୨୯ରେ ଦିଲ୍ଲୀ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ। ତେବେ ଏହା ଭିତରେ ଅର୍ଥାତ୍‌ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ୫ ଦିିନିଆ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏ ନେଇ ଆନୁଷ୍ଠାନିକ ଭାବେ ସରକାରଙ୍କ ତରଫରୁ ଘୋଷଣା ହୋଇନାହିଁ। ତାଙ୍କ ଗସ୍ତ ନେଇ ଚାଲିଥିବା ପ୍ରସ୍ତୁତି ଉପରେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ କେନ୍ଦ୍ରରେ ପଡ଼ି ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିପାରନ୍ତି। ଏହାସହ ସେ ଓଡ଼ିଶା ଦିବସ ପାଳନ ସମାରୋହରେ ଯୋଗଦେଇପାରନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ୪ଟି ରାଜ୍ୟ ସଭା ଆସନ ଖାଲି ହେବାର ଅଛି। ସେହିପରି ଜୁଲାଇରେ ରାଷ୍ଟ୍ରପତି ଓ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ରହିଛି। ଏ ବାବଦରେ ସେ ଦିଲ୍ଲୀରେ ଭାଜପା ଶୀର୍ଷ ନେତାଙ୍କ ସହ କିଛି ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି।