ରାଜ୍ୟପାଳଙ୍କୁ ରିପୋର୍ଟ ଦେଲେ କୁଳପତି

ବାରିପଦା ଅଫିସ, ୧୩ା୫: ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାକୁ ନେଇ ଶୁକ୍ରବାର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଇଡ୍‌କୋ କର୍ମଚାରୀମାନେ ଠିକ୍‌ ସମୟରେ ବିଦ୍ୟୁତ୍‌ ପ୍ୟାନେଲ ପାଖରେ ପହଞ୍ଚତ୍ ପାରି ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିକୋଣରୁ ଜରୁରିକାଳୀନ ବ୍ୟବସ୍ଥା ପାଇଁ ମୋବାଇଲ କଟକଣା ଏହି ବିଭ୍ରାଟ ପାଇଁ ଦାୟୀ ବୋଲି କୁଳପତି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
କୁଳପତି ପ୍ରଫେସର ତ୍ରିପାଠୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ୯ମିନିଟ୍‌ ବିଦ୍ୟୁତ୍‌ ବିଭ୍ରାଟ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୭ଦିନ ମଧ୍ୟରେ ରିପୋର୍ଟ ମାଗିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଓ ଡେଭଲପମେଣ୍ଟ ଅଫିସର ଅଧ୍ୟକ୍ଷଙ୍କୁ ନେଇ ୩ଜଣିଆ କମିଟି ପକ୍ଷରୁ ତଦନ୍ତ କରାଯାଇଥିଲା। ଏହି କମିଟି ସହିତ ବରିଷ୍ଠ ଇଲେକ୍ଟ୍ରିକାଲ ଅଫିସରଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ସମାବର୍ତ୍ତନ ଉତ୍ସବ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ କର୍ମଚାରୀଙ୍କ ମୋବାଇଲକୁ ବାରଣ କରାଯାଇଥିଲା। ଉତ୍ସବ ସ୍ଥଳରେ ତଦାରଖ ପାଇଁ ଇଡ୍‌କୋର ୮ଜଣ ଓ ଟାଟା ପାୱାରର ୪ଜଣ କର୍ମଚାରୀଙ୍କୁ ପ୍ରବେଶ ନିମନ୍ତେ ଅନୁମତିପତ୍ର ଯୋଗାଇ ଦିଆଯାଇଥିଲା। ମାତ୍ର ବିଦ୍ୟୁତ୍‌ ବିଭ୍ରାଟ ସମୟରେ ପ୍ରେକ୍ଷାଳୟ ମଧ୍ୟରେ କୌଣସି କର୍ମଚାରୀ ଉପସ୍ଥିତ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀ ପାସ୍‌ ନେଇ ପ୍ରେକ୍ଷାଳୟ ମଧ୍ୟରେ ବସିଥିବା ସମୟରେ ଲାଇନ କଟିଯିବାରୁ ସେ ଅନ୍ଧାର ମଧ୍ୟରେ ବାହାରକୁ ଆସିପାରି ନ ଥିଲେ। ଏପରିକି ଉତ୍ସବ ସମାପନ ହେବା ପୂର୍ବରୁ କୌଣସି ବ୍ୟକ୍ତିଙ୍କୁ ବାହାରକୁ ଛାଡ଼ିବାର ଅନୁମତି ପ୍ରଦାନ କରାଯାଇ ନ ଥିଲା। ଫଳରେ ବାହାରେ ରହିଥିବା କର୍ମଚାରୀମାନେ ଧଁା ଦଉଡ କରି ପୁନର୍ବାର ମରାମତି କରି ବିଦ୍ୟୁତ୍‌ ସଂଯୋଗ ଦେଇଥିଲେ।
ତେବେ ସମାବର୍ତ୍ତନ ଉତ୍ସବ ପୂର୍ବରୁ ମେ ୪ତାରିଖରୁ ପ୍ରେକ୍ଷାଳୟର ତଦାରଖ ଦାୟିତ୍ୱ ଇଡ୍‌କୋକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହସ୍ତାନ୍ତର କରିଥିଲେ। ୩ଦିନ ଧରି ଇଡ୍‌କୋ ପକ୍ଷରୁ ପ୍ରେକ୍ଷାଳୟରେ ମକ୍‌ଡ୍ରିଲ୍‌ ମଧ୍ୟ କରାଯାଇଥିଲା। ଇଡ୍‌କୋର ବେପରୁଆ ମନୋଭାବ ଯୋଗୁ ବିଶ୍ୱବିଦ୍ୟାଳୟ ବଦ୍‌ନାମ ମୁଣ୍ଡାଇଛି ବୋଲି କୁଳପତି ତ୍ରିପାଠୀ ପ୍ରକାଶ କରିଛନ୍ତି। ସେହିପରି ଉତ୍ସବରେ କେବଳ ମଞ୍ଚ ଓ ଅଭିଭାଷଣ ସ୍ଥାନର ଦାୟିତ୍ୱରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରହିଥିବା ବେଳେ ଅନ୍ୟ ସମସ୍ତ ଦାୟିତ୍ୱ ଜିଲା ପ୍ରଶାସନ ହାତରେ ରହିଥିଲା। ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜିଲା ପ୍ରଶାସନ ଓ ପୋଲିସ ସମାନ ଭାବେ ଦାୟୀ ବୋଲି କୁଳପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri