ବିପଦପୂର୍ଣ୍ଣ ଅବସ୍ଥାରେ ପୋଖରୀକୁ ସ୍ନାନ ପାଇଁ ଯାଉଛନ୍ତି ଶିଶୁ

ଲାଠୋର,୨।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କ୍ଲଷ୍ଟର ଅଧୀନ ମସିଣା ଗ୍ରାମରେ ଥିବା ଋତୁକାଳୀନ ଆବାସିକ ବିଦ୍ୟାଳୟର ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଗଁା ପୋଖରୀକୁ ଯାଇ ଶୌଚ ଓ ସ୍ନାନାଦି କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ କାହାରି ନଜର ଥିବା ପରି ମନେ ହେଉନାହଁି। ଯଦି କୌଣସି ପ୍ରକାର ଦୁର୍ଘଟଣା ଘଟେ ତାହେଲେ ଏଥିପାଇଁ କିଏ ଉତ୍ତରଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି। ଗତ ନଭେମ୍ବର ମାସରେ ମସିଣା ଗ୍ରାମରେ ୬ ମାସ ପାଇଁ ଆବାସିକ ବିଦ୍ୟାଳୟ ଖୋଲିଛି। ଗ୍ରାମର ଯେଉଁ ପରିବାରର ମା’ବାପା ବାହାର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି ସେମାନଙ୍କ ପିଲାମାନେ ଏଠାରେ ରହି ପାଠ ପଢିବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୪ ଛାତ୍ରୀ ଏବଂ ୨୧ ଛାତ୍ର ଏହିପରି ମୋଟ ୪୫ ଜଣ ଛାତ୍ରୀଛାତ୍ର ରହି ପାଠ ପଢୁଛନ୍ତି। ସରକାରୀ ନିୟମ ଅନୁସାରେ ଯେଉଁ ବିଦ୍ୟାଳୟରେ ମୁଖ୍ୟତଃ ପାଣି, ଶୌଚାଳୟ ଏବଂ ରହିବା ପାଇଁ ଗୃହର ସୁବିଧା ଥିବ ସେଠାରେ ଏହି ଆବାସିକ ବିଦ୍ୟାଳୟ ଖୋଲିବା କଥା। ହେଲେ ମସିଣା ଗ୍ରାମରେ ଥିବା ବିଦ୍ୟାଳୟରେ ପାଣିର ଅସୁବିଧା ଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଥିଲେ ସୁଦ୍ଧା କେଉଁ ସ୍ବାର୍ଥରେ ଏଠାରେ ବିଦ୍ୟାଳୟ ଖୋଲି ଶିଶୁ ମାନଙ୍କୁ ରଖିଛନ୍ତି ତାହା ବୁଝାପଡୁନାହିଁ । ବିଦ୍ୟାଳୟରେ ନଳକୂପ ରହିଥିଲେ ହେଁ ଚାହିଦା ମୁତାବକ ପାଣି ବାହାରୁ ନାହଁି। ଫଳରେ ଶିଶୁମାନେ ପାଣିର ଅଭାବ ହେତୁ ଗାଧୋଇବା ଓ ଶୌଚ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାଧ୍ୟ ହୋଇ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଠାରୁ ପ୍ରାୟ ଅଧକିଲୋମିଟର ଦୂର ପୋଖରୀକୁ ଯାଉଛନ୍ତି। ପୋଖରୀରେ ପାଣି ଅଧିକ ଥିବାରୁ ଜୀବନ ପ୍ରତି ବିପଦ ରହିଛି। ଏନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ପଚାରିବାରେ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ପଚାରି ପାଣିର ବ୍ୟବସ୍ଥା କରାଯିବ । ପିଲାମାନେ କୌଣସି ମତେ ପୋଖରୀକୁ ଯିବେ ନାହଁି ବୋଲି ସେ କହିଥିଲେ। ଶିକ୍ଷା ବିଭାଗ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ, ମସିଣା ଗଁାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଆବାସିକ ବିଦ୍ୟାଳୟ ଖୋଲାଯାଇଛି। ଆସନ୍ତା ମେ ମାସ ପର୍ଯ୍ୟନ୍ତ ଏହା ଚାଲିବ । ଏଠାରେ ପିଲାମାନେ ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି । ଖପ୍ରାଖୋଲ ବ୍ଲକରେ ଏହିପରି ଆବାସିକ ବିଦ୍ୟାଳୟ ପ୍ରାୟ ୨୦ଟି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri