ରାଜ୍ୟପାଳଙ୍କୁ ରିପୋର୍ଟ ଦେଲେ କୁଳପତି

ବାରିପଦା ଅଫିସ, ୧୩ା୫: ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାକୁ ନେଇ ଶୁକ୍ରବାର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଇଡ୍‌କୋ କର୍ମଚାରୀମାନେ ଠିକ୍‌ ସମୟରେ ବିଦ୍ୟୁତ୍‌ ପ୍ୟାନେଲ ପାଖରେ ପହଞ୍ଚତ୍ ପାରି ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିକୋଣରୁ ଜରୁରିକାଳୀନ ବ୍ୟବସ୍ଥା ପାଇଁ ମୋବାଇଲ କଟକଣା ଏହି ବିଭ୍ରାଟ ପାଇଁ ଦାୟୀ ବୋଲି କୁଳପତି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
କୁଳପତି ପ୍ରଫେସର ତ୍ରିପାଠୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ୯ମିନିଟ୍‌ ବିଦ୍ୟୁତ୍‌ ବିଭ୍ରାଟ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୭ଦିନ ମଧ୍ୟରେ ରିପୋର୍ଟ ମାଗିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଓ ଡେଭଲପମେଣ୍ଟ ଅଫିସର ଅଧ୍ୟକ୍ଷଙ୍କୁ ନେଇ ୩ଜଣିଆ କମିଟି ପକ୍ଷରୁ ତଦନ୍ତ କରାଯାଇଥିଲା। ଏହି କମିଟି ସହିତ ବରିଷ୍ଠ ଇଲେକ୍ଟ୍ରିକାଲ ଅଫିସରଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ସମାବର୍ତ୍ତନ ଉତ୍ସବ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ କର୍ମଚାରୀଙ୍କ ମୋବାଇଲକୁ ବାରଣ କରାଯାଇଥିଲା। ଉତ୍ସବ ସ୍ଥଳରେ ତଦାରଖ ପାଇଁ ଇଡ୍‌କୋର ୮ଜଣ ଓ ଟାଟା ପାୱାରର ୪ଜଣ କର୍ମଚାରୀଙ୍କୁ ପ୍ରବେଶ ନିମନ୍ତେ ଅନୁମତିପତ୍ର ଯୋଗାଇ ଦିଆଯାଇଥିଲା। ମାତ୍ର ବିଦ୍ୟୁତ୍‌ ବିଭ୍ରାଟ ସମୟରେ ପ୍ରେକ୍ଷାଳୟ ମଧ୍ୟରେ କୌଣସି କର୍ମଚାରୀ ଉପସ୍ଥିତ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀ ପାସ୍‌ ନେଇ ପ୍ରେକ୍ଷାଳୟ ମଧ୍ୟରେ ବସିଥିବା ସମୟରେ ଲାଇନ କଟିଯିବାରୁ ସେ ଅନ୍ଧାର ମଧ୍ୟରେ ବାହାରକୁ ଆସିପାରି ନ ଥିଲେ। ଏପରିକି ଉତ୍ସବ ସମାପନ ହେବା ପୂର୍ବରୁ କୌଣସି ବ୍ୟକ୍ତିଙ୍କୁ ବାହାରକୁ ଛାଡ଼ିବାର ଅନୁମତି ପ୍ରଦାନ କରାଯାଇ ନ ଥିଲା। ଫଳରେ ବାହାରେ ରହିଥିବା କର୍ମଚାରୀମାନେ ଧଁା ଦଉଡ କରି ପୁନର୍ବାର ମରାମତି କରି ବିଦ୍ୟୁତ୍‌ ସଂଯୋଗ ଦେଇଥିଲେ।
ତେବେ ସମାବର୍ତ୍ତନ ଉତ୍ସବ ପୂର୍ବରୁ ମେ ୪ତାରିଖରୁ ପ୍ରେକ୍ଷାଳୟର ତଦାରଖ ଦାୟିତ୍ୱ ଇଡ୍‌କୋକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହସ୍ତାନ୍ତର କରିଥିଲେ। ୩ଦିନ ଧରି ଇଡ୍‌କୋ ପକ୍ଷରୁ ପ୍ରେକ୍ଷାଳୟରେ ମକ୍‌ଡ୍ରିଲ୍‌ ମଧ୍ୟ କରାଯାଇଥିଲା। ଇଡ୍‌କୋର ବେପରୁଆ ମନୋଭାବ ଯୋଗୁ ବିଶ୍ୱବିଦ୍ୟାଳୟ ବଦ୍‌ନାମ ମୁଣ୍ଡାଇଛି ବୋଲି କୁଳପତି ତ୍ରିପାଠୀ ପ୍ରକାଶ କରିଛନ୍ତି। ସେହିପରି ଉତ୍ସବରେ କେବଳ ମଞ୍ଚ ଓ ଅଭିଭାଷଣ ସ୍ଥାନର ଦାୟିତ୍ୱରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରହିଥିବା ବେଳେ ଅନ୍ୟ ସମସ୍ତ ଦାୟିତ୍ୱ ଜିଲା ପ୍ରଶାସନ ହାତରେ ରହିଥିଲା। ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜିଲା ପ୍ରଶାସନ ଓ ପୋଲିସ ସମାନ ଭାବେ ଦାୟୀ ବୋଲି କୁଳପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri