ଗଞ୍ଜାମରୁ ସୁରଟ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୯(ବ୍ୟୁରୋ): ଗଞ୍ଜାମରୁ ସୁରଟ ଯାଉଥିବା ଏକ ବସ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଶ୍ରମମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।


ସୂଚନାଯୋଗ୍ୟ, ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଉକ୍ତ ବସ୍‌ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୬ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଡାକ୍ତରଖାନାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ସ୍ଥାନୀୟ ଆମ୍ବେଦକର୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବସ୍‌ରେ ୫୦ରୁ ୬୦ ଜଣ ଶ୍ରମିକମାନେ ସୁରଟ ଯାଉଥିଲେ। କରୋନା ଯୋଗୁ ଗଞ୍ଜାମ ଫେରିଥିବା ଏହି ଶ୍ରମିକମାନେ ପୁଣି ଏକ ସୂତାକଳକୁ କାମ କରିବାକୁ ସୁରଟ ଯାଉଥିବା ସୂଚନା ମିଳିଛି