ଆସନ୍ତାକାଲି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ। ଏହି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲାରେ ୯୦୦କୋଟି ଟଙ୍କାର ୬୦୦ରୁ ଅଧିକ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ ପ୍ରଥମେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ଅପରାହ୍ନ ୫.୩୦ରେ ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବେ। ଏଥିସହ ଷ୍ଟାଡିୟମ ପରିସରରେ ନିର୍ମିତ ମଲ୍ଟି ଲେବୁଲ କାର୍‌ ପାର୍କିିଂ ଓ ସୁଇମିଙ୍ଗ ପୁଲ କମ୍ପ୍ଲେକ୍ସ ଉଦ୍‌ଘାଟନ କରିବାର ବି କାର୍ଯ୍ୟକ୍ରମ ରହିଛି।