ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନି ଫୁଲବାଣୀ ପୂର୍ତ୍ତ ବିଭାଗ

ଫୁଲବାଣୀ,୨୨ା୭(ରାକେଶ କୁମାର ରାଉତ)ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନମୁଖି କାର୍ଯ୍ୟ ା ଏଠାରେ କାର୍ଯ୍ୟରତ ଅଫିସ କର୍ମଚାରୀମାନେ ଦୀର୍ଘ ବର୍ଷ ହେବ ଗାଦି ମାଡି ବସିଛନ୍ତି ା ସେମାନଙ୍କ ସମ୍ପର୍କରେ ବିଭାଗକୁ ତଥ୍ୟ ମାଗିଲେ ଠିକ୍‌ ଭାବେ ଦିଆଯାଉନାହିଁ ା ଏପରିକି ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ବି ତାହା ଭୁଲ ଦର୍ଶାଯାଉଛି। ଜାଣିଶୁଣି ବିଭାଗୀୟ ଅଧିକାରୀ ଏପରି କରୁଛନ୍ତି ା ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି। ୧୦ ବର୍ଷ ଗୋଟିଏ ସ୍ଥାନରେ କାମ କରିଥିବା କର୍ମଚାରୀଙ୍କ ବିଷୟରେ ମୁଖ୍ୟ ଯନ୍ତ୍ରୀ ମାଗିଥିବା ତଥ୍ୟ ଗୋଳ ମାଳିଆ ଭାବେ ଦିଆଯାଇଛି। ହେଲେ ଆଜି ଯାଏ କୌଣସି କର୍ମଚାରୀଙ୍କ ଅନ୍ୟତ୍ର ବଦଳୀ ହୋଇନାହିଁ। ଯାହାକୁ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
୨୦୨୨ ଜୁଲାଇ ୧୮ ତାରିଖରେ ଚିଠି ନଂ ୯୫୯୩ରେ ବିଭାଗୀୟ ଉପ ସଚିବ ମୁଖ୍ୟ ଯନ୍ତ୍ରୀଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ା ଗୋଟିଏ ସ୍ଥାନରେ ୧୦ ବର୍ଷରୁ ଅଧିକ ଦିନ ପୁରଣ କରିଥିବା ଅଫିସ କର୍ମଚାରୀ(ନନ୍‌ ଗେଜେଟେଡ)ଙ୍କୁ ବଦଳୀ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ା ଗୋଟିଏ ବର୍ଷରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏହାର ଉତ୍ତର ନ ରଖିବାରୁ ସଚିବ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲ ତାହା ଜଣାଇବାକୁ କହିଥିଲେ। ଏହି କ୍ରମରେ ମୁଖ୍ୟ ଯନ୍ତ୍ରୀ ଦକ୍ଷିଣାଞ୍ଚଳ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଚିଠି ନଂ ୩୬୬୬ ତା ୧୯ ସେପ୍ଟେମ୍ବର ୨୦୨୨ରେ ତୁମ ଅଧୀନରେ ଥିବା କାର୍ଯ୍ୟାଳୟରେ ୧୦ ବର୍ଷ ପୁରଣ କରିଥିବା ଅଫିସ କର୍ମଚାରୀଙ୍କ ବିଷୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ତଥ୍ୟ ଭୁଲ ପ୍ରଦାନ କରାଯାଇଛି ା ଇତି ମଧ୍ୟରେ ୧୧ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇନାହିଁ ା
ଫୁଲବାଣୀର ଜଣେ ସୁଚନା ଅଧିକାର କର୍ମୀ ଫୁଲବାଣୀ ପୂର୍ତ୍ତ ବିଭାଗରେ ସୁଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ କେତେ ବର୍ଷ ହେଲା କାମ କରୁଛନ୍ତି, ତାହା ବିଷୟରେ ଜାଣିବାକୁ ଚାହିଁଥିଲେ ା ହେଲେ ତାଙ୍କୁ ବହୁ ବିଳମ୍ବରେ ତଥ୍ୟ ପ୍ରଦାନ କରାଗଲା ା କେଉଁ କର୍ମଚାରୀ କେତେ ବର୍ଷ ହେଲା ଅଛନ୍ତି ସେ ବିଷୟରେ ତଥ୍ୟ ନ ଦେଇ, କିଏ କେତେ ବର୍ଷ ହେଲା ସରକାରୀ ଚାକିରି କରିଛନ୍ତି ତାହା ପ୍ରଦାନ କରାଯାଇଛି ା ପୁଣି ଜନ ସୂଚନା ଅଧିକାରୀଙ୍କୁ ଅପିଲ କରାଯିବାରୁ ସେ କିଛି ଦିନ ମଧ୍ୟରେ ଏହା ଦେବାକୁ କହିଥିଲେ ସୁଦ୍ଧା ଦୀର୍ଘ ଦିନ ହେବ ପ୍ରଦାନ କରୁ ନାହାନ୍ତି। ଅନ୍ୟପକ୍ଷେ ଏହି କର୍ମଚାରୀମାନେ ଦୀର୍ଘ ବର୍ଷ ଗୋଟିଏ ସ୍ଥାନରେ ରହିଥିବାରୁ କାମ କରୁଥିବା ଠିକାଦାରମାନଙ୍କୁ ସବୁ ବେଳେ ହଇରାଣ ହରକତ କରୁଛନ୍ତି ା ବିଲ କରିବା ପାଇଁ ଫାଇଲକୁ ବହୁ ଦିନ ଧରି ପକାଇ ରଖୁଛନ୍ତି। ଯାହାକୁ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଟଣା ସମ୍ପର୍କରେ ଫୁଲବାଣୀ ଅଧିକ୍ଷଣ ଯନ୍ତ୍ରୀ ଅମିତ କୁମାର ଟୁଡୁଙ୍କୁ ପଚାରିବାରୁ ଅଫିସରେ ଦୀର୍ଘ ବର୍ଷ ଧରି କାମ କରୁଥିବା କର୍ମଚାରୀଙ୍କ ବଦଳୀ ସମସ୍ୟା ଖାଲି ଆମର ନୁହେଁ ସାରା ରାଜ୍ୟରେ। ଯନ୍ତ୍ରୀମାନଙ୍କ ବଦଳୀ ହେଉଥିବା ବେଳେ ଏମାନଙ୍କର ପ୍ରାୟ ହେଉନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri