ମୁସଲମାନ ଭଉଣୀଭାଇଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଶୁକ୍ରବାର ପାଳନ କରାଯାଉଛି ପବିତ୍ର ଇଦ୍‌ ଉଲ୍‌ ଫିତର। ଏହି ଅବସରରେ ମୁସଲମାନ ଭଉଣୀଭାଇଙ୍କୁ ଟୁଇଟ୍‌ କରି ଇଦ୍‌ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଏଥିରେ ଲେଖିଛନ୍ତି, ଇଦ୍‌ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ, ଭଲ ପାଇବା ଭରିଦେବା ସହ ଶାନ୍ତି ବଜାୟ ରଖୁ।

କରୋନା କଟକଣା ଯୋଗୁ ମୁସଲମାନ ଭଉଣୀଭାଇ ଏଥର ଘରେ ରହି ଇଦ୍‌ ପାଳନ କରୁଛନ୍ତି।