ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସମସ୍ତଙ୍କୁ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଗଣପର୍ବ ନୂଆଁଖାଇର୍‌ ଲାଗି ସମ୍‌କୁ ହୁରୁଦରୁ ଶୁଭେଚ୍ଛା ଆର୍‌ ଅଭିନନ୍ଦନ୍‌। ତିହାର ଭିତ୍‌ରେ ବି ସଭେ କୋଭିଡ୍‌ ନିୟମ ମାନୁନ୍‌। ମାଁ ସମଲେଇ ସମ୍‌ଙ୍କୁ ସୁଖ୍‌ ଶାନ୍ତି ଥି ବନେ କରି ରଖିଥାଉନ୍‌।