ପୂର୍ବତନ ମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୭: ପୁରୀ ଜିଲା କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ଵତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି, ସ୍ବର୍ଗତ ନାୟକ ଜଣେ ଜନପ୍ରିୟ ଏବଂ ଦକ୍ଷ ରାଜନେତା ଥିଲେ। ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥଙ୍କର ଗୁରୁବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୁରେନ୍ଦ୍ରନାଥ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ । କାକଟପୁରରୁ ସେ ୭ ଥର ବିଧାୟକ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

ପୁଣି ଏକ ନୂଆ ମାମଲାରେ ଫସିଲେ ରାହୁଲ ଗାନ୍ଧୀ, ଏଥର…

ନୂଆଦିଲ୍ଲୀ,୭ା୫: ଲୋକ ସଭାର ବିରୋଧୀ ଦଳ ନେତା ତଥା ରାୟବରେଲିର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲା ପରେ ଆଉ ଏକ ନୂଆ ମାମଲାରେ…

ଫସିଗଲେ ଥଲାପତି ବିଜୟ: ରାଜ୍ୟପାଳ ରଖିଲେ ବଡ଼ ସର୍ତ୍ତ, ଏବେ ହେବ କ’ଣ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ ମଧ୍ୟ ନୂତନ ସରକାର ଗଠନ ସମ୍ପର୍କିତ ଚିତ୍ର ଅସ୍ପଷ୍ଟ ରହିଛି। କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri