ କଟକର ଏକ ନାମୀ ପ୍ରକାଶକଙ୍କଠାରୁ ଅପମାନିତ ହେବାପରେ ନିଜେ-ଚୁନୀ ପ୍ରକାଶନୀ ନାମରେ ଏକ ପ୍ରକାଶନ ପ୍ରତିଷ୍ଠା କରିଥିଲି। ପ୍ରଥମ ପୁସ୍ତକ ଥୁକୁଲୁ ଥୁକୁଲୁ ଥା ୧୯୯୫ରେ ପ୍ରକାଶିତ ହେଲା। ଏହି ପୁସ୍ତକ ୧୯୯୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା। ୨୦୦୨ମସିହାରେ ‘ଆମେ ସଭିଏଁ ମଣିଷ ଜାତି’ ପାଇଁ ଜାତୀୟ ସାକ୍ଷରତା ମିଶନ ପୁରସ୍କାର । ୨୦୧୮ରେ ‘ରୁମୁକୁ ଝୁମା’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ। ୨୦୧୧ରୁ୨୦୨୦ଯାଏ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଅର୍ଥସମିତି ସଦସ୍ୟଭାବେ ନିର୍ବାଚିତ ହୋଇଥିଲି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକ ସପ୍ତମଶ୍ରେଣୀ ସାହିତ୍ୟ ସୌରଭରେ ‘ମୁକ୍ତି ଯୋଦ୍ଧା ଜୟୀ ରାଜଗୁରୁ’ଙ୍କ ଜୀବନୀ ଦୀର୍ଘଦିନ ଧରି ପ୍ରଚଳିତ ହାଇଆସୁଛି। ଇଂରାଜୀ ମାଧ୍ୟମ ସ୍କୁଲ ପାଠ୍ୟକ୍ରମର ଓଡ଼ିଆଭାଷା କଳିକା ପୁସ୍ତକରେ ‘ପୃଥିବୀ ଆମର ଘର’ ଏକ କବିତାକୁ ସ୍କୁଲ ପିଲାମାନେ ପଢ଼ିଥାନ୍ତି। ତେବେ ମୋ ପରିବାର କହିଲେ ପତ୍ନୀ ମୀନତି ପଟ୍ଟନାୟକ ଜଣେ ସୁଲେଖିକା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ମୋର ଦୁଇ ଝିଅ ଇଞ୍ଜିନିୟର ଏବଂ ପୁଅ ଡାକ୍ତର । ମୁଁ ଏବେ ପୁରୀ କେନ୍ଦ୍ର ସମବାୟ ବ୍ୟାଙ୍କରେ କାର୍ଯ୍ୟରତ। ମୋ ସାହିତ୍ୟକୃତି ପାଇଁ ଶ୍ରୀକ୍ଷେତ୍ରଶ୍ରୀ, ଶିଶୁସୌରଭ,ଶିଶୁଗୌରବ,ଶିଶୁଶ୍ରୀ ଆଦି ଅନେକ ପୁରସ୍କାର ବିଭିନ୍ନ ଅନୁଷ୍ଠାନରୁ ମିଳିଛି। ଅନ୍ୟପକ୍ଷେ ସ୍କୁଲ କଲେଜର ପାଠାଗାର କକ୍ଷରେ ପିଲାମାନଙ୍କ ପାଇଁ ବିଭିନ୍ନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷଣୀୟ ପୁସ୍ତକ ପଠନର ଅଭ୍ୟାସକୁ ଜାରି ରଖିବା ନିମନ୍ତେ ସ୍ବତନ୍ତ୍ର ସମୟ ସାରଣୀ କରାଯିବା ଉଚିତ। ଶିଶୁମାନେ ଅନୁକରଣପ୍ରିୟ ଶିଶୁମାନଙ୍କର ପିତାମାତା, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସର୍ବଦା ଶିଶୁମାନଙ୍କୁ ସକାରାତ୍ମକ ଭାବେ ପଠନ ଦିଗରେ ଅନୁପ୍ରାଣିତ କରିବାର ଆବଶ୍ୟକତା ରହିଛି । ଶିଶୁମନସ୍କ ଲେଖା ଲେଖିଲାବେଳେ ଶିଶୁ ଦୁନିଆରେ ଥାଏ। ଶିଶୁ ଓଠର ଦରୋଟି ହସ, ଭାବବ୍ୟକ୍ତ କରିବାର ଅସ୍ପଷ୍ଟ ଶବ୍ଦର ସ୍ବର ହୃଦୟକୁ ଛୁଇଁଯାଏ। ସେଥିରେ ହିଁ ଶିଶୁମନର କଥା ଲୁଚି ରହିଥାଏ। ତାହାକୁ ନେଇ ମଧୁର ଭାଷାର ହୃଦୟସ୍ପର୍ଶୀ ଶବ୍ଦରେ ଛୋଟଛୋଟ ଶିଶୁକବିତା ଓ ଗଳ୍ପ ସୃଷ୍ଟିକରେ ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri