ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସା କଲେ ମଧ୍ୟପ୍ରଦେଶ ସରକାର

ପିପିଲି,୬।୫(ସ୍ବ.ପ୍ର.): ରାଜ୍ୟର ସମସ୍ତ ବ୍ଲକରେ ୫-ଟି ରୂପାନ୍ତରିତ ସ୍କୁଲ କାର୍ଯ୍ୟ ଚାଲୁ ରହିଛି। ତେବେ ପିପିଲିରେ ୫-ଟି ସ୍କୁଲ କିଭଳି ଚାଲିଛି ତାହା ଜାଣିବା ପାଇଁ ୟୁନିସେଫ ପକ୍ଷରୁ ଗୁରୁବାର ମଧ୍ୟପ୍ରଦେଶ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳଯୋଗାଣର ଏକ ପ୍ରତିନିଧି ଦଳ ପିପିଲି ବ୍ଲକକୁ ଆସିଥିଲେ। ପ୍ରଥମେ ବ୍ଲକର ମହିଳାଙ୍କ ମିଶନ ଶକ୍ତି କାଫେରେ ପହଞ୍ଚତ୍ଥିଲେ। ପରେ ଦାଣ୍ଡମୁକୁନ୍ଦପୁରର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲର ଭିତ୍ତିଭୂମି ଓ ନିର୍ମାଣ ଶୈଳୀ ଦେଖି ଆନନ୍ଦିତ ହୋଇଥିଲେ। ଶ୍ରେଣୀ କକ୍ଷର କମ୍ପ୍ୟୁଟର ରୁମ୍‌, ସ୍ମାର୍ଟ କ୍ଲାସ ରୁମ୍‌, ପାନୀୟ ଜଳ, ଶୌଚାଳୟ ଏବଂ ପାଠାଗାର ପ୍ରଭୃତି ବୁଲି ଦେଖି ୫-ଟି ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏଠାକାର ନିର୍ମାଣ ଶୈଳୀକୁ ଦେଖିବା ପରେ ମଧ୍ୟପ୍ରଦେଶରେ ବିଦ୍ୟାଳୟକୁ ଏଭଳି ରୂପାନ୍ତରିତ କରାଯିବ ବୋଲି କହିଥିଲେ। ଏଥିରେ ମଧ୍ୟପ୍ରଦେଶ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ପିସି ବାରସ୍କର, ମାର୍ଗେଟ ଗୌଡା, ସୁଜନ ସରକାର, ପ୍ରୀତି ତିୱାରୀ, କୁମାର ରତନ, କୋମଲ ମିଶ୍ର, ପୂଜା ସିଂଙ୍କ ସହ ପିପିଲି ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ସ୍ଥାନରେ ବ୍ୟାସ ସରୋବର ମହୋତ୍ସବ

କଳିଙ୍ଗନଗର,୧୦ା୨(ଡି.ଏନ.ଏ.):ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ(ଓପିଟିସିଏଲ)ର ଉଚ୍ଚ ଶକ୍ତିସମ୍ପନ୍ନ ୧୩୨ କେଭି ବିଦ୍ୟୁତ୍‌ ଖୁଣ୍ଟ ନିକଟରେ ଚଳିତଥର ବ୍ୟାସସରୋବର ମହୋତ୍ସବ ଆୟୋଜିତ ହେବାକୁ ନେଇ ଅନେକ...

ନିର୍ବନ୍ଧ ସାରି ଫେରୁଥିଲେ : ଚାଲିଗଲା ୩ ଜୀବନ

ପୁରୀ ଅଫିସ,୫।୬: ପୁରୀ ମଙ୍ଗଳାଘାଟ-ବଳିଆପଣ୍ଡା ବାଇପାସ ରୋଡରେ ସୋମବାର ଦୁର୍ଘଟଣା ଘଟିଛି। ଓମକାରେଶ୍ବର ମନ୍ଦିର ନିକଟରେ ସ୍କୁଟିକୁ ଏକ ଟାଉନ ବସ ଧକ୍କା ଦେବାରୁ ୩...

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୮ ଶ୍ରମିକ…

ରାୟଗଡ଼ା ଅଫିସ,୧୩।୧୧: ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ ଟଲଣା ଘାଟିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଭବନରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୧ା୯: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୋଟିଏ ଟଙ୍କାର...

ଦାବି ପୂରଣ ନ ହେବା ଯାଏ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଡାବୁଗାଁ, ୨୧।୪ (ଡି.ଏନ୍‌.ଏ.): ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ଡାବୁଗାଁ ଶାଖା ତରଫରୁ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ଆରମ୍ଭ ହୋଇଛି।...

୫୮ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଫୁଲବାଣୀ ଅଫିସ,୨୯ା୪: ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କେବେ ବି ବାଧକ ସାଜେନା। ଏହାର ଏକ ଉଦାହରଣ ପାଲଟିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ...

ଫେରିବାଲା ହତ୍ୟା ମାମଲାର ପର୍ଦ୍ଦାଫାଶ: ପାଟିତୁଣ୍ଡରୁ ପଥରରେ ଛେଚି କରିଥିଲେ ହତ୍ୟା

ଝାରସୁଗୁଡ଼ା ଅଫିସ,୨୨ା୧୦: ପଶ୍ଚିମବଙ୍ଗର ନିଖୋଜ ଫେରିବାଲା ମହମ୍ମଦ ଆସରଫ୍‌ ଖାନ(୨୬)ଙ୍କ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ...

ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର...

Advertisement
Archives

Model This Week