ବସିବ ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୮।୬: ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା କରିବେ। ପୁରୀରେ ପୌର ସଦନ ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ବରିଷ୍ଠ ଅଫିସରମାନେ ରଥଯାତ୍ରା ପ୍ରସ୍ତୁତି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ଜବାବ ରଖିବେ ବୋଲି ସୂଚନା ମିଳିଛି । ପ୍ରସ୍ତୁତି କମିଟିରର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ସେହିପରି ବିଭିନ୍ନ ବିଭାଗର ଏକାଧିକ ମନ୍ତ୍ରୀ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।