ଭକ୍ତଙ୍କ ମେଳରେ ଗଡ଼ିବ ରଥ

ଅନୁଗୋଳ ଅଫିସ/ ଆଠମଲ୍ଲିକ,  ୧।୭  ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ସମ୍ମୁଖରେ ୩ ରଥ ପ୍ରସ୍ତୁତ ହୋଇ ରହିଛି। କରୋନା ପାଇଁ ଗତ ୨ ବର୍ଷ ଧରି ରଥଯାତ୍ରା କେବଳ ମନ୍ଦିର ମଧ୍ୟରେ ସୀମିତ ଥିବାବେଳେ ଚଳିତବର୍ଷ ଭକ୍ତଙ୍କ ମେଳରେ ରଥ ଗଡ଼ିବାକୁ ଯାଉଛି। ଏହାକୁ ନେଇ ଅନୁଗୋଳ ଜିଲାବାସୀ ଉତ୍ସାହିତ ଅଛନ୍ତି। ଶୈଳଶ୍ରୀକ୍ଷେତ୍ରର ଘୋଷଯାତ୍ରାରେ ଚଳିତବର୍ଷ ଦେଢ଼ଶହ ସେବକ ନିୟୋଜିତ ହେବେ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ପହଣ୍ଡିରେ ମୋଟ ୪୩ ସେବକ ନିୟୋଜିତ ହେବେ। ବଳଭଦ୍ରଙ୍କ ପହଣ୍ଡିରେ ୯ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୭ ଜଣ ଏବଂ ସୁଦର୍ଶନଙ୍କ ପାଇଁ ୬ ଜଣ ସେବକ ପହଣ୍ଡିରେ ରହିବେ। ପୂର୍ବାହ୍ନ ୭ଟା ୩୦ରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି ପରେ ୯ଟାରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୨ଟା ୩୦ରେ ରଥ ଟଣାଯିବ। ଜିଲା କୋର୍ଟ ସମ୍ମୁଖରେ ଜିଲା ଓ ଦୌରା ଜଜ୍‌ ଠାକୁରଙ୍କୁ ଭୋଗଲାଗି କରିବେ। ସେହିପରି ଥାନା ଛକରେ ଏସ୍‌ପି ପୋଡ଼ପିଠା ଭୋଗ ଦେବେ। ପରେ ସନ୍ଧ୍ୟା ୭ଟା ୩୦ରେ ୩ ରଥ ଗୁଣ୍ଡିଚା ଚକଡ଼ା ଛୁଇଁବେ ବୋଲି ସ୍ଥିର କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ସେହିପରି ଆଠମଲ୍ଲିକଠାରେ ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପୌର ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ଓ ଡ୍ରେନଗୁଡିକ ସଫା କରା ଯାଇଥିଲାବେଳେ ବିଦ୍ୟୁତ୍‌ ବିଭାଗ ତରଫରୁ ଆବଶ୍ୟକ କାର୍ଯ୍ୟ ଶେଷ କରାଯାଇଛି। ଦେବୋତ୍ତର ବିଭାଗ ପକ୍ଷରୁ ରଥର ଦୁର୍ବଳ କାଠ ବଦଳାଯାଇ ନୂଆରୂପ ଦିଆଯାଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଠାରେ ପୂର୍ବାହ୍ନ ୪ ଟାରେ ରଥଟଣା ହେବ। ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଲଳିତ ମୋହନ ବେହେରା କହିଛନ୍ତି, ଶୃଙ୍ଖଳିତ ରଥଯାତ୍ରା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା କହିଛନ୍ତି, ସମସ୍ତ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri